Advertisment

ବିଜେଡି ବିଧାୟକଙ୍କ ଘରେ ଅଘଟଣ, ଜଣେ ଶ୍ରମିକଙ୍କ ମୃତ୍ୟୁ

ପାଟଣାଗଡ଼(ବଂଶୀଧର ସେଠ): ବିଧାୟକଙ୍କ ଘରେ କାମ କରୁଥିବା ବେଳେ ଟଳି ପଡିଲେ ଶ୍ରମିକ । ଆଜି ସକାଳେ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଘରେ ଏଭଳି ଅଘଟଣ ଘଟିଛି । ତାଙ୍କ ଘରେ କାମ କରୁଥିବାବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଚିଙ୍ଗିରଆ ଗାଁର ଡିଙ୍ଗର ବରିହା । ତାଙ୍କ ବୟସ ୪୬ ବର୍ଷ । ମିଳିଥିବା ସୂଚନା ମୁତାବକ, ଆଜି ସକାଳୁ ବିଧାୟକଙ୍କ ଘର ଛାତ ସ୍ଲାପ ଖୋଲାଯାଉଥିଲା […]

ବିଜେଡି ବିଧାୟକଙ୍କ ଘରେ ଅଘଟଣ, ଜଣେ ଶ୍ରମିକଙ୍କ ମୃତ୍ୟୁ

labour dead

Advertisment

ପାଟଣାଗଡ଼(ବଂଶୀଧର ସେଠ): ବିଧାୟକଙ୍କ ଘରେ କାମ କରୁଥିବା ବେଳେ ଟଳି ପଡିଲେ ଶ୍ରମିକ । ଆଜି ସକାଳେ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଘରେ ଏଭଳି ଅଘଟଣ ଘଟିଛି । ତାଙ୍କ ଘରେ କାମ କରୁଥିବାବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଚିଙ୍ଗିରଆ ଗାଁର ଡିଙ୍ଗର ବରିହା । ତାଙ୍କ ବୟସ ୪୬ ବର୍ଷ ।

Advertisment

ମିଳିଥିବା ସୂଚନା ମୁତାବକ, ଆଜି ସକାଳୁ ବିଧାୟକଙ୍କ ଘର ଛାତ ସ୍ଲାପ ଖୋଲାଯାଉଥିଲା । ଏହି ସମୟରେ ସେଠାରେ ଥିବା ଜଣେ ଶ୍ରମିକ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ରିପୋର୍ଟ ଲେଖାହେବା ଯାଏଁ ମୃତକଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡିଛି।

BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe