river
ମୋହନା(ମିହିର ଜତି): ନଦୀ ପାର ହୋଇ ପିଲାମାନେ ପାଠ ପଢ଼ିବା ପାଇଁ କଲେଜ ଯାଇଥିଲେ। ଗତକାଲିଠୁ ଯାଇଛନ୍ତି ଯେ ଆଜି ପର୍ଯ୍ୟନ୍ତ ଘରକୁ ଫେରି ପାରି ନାହାନ୍ତି। ଲଘୁଚାପ ଜନିତ ବର୍ଷା ଯୋଗୁ ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁ ପିଲାମାନେ ଘରକୁ ଫେରି ନପାରି ସର୍ମ୍ପକୀୟଙ୍କ ଘରେ ରହିଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଳକ୍ରେ।
ମୋହନା ବ୍ଳକ୍ ଦେଇ ଯାଇଛି ହରଭଙ୍ଗି ନଦୀ। ଏହି ନଦୀରେ ପୋଲ ନିର୍ମାଣ କାର୍ଯ୍ୟ ଚାଲିଥିଲେ ମଧ୍ୟ ଏପର୍ଯ୍ୟନ୍ତ କାମ ସରି ନାହିଁ। ଫଳରେ ନଦୀ ଆରପଟରେ ଥିବା ଧନୁପଙ୍କ, ବାଢ଼େଇପୁର, ଗୁଡୁରିଗୁଡା ଓ ନୂଆସାହି ଗାଁରେ ବସବାସ କରୁଥିବା ୧୦୦୦ରୁ ଅଧିକ ଲୋକ ନଦୀ ପାର ହୋଇ ସ୍କୁଲ୍, କଲେଜ୍, ମେଡିକାଲ୍, ପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ଳକ୍ କାର୍ଯ୍ୟାଳୟ ସମେତ ଦୈନନ୍ଦିନ ହାଟ ବଜାର ପାଇଁ ମୋହନା ବଜାରକୁ ଯାଇଥାନ୍ତି। ଗତକାଲି ଗୁଡୁରିଗୁଡାର ୫ ଜଣ ପିଲା ହରଭଙ୍ଗି ନଦୀ ପାର ମୋହନା କଲେଜ ଯାଇଥିଲେ। ଗତକାଲି ମଧ୍ୟାହ୍ନ ସମୟରେ ନଦୀର ଜଳସ୍ତର ହଠାତ୍ ବୃଦ୍ଧି ପାଇଥିବାରୁ ପିଲାମାନେ ନଦୀ ପାର ହୋଇ ଘରକୁ ଫେରି ପାରି ନାହାନ୍ତି। ସେମାନେ ମୋହନାରେ ଥିବା ସର୍ମ୍ପକୀୟଙ୍କ ଘରେ ରହି ଯାଇଛନ୍ତି। ପାଣି କମିଲେ ପିଲାମାନେ ଘରକୁ ଆସିବେ ବୋଲି ସୂଚନା ମିଳିଛି।
ହରଭଙ୍ଗି ନଦୀର ଜଳ ସ୍ତର ବୃଦ୍ଧି ପାଇବା ଯୋଗୁ ଧନୁପଙ୍କ, ବାଢ଼େଇପୁର, ଗୁଡୁରିଗୁଡା ଓ ନୂଆସାହିଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଅତ୍ୟନ୍ତ ଜରୁରୀ କାମରେ ଲୋକମାନେ ପାହାଡ଼ ଉପରେ ଚଢ଼ି ମୋହନା ବଜାରକୁ ଯିବା ଆସିବା କରିଥାନ୍ତି।
ହରଭଙ୍ଗି ନଦୀରେ ୨୦୨୧ରେ ମସିହାରେ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାମ ଶେଷ ହୋଇ ନାହିଁ। ଫଳରେ ଲୋକମାନେ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୋଲ ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/09/Untitled-1-34.jpg)