Advertisment

ବ୍ରିଜ ତଳୁ ମିଳିଲା ରକ୍ତ ଜୁଡୁବୁଡୁ ଯୁବତୀଙ୍କ ମୃତଦେହ

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ପ୍ରତିଦିନ ଭଳି ଆଜି ମଧ୍ୟ ନିଜ କର୍ମକ୍ଷେତ୍ର କଳାଖାଡ଼ି ଗ୍ରାମକୁ ସାଇକେଲ ଯୋଗେ ଯାଇଥିଲେ। ହେଲେ ଫେରିଥିଲା ତାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ। ଗଞ୍ଜାମ ବଡ଼ଗଡ଼ ଥାନା କଳାଖାଡ଼ି ଗାଁ ନିକଟ ବ୍ରିଜ ତଳୁ ସନ୍ଦେହଜନକ ଅବସ୍ଥାରେ ମିଳିଥିଲା ଏହି ମୃତଦେହ। ମୃତ ଯୁବତୀ ଜଣକ ହେଲେ ସିଦ୍ଧପୁର ଗ୍ରାମର  ରାଜେଶ୍ୱରୀ ସାହୁ। ସେ କୃଷିମିତ୍ର ଭାବେ କାମ କରନ୍ତି। ପରିବାର ଲୋକଙ୍କ କହିବା ମୁତାବକ ରାଜେଶ୍ୱରୀ ପ୍ରତିଦିନ ଭଳି କାମକୁ ଯାଇଥିଲେ। […]

ବ୍ରିଜ ତଳୁ ମିଳିଲା ରକ୍ତ ଜୁଡୁବୁଡୁ ଯୁବତୀଙ୍କ ମୃତଦେହ

Krusi-mitra-death

Advertisment

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ପ୍ରତିଦିନ ଭଳି ଆଜି ମଧ୍ୟ ନିଜ କର୍ମକ୍ଷେତ୍ର କଳାଖାଡ଼ି ଗ୍ରାମକୁ ସାଇକେଲ ଯୋଗେ ଯାଇଥିଲେ। ହେଲେ ଫେରିଥିଲା ତାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ। ଗଞ୍ଜାମ ବଡ଼ଗଡ଼ ଥାନା କଳାଖାଡ଼ି ଗାଁ ନିକଟ ବ୍ରିଜ ତଳୁ ସନ୍ଦେହଜନକ ଅବସ୍ଥାରେ ମିଳିଥିଲା ଏହି ମୃତଦେହ। ମୃତ ଯୁବତୀ ଜଣକ ହେଲେ ସିଦ୍ଧପୁର ଗ୍ରାମର  ରାଜେଶ୍ୱରୀ ସାହୁ। ସେ କୃଷିମିତ୍ର ଭାବେ କାମ କରନ୍ତି।

Advertisment

ପରିବାର ଲୋକଙ୍କ କହିବା ମୁତାବକ ରାଜେଶ୍ୱରୀ ପ୍ରତିଦିନ ଭଳି କାମକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରିନଥିଲେ। ବିଳମ୍ବ ହେବାରୁ ଖୋଜାଲୋଡା ପଡ଼ିଥିଲା। ଏହି ସମୟରେ ଝିଅ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବ୍ରିଜ ତଳେ ପଡିଥିବା ଖବର ପହଞ୍ଚିଥିଲା। ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଝିଅକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଆସିକା ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନି। ପୋଲିସ ମାମଲାର ତଦନ୍ତ ଚଳାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe