Advertisment

କୃତ୍ତିବାସପୁର ପଞ୍ଚାୟତ ଶଟ୍‌ଡାଉନ୍‌

ଅନୁଗୋଳ(ବିରଜା ଦାଶ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅଞ୍ଚଳରେ ଗତ କିଛି ଦିନ ମଧ୍ୟରେ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ନିଜ ପଞ୍ଚାୟତର ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ କୃତ୍ତିବାସପୁର ପଞ୍ଚାୟତକୁ ସରପଞ୍ଚ ନନ୍ଦିନୀ ସାହୁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି।  ଆଜି ଭୋର ୫ଟାରୁ ୩୧ ତାରିଖ ଭୋର ୫ଟା ଯାଏ ପଞ୍ଚାୟତକୁ ଶଟ୍‌ଡାଉନ୍ ଘୋଷଣା କରାଯାଇଛି। ଏନେଇ  ସରପଞ୍ଚ ଆଠମଲ୍ଲିକ […]

ଅଦ୍ୟତନ ହୋଇଛି
କୃତ୍ତିବାସପୁର ପଞ୍ଚାୟତ ଶଟ୍‌ଡାଉନ୍‌

angul

Advertisment

ଅନୁଗୋଳ(ବିରଜା ଦାଶ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅଞ୍ଚଳରେ ଗତ କିଛି ଦିନ ମଧ୍ୟରେ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ନିଜ ପଞ୍ଚାୟତର ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ କୃତ୍ତିବାସପୁର ପଞ୍ଚାୟତକୁ ସରପଞ୍ଚ ନନ୍ଦିନୀ ସାହୁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି।  ଆଜି ଭୋର ୫ଟାରୁ ୩୧ ତାରିଖ ଭୋର ୫ଟା ଯାଏ ପଞ୍ଚାୟତକୁ ଶଟ୍‌ଡାଉନ୍ ଘୋଷଣା କରାଯାଇଛି। ଏନେଇ  ସରପଞ୍ଚ ଆଠମଲ୍ଲିକ ଉପଜିଲ୍ଲାପାଳ ଓ ଆଠମଲ୍ଲିକ ବିଡିଓଙ୍କୁ ଅବଗତ କରାଇଛନ୍ତି।

Advertisment

ଶଟ୍‌ଡାଉନ୍‌ ସମୟରେ ପଞ୍ଚାୟତର ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଏଥିସହ  ଯାନବାହାନ ଚଳାଚଳ ମଧ୍ୟ ବନ୍ଦ ରହିଛି। ଅତି ଜରୁରୀ କାମ ନଥିଲେ ଘରୁ ବାହାରିବାକୁ ନିଷେଧ କରାଯାଇଛି। ଏହି ସମୟରେ କୋଭିଡ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ପଞ୍ଚାୟତବାସୀଙ୍କୁ ସରପଞ୍ଚ ଅନୁରୋଧ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe