Advertisment

ପଦ୍ମ ପୁରସ୍କାର ଗ୍ରହଣ କଲେ ଲୋକପ୍ରିୟ କଣ୍ଠଶିଳ୍ପୀ କ୍ରିଷ୍ଣା ପଟେଲ

ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ତିନି ଜଣ ବ୍ୟକ୍ତି ବିଶେଷଙ୍କୁ ଆଜି ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତା’ମଧ୍ୟରେ ରହିଛନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ କ୍ରିଷ୍ଣା ପଟେଲ। ରଙ୍ଗବତୀ ଗୀତର ମୂଳ ଗାୟିକା କ୍ରିଷ୍ଣା ପଟେଲଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି।

author-image
Manoranjan Sial
Dr. Krishna Patel

Dr. Krishna Patel

ପଦ୍ମ ସମ୍ମାନରେ ସମ୍ମାନିତ ହେଲେ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତି। ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ତିନି ଜଣ ବ୍ୟକ୍ତି ବିଶେଷଙ୍କୁ ଆଜି ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତା’ମଧ୍ୟରେ ରହିଛନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ କ୍ରିଷ୍ଣା ପଟେଲ। ରଙ୍ଗବତୀ ଗୀତର ମୂଳ ଗାୟିକା କ୍ରିଷ୍ଣା ପଟେଲଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି।

Advertisment

ସେହିପରି କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାର ପଟ୍ଟାୟତ ସାହୁଙ୍କୁ ଆଜି ବିଧିବଦ୍ଧ ଭାବେ ଦିଆଯାଇଛି ପଦ୍ମଶ୍ରୀ ପୁରସ୍କାର। ଲୁପ୍ତ ହେବାକୁ ବସିଥିବା ବହୁ ପାରମ୍ପାରିକ ଔଷଧୀୟ ବୃକ୍ଷରାଜିକୁ ସଂରକ୍ଷଣ କରି ଚର୍ଚ୍ଚାକୁ ଆସିଥିଲେ କଳାହାଣ୍ଡି ଜୁନାଗଡ଼ ଅଞ୍ଚଳର ପଟ୍ଟାୟତ ସାହୁ। ସାହିତ୍ୟ ଓ ଶିକ୍ଷା ପାଇଁ ଢେଙ୍କାନାଳର ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ମଧ୍ୟ ରାଷ୍ଟ୍ରପତି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି। ଏହାବ୍ୟତୀତ ଦିବଙ୍ଗତ କଣ୍ଠଶିଳ୍ପ ବାଣୀ ଜୟରାମଙ୍କୁ ପଦ୍ମଭୂଷଣ ଦିଆଯାଇଥିବା ବେଳେ ତାଙ୍କ ଭଉଣୀ ଏହି ସମ୍ମାନ ଗ୍ରହଣ କରିଛନ୍ତି।

Advertisment

President Of India Padmashree Award Padma Shri