Advertisment

କୁଖ୍ୟାତ ହାତୀଦାନ୍ତ ତସ୍କର ଅବଦୁଲ୍ ଗିରଫ

କଟକ: କୁଖ୍ୟାତ ହାତୀଦାନ୍ତ ତସ୍କର ଅବଦୁଲ୍ ଇଜରାଇଲ ଖାନ ଓରଫ୍ ଇଜା ମିଆଁକୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ତା ନାଁରେ ୧୦ରୁ ଅଧିକ ଜଙ୍ଗଲ ଓ ବନ୍ୟପ୍ରାଣୀ ସଂପର୍କିତ ମାମଲା ରହିଛି। ଗତ ଦୁଇବର୍ଷ ହେଲା କ୍ରାଇମବ୍ରାଞ୍ଚ୍ ତାକୁ ଖୋଜୁଥିଲା। ଆଜି କଟକ ନରସିଂହପୁରସ୍ଥିତ ଇଜାର ଘର ଉପରେ ଚଢ଼ଉ କରି କ୍ରାଇମବ୍ରାଞ୍ଚ ତାକୁ ଗିରଫ କରିଛି। ଏହାପରେ ତାକୁ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ପଚାରା ଉଚରା କରାଯାଉଛି। ସେ  ଅନୁଗୁଳ ଓ ଏହାର ଆଖପାଖ ଅଞ୍ଚଳରେ […]

କୁଖ୍ୟାତ ହାତୀଦାନ୍ତ ତସ୍କର ଅବଦୁଲ୍ ଗିରଫ

ijja

Advertisment

କଟକ: କୁଖ୍ୟାତ ହାତୀଦାନ୍ତ ତସ୍କର ଅବଦୁଲ୍ ଇଜରାଇଲ ଖାନ ଓରଫ୍ ଇଜା ମିଆଁକୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ତା ନାଁରେ ୧୦ରୁ ଅଧିକ ଜଙ୍ଗଲ ଓ ବନ୍ୟପ୍ରାଣୀ ସଂପର୍କିତ ମାମଲା ରହିଛି। ଗତ ଦୁଇବର୍ଷ ହେଲା କ୍ରାଇମବ୍ରାଞ୍ଚ୍ ତାକୁ ଖୋଜୁଥିଲା। ଆଜି କଟକ ନରସିଂହପୁରସ୍ଥିତ ଇଜାର ଘର ଉପରେ ଚଢ଼ଉ କରି କ୍ରାଇମବ୍ରାଞ୍ଚ ତାକୁ ଗିରଫ କରିଛି। ଏହାପରେ ତାକୁ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ପଚାରା ଉଚରା କରାଯାଉଛି। ସେ  ଅନୁଗୁଳ ଓ ଏହାର ଆଖପାଖ ଅଞ୍ଚଳରେ ସକ୍ରିୟ ଥିଲା। ସେ ନିଜେ ଗୁଳି କରି ୩ଟି ହାତୀ ଶିକାର କରିଥିବା କ୍ରାଇମବ୍ରାଞ୍ଚ ଆଗରେ ସ୍ୱୀକାର କରିଥିବା ଜଣାପଡ଼ିଛି। ରାଜ୍ୟରେ ଚାଲିଥିବା ହାତୀଦାନ୍ତ ଶିକାରୀଙ୍କ ନେଟୱର୍କ ମଧ୍ୟରୁ ଇଜା ଏକ ନିର୍ଦ୍ଦିଷ୍ଟ ଗ୍ୟାଙ୍ଗର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲା। ତା'ର ବିଦେଶୀ ଲିଙ୍କ୍ ଅଛି କି ନାଇଁ ସେ ସଂପର୍କରେ ମଧ୍ୟ ଖୋଳତାଡ଼ କରାଯାଉଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe