Advertisment

କୁନ୍ଦୁଲି ଗଣଦୁଷ୍କର୍ମ ଘଟଣା: ଅଭିଯୁକ୍ତଙ୍କ ଗିରଫ ଦାବିରେ କଂଗ୍ରେସର ପଦଯାତ୍ରା

କୋରାପୁଟ: କୋରାପୁଟ ଜିଲ୍ଲା କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାକୁ ନେଇ ତେଜୁଛି ଜନ ଅସନ୍ତୋଷ। ସରଗରମ ରହିଛି ରାଜନୀତି। ଅପରାଧୀଙ୍କୁ ଏଯାଏଁ ପୋଲିସ ଗିରଫ କରି ପାରି ନ ଥିବାରୁ ଏହାର ପ୍ରତିବାଦରେ ଆଜିଠାରୁ ଜିଲ୍ଲାରେ ପଦଯାତ୍ରା ଆରମ୍ଭ କରିଛି କଂଗ୍ରେସ। ପୀଡ଼ିତାଙ୍କ ଗାଁରୁ ଆରମ୍ଭ ହୋଇଛି ଏହି ପଦଯାତ୍ରା। ଆସନ୍ତାକାଲି ଡିଆଇଜିଙ୍କ କାର୍ଯ୍ୟାଳୟରେ ପଦଯାତ୍ରା ପହଞ୍ଚିବ। ‘ଦେଓମାଳିର ନିର୍ଭୟା ସନ୍ଦେଶ’ ନାଁରେ ଏହି ପଦଯାତ୍ରା କରୁଛି ଦଳ।  ପଦଯାତ୍ରାରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ସହ ମହିଳା ମୋର୍ଚ୍ଚା ସଭାନେତ୍ରୀ ସସ୍ମିତା ବେହେରା, ବିଧାୟକ କୃଷ୍ଣ ସଗରିଆ, କୈଳାସ କୁଲସେକା, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଓ ପୂର୍ବତନ ସାଂସଦ ପ୍ରଦୀପ ମାଝି ସାମିଲ ହୋଇଛନ୍ତି। <a href="">(image) </a>

ସୂଚନାଯୋଗ୍ୟ ଯେ, ଗତକାଲି ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଜିଲ୍ଲା କଂଗ୍ରେସ ପକ୍ଷରୁ  ୭ ଘଣ୍ଟିଆ କୋରାପୁଟ ବନ୍ଦ ପାଳନ କରାଯାଇଥିଲା। ସେହିପରି ଗଣଦୁଷ୍କର୍ମ ଘଟଣାର ପ୍ରତିବାଦରେ ମାଓ ସଂଗଠନ ଆନ୍ଧ୍ର ଓଡ଼ିଶା ବୋର୍ଡର ସ୍ପେଶାଲ୍ ଜୋନାଲ୍ କମିଟି ପକ୍ଷରୁ ମଧ୍ୟ ୧୨ ଘଣ୍ଟିଆ କୋରାପୁଟ ବନ୍ଦ ଡାକରା ଦିଆଯାଇଥିଲା।

author-image
Ordigital Desk