Advertisment

କୋଶଳ ରାଜ୍ୟ ଦାବିରେ ୧୧ଟି ଜିଲ୍ଲାରେ ୧୨ ଘଣ୍ଟିଆ ମହାବନ୍ଦ

ବଲାଙ୍ଗିର((ଓଡ଼ିଶା ରିପୋର୍ଟର): ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ କୋଶଳ ସେନା ଓ କୋଶଳ ମୁକ୍ତି ମୋର୍ଚ୍ଚା ତରଫରୁ ୧୨ ଘଣ୍ଟିଆ ମହାବନ୍ଦ ଡାକରା ଦିଆଯାଇଛି।  ପଶ୍ଚିମ ଓଡ଼ିଶାର ୧୧ ଜିଲ୍ଲାରେ ଏହି ବନ୍ଦ ପାଳନ କରାଯାଇଛି। ବନ୍ଦ ପ୍ରଭାବରେ ଦୋକାନ ବଜାର ବନ୍ଦ ରହିଛି। ଗାଡ଼ି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ଦୀର୍ଘ ଦିନ ଧରି ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ପାଇଁ କୋଶଳ ସେନା ଓ କୋଶଳ ମୁକ୍ତି ମୋର୍ଚ୍ଚା ତରଫରୁ ଦାବି କରାଯାଇଛି। […]

ଅଦ୍ୟତନ ହୋଇଛି
କୋଶଳ ରାଜ୍ୟ ଦାବିରେ ୧୧ଟି ଜିଲ୍ଲାରେ ୧୨ ଘଣ୍ଟିଆ ମହାବନ୍ଦ

Koshal Sena

Advertisment

ବଲାଙ୍ଗିର((ଓଡ଼ିଶା ରିପୋର୍ଟର): ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ କୋଶଳ ସେନା ଓ କୋଶଳ ମୁକ୍ତି ମୋର୍ଚ୍ଚା ତରଫରୁ ୧୨ ଘଣ୍ଟିଆ ମହାବନ୍ଦ ଡାକରା ଦିଆଯାଇଛି।  ପଶ୍ଚିମ ଓଡ଼ିଶାର ୧୧ ଜିଲ୍ଲାରେ ଏହି ବନ୍ଦ ପାଳନ କରାଯାଇଛି।

Advertisment

ବନ୍ଦ ପ୍ରଭାବରେ ଦୋକାନ ବଜାର ବନ୍ଦ ରହିଛି। ଗାଡ଼ି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ଦୀର୍ଘ ଦିନ ଧରି ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ପାଇଁ କୋଶଳ ସେନା ଓ କୋଶଳ ମୁକ୍ତି ମୋର୍ଚ୍ଚା ତରଫରୁ ଦାବି କରାଯାଇଛି। ହେଲେ ଦାବି ପୂରଣ ହେଉ ନଥିବାରୁ ଆଜି ମହା ବନ୍ଦ ଡାକରା ଦିଆଯାଇଥିବା ଆନ୍ଦୋକାରୀ ମାନେ କହିଛନ୍ତି।

ବଲାଙ୍ଗିରରେ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ଦୋକାନ ବଜାର ଓ ଗାଡ଼ିଚଳାଚଳ ବନ୍ଦ କରିଛନ୍ତି।

Advertisment

ସେହିପରି କଳାହାଣ୍ଡି ଜିଲ୍ଲାରେ ମଧ୍ୟ କୋଶଲ ରାଜ୍ୟ ଦାବିରେ ଚାଲିଥିବା ବନ୍ଦର ପ୍ରଭାବ ପଡ଼ିଛି। ଭବାନୀପାଟଣାର ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀମାନେ ରାସ୍ତା ଅବରୋଧ କରିଛନ୍ତି। କୋଶଲ ମୁକ୍ତି ମୋର୍ଚ୍ଚା ସଭାପତି ସାଗର ଚରଣ ଦାସ  ବନ୍ଦକୁ ସଫଳ କରିବାକୁ ନିବେଦନ କରିଛନ୍ତି।

କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ରେ ଆନ୍ଦୋଳନକାରୀମାନେ ରାସ୍ତା ଅବରୋଧ କରିଛନ୍ତି। ଧର୍ମଗଡ଼ ସହରରେ ଦୋକାନ ବଜାର ଓ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖାଯାଇଛି। ରାଜ୍ୟ ସରକାର କ୍ରମାଗତ ଭାବେ ପଶ୍ଚିମ ଓଡ଼ିଶାକୁ ଅବହେଳା କରୁଥିବା  କୋଶଲ ମୁକ୍ତି ମୋର୍ଚ୍ଚା ଅଭିଯୋଗ କରିଛି।

ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ବରଗଡ଼ ଜିଲ୍ଲାରେ ବନ୍ଦ ପାଳନ କରାଯାଇଛି। କୋଶଳ ସେନାର ସଦସ୍ୟମାନେ ସହରରେ ପିକେଟିଂ କରି ଦୋକାନ ବଜାର, ବ୍ୟବସାୟ ପ୍ରତିଷ୍ଠାନ ଓ ଗାଡି ଚଳାଚଳ ବନ୍ଦ କରିଛନ୍ତି। ସହରର ସମସ୍ତ ପ୍ରବେଶ ପଥକୁ ବନ୍ଦ କରାଯିବା ସହ ଗାନ୍ଧୀ ଛକ ଠାରେ ରାସ୍ତା ଅବରୋଧ କରାଯାଇଛି।

ଝାରସୁଗୁଡ଼ା ଜିଲ୍ଲାରେ କୋଶଲ ସେନା ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ଝାରସୁଗୁଡ଼ା ସହରର ବସ୍‌ଷ୍ଟାଣ୍ତ  ଛକ, ବାଇପାସ୍ ଛକ‌ ଓ ବେଦାନ୍ତ ଫାଟକ ସାମ୍ନାରେ କୋଶଳ ସେନାର ସଦସ୍ୟମାନେ ଉପସ୍ଥିତ ରହି ନାରାବାଜି କରିଛନ୍ତି। ବାଇପାସ୍ ଛକରେ ଗାଡ଼ି ଅଟକାଇ ନାରାବାଜି କରିଛନ୍ତି। ପୁଲିସ କୋଶଲ ସେନାର କର୍ମୀ ମାନଙ୍କୁ ଗିରଫ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe