ଭୁବନେଶ୍ୱର: କୋରାପୁଟ ଜିଲ୍ଲା କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାର ତଦନ୍ତ ଆଗେଇଛି। ସନ୍ଦିଗ୍ଧଙ୍କୁ ପଚରାଉଚୁରା କରାଯାଉଛି। କିଛି ତଥ୍ୟ ମିଳିଛି, ତା’ ଉପରେ ତଦନ୍ତ ଚାଲିଛି। ଆବଶ୍ୟକ ପଡ଼ିଲେ ବାରମ୍ବାର ବୟାନ ବଦଳାଉଥିବା ସନ୍ଦିଗ୍ଧଙ୍କ ଲାଇ ଡିଟେକ୍ସନ ଟେଷ୍ଟ ହୋଇପାରେ ବୋଲି କହିଛନ୍ତି ପୋଲିସ ଡିଜିପି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା।
ସେ ଆହୁରି କହିଛନ୍ତି,“ଘଟଣାରେ ସୁରକ୍ଷା କର୍ମୀ କିମ୍ବା ମାଓବାଦୀଙ୍କ ହାତ ଥିବା ନେଇ ଏଯାଏଁ କିଛି ତଥ୍ୟ ମିଳିନି। ମାମଲାର ତଦନ୍ତ ଆଶାଜନକ ଭାବେ ଆଗେଇ ଚାଲିଛି। ଆଉ କିଛି ତଥ୍ୟ ମିଳିବା ପରେ ତଦନ୍ତ ଅଧିକ ଆଗେଇ ପାରିବ।”
ସୂଚନାଯୋଗ୍ୟ, ଗତ ଅକ୍ଟୋବର ୧୦ ତାରିଖରେ କୋରାପୁଟ ଜିଲ୍ଲାରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ୪ ଜଣ ଯବାନ ଏହି ଦୁଷ୍କର୍ମ କରିଥିବା ପୀଡ଼ିତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ଗୁରୁତର ଅବସ୍ଥାରେ ପୀଡ଼ିତା ନାବାଳିକାକୁ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା।
ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିଲା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ପୋଲିସ ଛାଡ଼ି ଦେଥିବା ବେଳେ ଅନ୍ୟତମ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଛି। ଗତ ସୋମବାର ଦିନ କୋରାପୁଟ ଜିଲ୍ଲାରେ କଂଗ୍ରେସ ୭ ଘଣ୍ଟିଆ ବନ୍ଦ ପାଳନ କରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us