Advertisment

ହିଂସା ବାଟ ଛାଡ଼ି ଆତ୍ମସମର୍ପଣ କଲେ ମହିଳା ମାଓବାଦୀ

କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା): ସୁନାବେଡ଼ାରେ କ୍ୟାଡର ମହିଳା ମାଓବାଦୀର ଆତ୍ମସମର୍ପଣ କରିଛନ୍ତି। ଡିଜିପି ଅଭୟଙ୍କ ନିକଟରେ ସେ ଆତ୍ମସମର୍ପଣ କରିଛନ୍ତି। ମହିଳା ମାଓବାଦୀ ଜଣକ ହେଲେ ଫୁଲବତୀ ଉସେଣ୍ଡି ଓରଫ କରୁଣା। ସେ କେକେବିଏନ ଡିଭିଜନର ଏସିଏମ୍ ରାଙ୍କର ହୋଇଥିବା ପୁଲିସ ଡିଜି ସୂଚନା ଦେଇଛନ୍ତି। ସେ ୨୦୦୮ ମସିହାରୁ ମାଓ ସଂଗଠନରେ ସାମିଲ ହୋଇ ବହୁ ମାଓ ହିଂସା କାଣ୍ଡରେ ଜଡିତ ରହିଥିଲେ। ୨୦୧୯ରେ ବିଭିନ୍ନ ମାଓ ହିଂସାରେ ସେ ଜଡ଼ିତ ଥିଲେ। ତାଙ୍କୁ ଧରିବା […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ହିଂସା ବାଟ ଛାଡ଼ି ଆତ୍ମସମର୍ପଣ କଲେ ମହିଳା ମାଓବାଦୀ

mao

କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା): ସୁନାବେଡ଼ାରେ କ୍ୟାଡର ମହିଳା ମାଓବାଦୀର ଆତ୍ମସମର୍ପଣ କରିଛନ୍ତି। ଡିଜିପି ଅଭୟଙ୍କ ନିକଟରେ ସେ ଆତ୍ମସମର୍ପଣ କରିଛନ୍ତି। ମହିଳା ମାଓବାଦୀ ଜଣକ ହେଲେ ଫୁଲବତୀ ଉସେଣ୍ଡି ଓରଫ କରୁଣା। ସେ କେକେବିଏନ ଡିଭିଜନର ଏସିଏମ୍ ରାଙ୍କର ହୋଇଥିବା ପୁଲିସ ଡିଜି ସୂଚନା ଦେଇଛନ୍ତି।

Advertisment

ସେ ୨୦୦୮ ମସିହାରୁ ମାଓ ସଂଗଠନରେ ସାମିଲ ହୋଇ ବହୁ ମାଓ ହିଂସା କାଣ୍ଡରେ ଜଡିତ ରହିଥିଲେ। ୨୦୧୯ରେ ବିଭିନ୍ନ ମାଓ ହିଂସାରେ ସେ ଜଡ଼ିତ ଥିଲେ। ତାଙ୍କୁ ଧରିବା ସକାଶେ ରାଜ୍ୟ ସରକାର ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ଫୁଲବତୀଙ୍କ ଭଳି ଅନ୍ୟାନ୍ୟ ମାଓବାଦୀ ମାନେ ହିଂସା ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମଲ ହେବାକୁ ଆହ୍ୱାନ ଦେଇଛନ୍ତି ପୁଲିସ ଡିଜି ଅଭୟ।

ପୁଲିସ୍ ଡିଜି କହିଛନ୍ତି, ହିଂସା ବାଟ ଛାଡ଼ି ଆତ୍ମସମର୍ପଣ କରିଥିବାରୁ ମୁଁ ଫୁଲବତୀଙ୍କୁ ସ୍ୱାଗତ କରୁଛି। ଓଡ଼ିଶା କିମ୍ବା ଓଡ଼ିଶା ବାହାରେ ଆଉ ଯେତିକି ମାଓବାଦୀ ଅଛନ୍ତି, ସେମାନେ ହିଂସାର ବାଟ ଛାଡ଼ି ଆତ୍ମସପର୍ମଣ କରନ୍ତୁ।

Advertisment