ଦିନେ କଳାକାର ହେବାକୁ ଯାହାକୁ ଓଡ଼ିଶାରେ ସଂଘର୍ଷ କରିବାକୁ ପଡ଼ୁଥିଲା ସେ ଏବେ ମାୟା ନଗରୀ ମୁମ୍ବାଇରେ ବେଶ୍ ଚିହ୍ନା ମୁହଁ। ଦିନେ ଓଲିଉଡରେ ଜାଗା ପାଇବାକୁ କାନ୍ଦି କାନ୍ଦି ଗୁହାରି କରୁଥିବା ଯୁବକଙ୍କୁ କୋଳେଇ ନେଇଛି ବଲିଉଡ଼ । ଅଡିସନ ଦେବାକୁ ନିଜ ରାଜ୍ୟରେ ଯାହାକୁ ଟଙ୍କା ମଗା ଯାଉଥିଲା, ସେ ଏବେ ବାହାର ରାଜ୍ୟରେ ବେଶ୍ ସ୍ୱଚ୍ଛଳ ଜୀବନ ବଞ୍ଚୁଛି। କେତେବେଳେ ସିରିଏଲ ତ କେତେବେଳେ ପାଉଛି ଫିଲ୍ମ ଅଫର। କାମ ପରେ କାମ କିନ୍ତୁ ମିଳି ଚାଲିଛି। ବିନା ଗଡ ଫାଦରରେ ନିଜ ସଂଘର୍ଷ ବଳରେ ଯୁବକଜଣକ ତିଆରି କରି ପାରିଛନ୍ତି ସ୍ୱତନ୍ତ୍ର ପରିଚୟ। ଇଚ୍ଛା ଶକ୍ତି ଆଗରେ ହାର ମାନିଛି ସବୁ ପ୍ରତିବନ୍ଧକ । ଏପରି ଜଣେ କଳାକାର ହେଉଛନ୍ତି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ବୋରଦା ଗାଁର ଚନ୍ଦୁ ନାୟକ।