Advertisment

କେନ୍ଦ୍ରୀୟ ବିଦ୍ୟାଳୟ-୧ ଛାତ୍ର ପଜିଟିଭ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନକୁ ବ୍ୟାପିଲାଣି କରୋନା । ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୧ ର ଜଣେ ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଭାଇସ୍ ପ୍ରିନ୍ସିପାଲ ଉପେନ୍ଦ୍ର ସିଂଙ୍କ ସୂଚନା ଅନୁସାରେ, ପୂର୍ବରୁ ଛାତ୍ରଙ୍କ ବାପା ପଜିଟିଭ ଚିହ୍ନଟ ହୋଇଥିଲେ।  ଛାତ୍ର ଜଣକ ଗତ ଶନିବାର ଗୋଟିଏ ଦିନ ପରୀକ୍ଷା ଦେବାକୁ ସ୍କୁଲ ଆସିଥିଲେ। ଏହାପରଠାରୁ ସେ ଘରେ ଅଛନ୍ତି । ତେବେ ଛାତ୍ରଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । […]

ଅଦ୍ୟତନ ହୋଇଛି
ରାଜ୍ୟରେ ୧୩୭୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ସୁନ୍ଦରଗଡ଼ରେ ପୁଣି ୩୦୦ ଉପରେ

corona

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନକୁ ବ୍ୟାପିଲାଣି କରୋନା । ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୧ ର ଜଣେ ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

Advertisment

ଭାଇସ୍ ପ୍ରିନ୍ସିପାଲ ଉପେନ୍ଦ୍ର ସିଂଙ୍କ ସୂଚନା ଅନୁସାରେ, ପୂର୍ବରୁ ଛାତ୍ରଙ୍କ ବାପା ପଜିଟିଭ ଚିହ୍ନଟ ହୋଇଥିଲେ।  ଛାତ୍ର ଜଣକ ଗତ ଶନିବାର ଗୋଟିଏ ଦିନ ପରୀକ୍ଷା ଦେବାକୁ ସ୍କୁଲ ଆସିଥିଲେ। ଏହାପରଠାରୁ ସେ ଘରେ ଅଛନ୍ତି । ତେବେ ଛାତ୍ରଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଏନେଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଭାଇସ ପ୍ରିନ୍ସିପାଲ କହିଛନ୍ତି ।

ଭାଇସ ପ୍ରିନ୍ସିପାଲ କହିଛନ୍ତି, ରବିବାର ରାତିରେ ଛାତ୍ରଜଣକ ଶନିବାର ପରୀକ୍ଷା ଦେଇ ଯାଇଛନ୍ତି। ଏହାପରେ ରବିବାର ରାତି ୧୦ଟାରେ ତାଙ୍କ ବାପା ଫୋନ୍‌ କରି ନିଜେ କୋଭିଡ ପଜିଟିଭ ହୋଇଥିବା ଜଣାଇଲେ। ଏହାପରେ ପିଲାକୁ ସ୍କୁଲ ଆସିବାକୁ ବାରଣ କରାଯାଇଛି। ବିଏମ୍‌ସିକୁ ଅବଗତ କରାଯାଇଛି।  ପିଲାଟି ନିକଟରେ କୌଣସି ଲକ୍ଷଣ ନ ଥିଲା। ହେଲେ ଟେଷ୍ଟିଂରୁ ପିଲାଟିର ରିପୋର୍ଟ ପଜିଟିଭ ଆସିଥିବା ବେଳେ ମା’ର ରିପୋର୍ଟ ନେଗେଟିଭ ଆସିଛି।

Advertisment

ସେପଟେ ଆଜି ବିଦ୍ୟାଳୟର ଅନ୍ୟ ଛାତ୍ରଛାତ୍ରୀଙ୍କ ନମୁନା ପରୀକ୍ଷା କରିବ BMC ।  ମିଳିଥିବା ସୂଚନା ଅନୁସାରେ ରାଜଧାନୀର ସମସ୍ତ କେନ୍ଦ୍ରୀୟ ବିଦ୍ୟାଳୟରେ ବିଏମସି ପକ୍ଷରୁ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ଟେଷ୍ଟିଂ କରାଯିବା ସମ୍ଭାବନା ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe