Advertisment

ବାସନ୍ଦର ଶିକାର ହୋଇ ହିନ୍ଦୁ ଦେବାଦେବୀଙ୍କ ଫଟୋ ଫିଙ୍ଗି ଗିରଫ ହେଲେ ଶିକ୍ଷକ

ଉମରକୋଟ(କାର୍ତ୍ତିକ ମଲ୍ଲିକ): ହିନ୍ଦୁ ଦେବାଦେବୀଙ୍କ ଫଟୋ ଫିଙ୍ଗିବା ଓ ମନ୍ତବ୍ୟ ଦେବା ଜଣେ ଶିକ୍ଷକଙ୍କ ପାଇଁ ମହଙ୍ଗା ପଡ଼ିଛି। ତାଙ୍କୁ ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନା ପୁଲିସ ଗତକାଲି ଗିରଫ କରିଛି। ଦେବାଦେବୀଙ୍କ ଫଟୋ ନଦୀରେ ଫିଙ୍ଗିବା ଓ ମନ୍ତବ୍ୟ ଦେଇଥିବା ଶିକ୍ଷକ ସ୍ୱୀକାର କରିଥିବା ପୁଲିସ ପ୍ରକାଶ କରିଛି। ରାଇଘର ବ୍ଲକ୍ ଅନ୍ତର୍ଗତ କୁନ୍ଦେଇ ଗାଁର କୁମେଶ୍ୱର ଦାସ ଜଣେ ଶିକ୍ଷକ। ସେ ଖୁଡୁକୁ କ୍ଲଷ୍ଟରର ସିଆରସିସି ଭାବେ କାର୍ଯ୍ୟରତ ଅଛନ୍ତି। ଗତ ରବିବାର କୁମେଶ୍ୱର […]

ବାସନ୍ଦର ଶିକାର ହୋଇ ହିନ୍ଦୁ ଦେବାଦେବୀଙ୍କ ଫଟୋ ଫିଙ୍ଗି ଗିରଫ ହେଲେ ଶିକ୍ଷକ

kunduli-police-arrest-teacher

Advertisment

ଉମରକୋଟ(କାର୍ତ୍ତିକ ମଲ୍ଲିକ): ହିନ୍ଦୁ ଦେବାଦେବୀଙ୍କ ଫଟୋ ଫିଙ୍ଗିବା ଓ ମନ୍ତବ୍ୟ ଦେବା ଜଣେ ଶିକ୍ଷକଙ୍କ ପାଇଁ ମହଙ୍ଗା ପଡ଼ିଛି। ତାଙ୍କୁ ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନା ପୁଲିସ ଗତକାଲି ଗିରଫ କରିଛି। ଦେବାଦେବୀଙ୍କ ଫଟୋ ନଦୀରେ ଫିଙ୍ଗିବା ଓ ମନ୍ତବ୍ୟ ଦେଇଥିବା ଶିକ୍ଷକ ସ୍ୱୀକାର କରିଥିବା ପୁଲିସ ପ୍ରକାଶ କରିଛି।

Advertisment

ରାଇଘର ବ୍ଲକ୍ ଅନ୍ତର୍ଗତ କୁନ୍ଦେଇ ଗାଁର କୁମେଶ୍ୱର ଦାସ ଜଣେ ଶିକ୍ଷକ। ସେ ଖୁଡୁକୁ କ୍ଲଷ୍ଟରର ସିଆରସିସି ଭାବେ କାର୍ଯ୍ୟରତ ଅଛନ୍ତି। ଗତ ରବିବାର କୁମେଶ୍ୱର ହିନ୍ଦୁ ଦେବାଦେବୀଙ୍କୁ ଆକ୍ଷେପ କରି ମନ୍ତବ୍ୟ ଦେଇଥିଲେ। ଏପରିକି ନିଜ ଘରେ ଥିବା ଦେବାଦେବୀଙ୍କ ଫଟୋକୁ ନଦୀରେ ଫିଙ୍ଗି ଦେଇଥିଲେ। ଯାହାର ଭିଡ଼ିଓ ରେକର୍ଡ଼ିଂ କରି ସୋଶାଲ ମିଡ଼ିଆରେ ଭାଇରାଲ୍‌ କରାଇଥିଲେ।

ସାର୍‌ଙ୍କ ଏପରି କର୍ଯ୍ୟକ୍ରମ ହିନ୍ଦୁ ଧର୍ମର ଲୋକଙ୍କ ଅସ୍ଥାକୁ ଆଘାତ ଦେଇଥିଲା। ଯାହାର ପ୍ରତିବାଦ କରିଥିଲେ ସ୍ଥାନୀୟ ଲୋକେ। ଏନେଇ ସ୍ଥାନୀୟ ଲୋକେ କୁନ୍ଦେଇ ଥାନାରେ ଗତକାଲି ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ପୁଲିସ ମାମଲା ରୁଜୁ କରି ଶିକ୍ଷକ କୁମେଶ୍ୱର ଦାସଙ୍କୁ ଗିରଫ ପରେ କୋର୍ଟ ଚଲାଣ କରିଛି। ଘଟଣାକୁ ସାର୍‌ ସ୍ୱୀକାର କରିଛନ୍ତି। ନିଜ ପରିବାର ପ୍ରତି ହେଉଥିବା ସାମାଜିକ ଅଛୁଆଁ ଭାବ ପାଇଁ ଏଭଳି କରିଥିବା ସେ ପୁଲିସକୁ କରିଛନ୍ତି।

Advertisment

ଅଭିଯୋଗରୁ ପ୍ରକାଶ, ଶିକ୍ଷକ କୁମେଶ୍ୱର ଦାସ ହେଉଛନ୍ତି ଜଣେ ଏସ୍‌ସି ସମ୍ପ୍ରଦାୟର ବ୍ୟକ୍ତି। ସେଥିପାଇଁ ଗାଁରେ ତାଙ୍କ ପରିବାର ପ୍ରତି ନାନା କଟକଣା ରହିଛି। ଯେଉଁଥିପାଇଁ ସେ ଠାକୁର ପୂଜା କରିପାରୁ ନାହାନ୍ତି। ସେଥିପାଇଁ ସେ ମାନସିକ ଭାବେ ନିଜର ସନ୍ତୁଳନ ହରାଇ ଏପରି କରିଥିବା ଅଭିଯୋଗ ହେଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe