Advertisment

କପାଡାଙ୍ଗ ଗାଁରେ ଆନ୍ଥ୍ରାକ୍ସ : ମେଡିକାଲ ଟିମର ଚିକିତ୍ସା ଜାରି

ରାୟଗଡ଼ା : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଶଙ୍କରଡା ପଞ୍ଚାୟତ କପାଡାଙ୍ଗ ଗାଁରେ ଆନ୍ଥ୍ରାକ୍ସ ରୋଗର ଭୟ  ସ୍ୱାଭବିକ ହେବାରେ ଲାଗିଛି । ସପ୍ତାହକ ମଧ୍ୟରେ ୪ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ରୁ ଅଧିକ ଆକ୍ରାନ୍ତ ହୋଇ ରାୟଗଡ଼ା ବଡ଼ ମେଡିକାଲରେ ଚିକିତ୍ସା ହେଉଛନ୍ତି । ଗାଁରେ ମେଡିକାଲ ଟିମ୍ ପହଞ୍ଚି ଚିକିତ୍ସା ଜାରିରଖିଛନ୍ତି । କପାଡାଙ୍ଗ ଗାଁକୁ ଉପ ଜିଲ୍ଲାପାଳ ମୁରଲୀ ଧର ସ୍ୱାଇଁ ଗସ୍ତ କରି ପରିସ୍ଥିତି ଅନୁଧ୍ୟାନ କରି ଫେରିଥିବାବେଳେ ୪ଦିନ ହେବ କାଶିପୁର […]

ଅଦ୍ୟତନ ହୋଇଛି
କପାଡାଙ୍ଗ ଗାଁରେ ଆନ୍ଥ୍ରାକ୍ସ : ମେଡିକାଲ ଟିମର ଚିକିତ୍ସା ଜାରି

atras

Advertisment

ରାୟଗଡ଼ା : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଶଙ୍କରଡା ପଞ୍ଚାୟତ କପାଡାଙ୍ଗ ଗାଁରେ ଆନ୍ଥ୍ରାକ୍ସ ରୋଗର ଭୟ  ସ୍ୱାଭବିକ ହେବାରେ ଲାଗିଛି । ସପ୍ତାହକ ମଧ୍ୟରେ ୪ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ରୁ ଅଧିକ ଆକ୍ରାନ୍ତ ହୋଇ ରାୟଗଡ଼ା ବଡ଼ ମେଡିକାଲରେ ଚିକିତ୍ସା ହେଉଛନ୍ତି । ଗାଁରେ ମେଡିକାଲ ଟିମ୍ ପହଞ୍ଚି ଚିକିତ୍ସା ଜାରିରଖିଛନ୍ତି । କପାଡାଙ୍ଗ ଗାଁକୁ ଉପ ଜିଲ୍ଲାପାଳ ମୁରଲୀ ଧର ସ୍ୱାଇଁ ଗସ୍ତ କରି ପରିସ୍ଥିତି ଅନୁଧ୍ୟାନ କରି ଫେରିଥିବାବେଳେ ୪ଦିନ ହେବ କାଶିପୁର ବିଡିଓ ଆଲୋକ ପ୍ରଧାନ ପ୍ରତିଦିନ ଗାଁକୁ ଯାଇ ପରିସ୍ଥିତି ନଜର ରଖିବା ସହିତ ସଚେତନ ରହିବାକୁ କହିଛନ୍ତି । କପାଡାଙ୍ଗ ଗାଁର ଜଗା ମାଝି କହିବା ଅନୁସାରେ ଗାଁ ଲୋକମାନେ କିଛିଦିନ ପୂର୍ବେ ଜଣେ ବେପାରୀର ଗାଈ ମରିଯିବାରୁ ସେଇ ଗାଈକୁ ଗାଁ ଲୋକ ଖାଇବାପରେ ଏହି ରୋଗ ଆରମ୍ଭ ହୋଇଥିଲା। ତାପରେ ଗାଁର ଅନେକ ଲୋକଙ୍କୁ ଏହି ରୋଗ ବ୍ୟାପି ଥିଲା। ୨୦ତାରିଖ ଦିନ ବାମ ମାଝିଙ୍କର ମୃତ୍ୟୁ ହୋଇଥିଲାବେଳେ ୨୩ ତାରିଖ ଦିନ ପାଇକ ମାଝି,୨୬ ତାରିଖ ଦିନ ଦୁଇଜଣ ପ୍ରହଲ୍ଲାଦ ମାଝି ଓ ଅନ୍ନ ମାଝିର ମୃତ୍ୟୁ ହୋଇଥିଲା। ପ୍ରଥମେ ଏହାକୁ ଲୋକେ ଅଜଣା ରୋଗ ବୋଲି କହୁଥିବାବେଳେ ମେଡିକାଲ ଟିମ ପହଞ୍ଚିବା ପରେ ଏହା ଆନ୍ଥ୍ରାକ୍ସ ବଲି ଘୋଷଣା କରିଥିଲେ। ଗୁରୁତର  ଥିବା ଥିବା ରୋଗୀଙ୍କୁ ରାୟଗଡ଼ା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇ ଚିକିତ୍ସା କରାଯାଉଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe