- Videos
- Odisha
- କୁନ୍ଦୁଲି ଗଣଦୁଷ୍କର୍ମ ଘଟଣା: ଅଭିଯୁକ୍ତଙ୍କୁ ଗିରଫ ଦାବିରେ କୋରାପୁଟ ବନ୍ଦ
କୁନ୍ଦୁଲି ଗଣଦୁଷ୍କର୍ମ ଘଟଣା: ଅଭିଯୁକ୍ତଙ୍କୁ ଗିରଫ ଦାବିରେ କୋରାପୁଟ ବନ୍ଦ
- Published: Monday, 16 October 2017
- , Updated: 16 October 2017, 06:28 AM IST

କୋରାପୁଟ: କୋରାପୁଟ ଜିଲ୍ଲା କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାର ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ୭ ଘଣ୍ଟିଆ କୋରାପୁଟ ବନ୍ଦ ପାଳନ କରାଯାଉଛି। ସକାଳ ୬ରୁ ଅପରାହ୍ନ ଗୋଟାଏ ଯାଏଁ ବିଭିନ୍ନ ସରକାରୀ ଓ ଘରୋଇ ଅନୁଷ୍ଠାନ ସମେତ ଜିଲ୍ଲାବ୍ୟାପୀ ଚକ-ଅଖ ବନ୍ଦ ରହିଛି। ଲମତାପୁଟରେ ବି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ସମସ୍ତ ଦୋକାନ ବଜାର ସହ ବସ୍‌ ଚଳାଚଳ ବନ୍ଦ ରହିଛି। ବସ୍‌ଗୁଡ଼ିକ ବିଭିନ୍ନ ସ୍ଥାନରେ ଅଟକି ରହିଛି। କୋରାପୁଟ-ଜୟପୁର, ଦାମନଯୋଡ଼ି ଓ ବିଜୟନଗରମ୍‌କୁ ବସ୍ ଯାତାୟତ ବନ୍ଦ ରହିଛି। ଫଳରେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି।

ସେହିପରି ଗଣଦୁଷ୍କର୍ମ ଘଟଣାର ପ୍ରତିବାଦରେ ମାଓ ସଂଗଠନ ଆନ୍ଧ୍ର ଓଡ଼ିଶା ବୋର୍ଡର ସ୍ପେଶାଲ୍ ଜୋନାଲ୍ କମିଟି ପକ୍ଷରୁ ମଧ୍ୟ ଆଜି ୧୨ ଘଣ୍ଟିଆ କୋରାପୁଟ ବନ୍ଦ ଡାକରା ଦିଆଯାଇଛି।

(image)

ଗତକାଲିଠୁ ବିଜେଡିର ଅନୁସୂଚିତ ଜାତି ସେଲର ଏକ ଟିମ୍ କୋରାପୁଟ ଅଭିମୁଖେ ଯାଇଛି। ଟିମର ସଦସ୍ୟମାନେ ପୀଡ଼ିତା, ପରିବାର ସଦସ୍ୟ ଏବଂ ପୋଲିସକୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବେ।