/odisha-reporter/media/post_attachments/uploads/2021/01/labour-dead.jpg)
labour dead
ପାଟଣାଗଡ଼(ବଂଶୀଧର ସେଠ): ବିଧାୟକଙ୍କ ଘରେ କାମ କରୁଥିବା ବେଳେ ଟଳି ପଡିଲେ ଶ୍ରମିକ । ଆଜି ସକାଳେ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଘରେ ଏଭଳି ଅଘଟଣ ଘଟିଛି । ତାଙ୍କ ଘରେ କାମ କରୁଥିବାବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଚିଙ୍ଗିରଆ ଗାଁର ଡିଙ୍ଗର ବରିହା । ତାଙ୍କ ବୟସ ୪୬ ବର୍ଷ ।
Advertisment
ମିଳିଥିବା ସୂଚନା ମୁତାବକ, ଆଜି ସକାଳୁ ବିଧାୟକଙ୍କ ଘର ଛାତ ସ୍ଲାପ ଖୋଲାଯାଉଥିଲା । ଏହି ସମୟରେ ସେଠାରେ ଥିବା ଜଣେ ଶ୍ରମିକ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ରିପୋର୍ଟ ଲେଖାହେବା ଯାଏଁ ମୃତକଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
