Advertisment

ପୁରୀରେ ଏଏସ୍‌ଆଇ ଗିରଫ, ଏସ୍‌ଆଇ ସସପେଣ୍ଡ

ପୁରୀ(ଓଡ଼ିଶା ରିପୋର୍ଟର): ଦୁଇ ପୁଲିସ ଅଧିକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ପୁରୀ ଏସପି କନୱର ବିଶାଲ ସିଂହ। ଅପରାଧିକ ଅଭିଯୋଗ ଆସିବା ପରେ ଗୋଟିଏ ଦିନରେ ପୁରୀ କୃଷ୍ଣପ୍ରସାଦ ଥାନା ଏଏସ୍‌ଆଇଙ୍କୁ ଗିରଫ କରାଯାଇଥିବା ବେଳେ ପୁରୀ ସଦରଥାନା ଏସଆଇଙ୍କୁ  ନିଲମ୍ବିତ କରାଯାଇଛି । ଲାଞ୍ଚ ନେବା ଅଭିଯୋଗରେ ପୁରୀ ଜିଲ୍ଲ କୃଷ୍ଣପ୍ରସାଦ ଥାନା ଏଏସ୍‌ଆଇ ଈଶ୍ୱରଚନ୍ଦ୍ର ଗୁମାନ ସିଂହଙ୍କୁ ଗିରଫ କରାଯାଇଛି। ସେ ଜଣେ ଫୁଡ୍ ଭେଣ୍ଡରଙ୍କ ଠାରୁ ୭ ହଜାର ଟଙ୍କା […]

ଅଦ୍ୟତନ ହୋଇଛି
ନାବାଳିକା ଦୁଷ୍କର୍ମ ଅଭିଯୋଗ ମାମଲା: ବୟାନରେ ତାଳମେଳ ନାହିଁ!

police

Advertisment

ପୁରୀ(ଓଡ଼ିଶା ରିପୋର୍ଟର): ଦୁଇ ପୁଲିସ ଅଧିକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ପୁରୀ ଏସପି କନୱର ବିଶାଲ ସିଂହ। ଅପରାଧିକ ଅଭିଯୋଗ ଆସିବା ପରେ ଗୋଟିଏ ଦିନରେ ପୁରୀ କୃଷ୍ଣପ୍ରସାଦ ଥାନା ଏଏସ୍‌ଆଇଙ୍କୁ ଗିରଫ କରାଯାଇଥିବା ବେଳେ ପୁରୀ ସଦରଥାନା ଏସଆଇଙ୍କୁ  ନିଲମ୍ବିତ କରାଯାଇଛି ।

Advertisment

ଲାଞ୍ଚ ନେବା ଅଭିଯୋଗରେ ପୁରୀ ଜିଲ୍ଲ କୃଷ୍ଣପ୍ରସାଦ ଥାନା ଏଏସ୍‌ଆଇ ଈଶ୍ୱରଚନ୍ଦ୍ର ଗୁମାନ ସିଂହଙ୍କୁ ଗିରଫ କରାଯାଇଛି। ସେ ଜଣେ ଫୁଡ୍ ଭେଣ୍ଡରଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା। ଏହାପରେ SDPO ଏହି ଘଟଣାର ତଦନ୍ତ କରିଥିଲେ। ତଦନ୍ତରୁ ସତ ଜଣାପଡ଼ିବା ପରେ ତୁରନ୍ତ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଆଜି ତାଙ୍କୁ ଗିରଫ କରାଯାଇଛି। ଏନେଇ ପୁରୀ ଏସ୍ପି ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଆଜି ପୁରୀ ସଦର ଥାନା ଏସ୍‌ଆଇଙ୍କୁ ମଧ୍ୟ ସସପେଣ୍ଡ କରାଯାଇଛି। ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ ଘଟଣାରେ ମହିଳା ଏସ୍‌ଆଇ ଅତସୀ ଜେନାଙ୍କୁ ନିଲମ୍ବିତ କରାଯାଇଥିବା ନେଇ ଏସ୍ପି କନୱର ବିଶାଲ ସିଂହ ସୂଚନା ଦେଇଛନ୍ତି। ଗତ ସେପ୍ଟେମ୍ବର ମାସରେ ଏକ ଜୁଆ ଅଡ୍ଡା ଉପରେ ଏସ୍‌ଆଇ ଅତସୀ ଜେନା ଚଢ଼ାଉ କରିଥିଲେ।  ତେବେ ଚଢ଼ାଉ ନେଇ ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ କୌଣସି ସୂଚନା ଦେଇନଥିଲେ । ଜୁଆ ଆଡ୍ଡାରୁ କେତେ ଟଙ୍କା ଜବତ ହୋଇଥିଲା ଏବଂ ସେହି ଟଙ୍କା କୁଆଡେ ଗଲା ସେ ନେଇ ମଧ୍ୟ କିଛି ସୂଚନା ଦେଇନଥିବାରୁ ତାଙ୍କ ଉପରେ ଆଜି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Advertisment

ସେପଟେ ଏହି ଦୁଇ ଘଟଣା ନେଇ ପୁରୀ ଏସ୍ପି କହିଛନ୍ତି, ଅପରାଧକୁ ବରଦାସ୍ତ କରାଯିବ ନାହିଁ। ସେ ପୁଲିସ ହୁଅନ୍ତୁ ଅବା ଅପରାଧୀ । ସମସ୍ତଙ୍କ ଉପରେ ସମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ପି କନୱର ବିଶାଲ ସିଂହ କହିଛନ୍ତି।

Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe