Advertisment

ପ୍ରେମିକକୁ ଟ୍ରାନ୍ସଫର କରିଥିଲେ ୯୭ ଲକ୍ଷ, ବନ୍ଧା ହେଲେ ଲେଡି ଆକାଉଣ୍ଟାଣ୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚୁଟିଆ ମୂଷା ଭଳି ଧୀରେ ଧୀରେ କଲେଜ ଆକାଉଣ୍ଟରୁ ଟଙ୍କା ଖୋଳ କରି ଚାଲିଥିଲେ। ଆଜି ବାପାଙ୍କ ଦେହ ଖରାପ ଅଛି। କାଲି ଘରେ ଅସୁବିଧା ଅଛି। ଏମତି ରିତିମତ ବାହାନା ଦେଖାଉଥିଲେ। କଲେଜ ଟଙ୍କାକୁ ଲୁଚେଇ ଫୋନ ପେ’ ଓ ଆକାଉଣ୍ଟ ଟ୍ରାନ୍ସଫର ଜରିଆରେ ବୟ ଫ୍ରେଣ୍ଡକୁ ପଠାଇ ଚାଲିଥିଲେ। ଶେଷରେ ଧରାପଡ଼ିଯାଇଛି ସବୁ ବାହାନା। ଚୋରଣି ଧରାପଡ଼ିଛି। ସମ୍ମାନ ସହ ପଦବୀ ମଧ୍ୟ ଯାଇଛି। ଭୁବନେଶ୍ୱର ତମାଣ୍ଡୋ ସ୍ଥିତ ସିଭିରମଣ […]

ଅଦ୍ୟତନ ହୋଇଛି
ପ୍ରେମିକକୁ ଟ୍ରାନ୍ସଫର କରିଥିଲେ ୯୭ ଲକ୍ଷ, ବନ୍ଧା ହେଲେ ଲେଡି ଆକାଉଣ୍ଟାଣ୍ଟ

97-Lakha-lote

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚୁଟିଆ ମୂଷା ଭଳି ଧୀରେ ଧୀରେ କଲେଜ ଆକାଉଣ୍ଟରୁ ଟଙ୍କା ଖୋଳ କରି ଚାଲିଥିଲେ। ଆଜି ବାପାଙ୍କ ଦେହ ଖରାପ ଅଛି। କାଲି ଘରେ ଅସୁବିଧା ଅଛି। ଏମତି ରିତିମତ ବାହାନା ଦେଖାଉଥିଲେ। କଲେଜ ଟଙ୍କାକୁ ଲୁଚେଇ ଫୋନ ପେ’ ଓ ଆକାଉଣ୍ଟ ଟ୍ରାନ୍ସଫର ଜରିଆରେ ବୟ ଫ୍ରେଣ୍ଡକୁ ପଠାଇ ଚାଲିଥିଲେ। ଶେଷରେ ଧରାପଡ଼ିଯାଇଛି ସବୁ ବାହାନା। ଚୋରଣି ଧରାପଡ଼ିଛି। ସମ୍ମାନ ସହ ପଦବୀ ମଧ୍ୟ ଯାଇଛି। ଭୁବନେଶ୍ୱର ତମାଣ୍ଡୋ ସ୍ଥିତ ସିଭିରମଣ ଇଞ୍ଜିନିୟରିଂ କଲେଜରେ ଏଭଳି ଘଟଣା ଘଟିଛି। ପୁଲିସ ଏହି ଚୋରଣି ଆକାଉଣ୍ଟାଣ୍ଟକୁ ଗିରଫ କରିଛି। ତାଙ୍କ ନାମ ପାୟଲ ମହାପାତ୍ର। ଏଥିସହ ତାଙ୍କ ପ୍ରେମିକ ତଥା ଉକ୍ତ କଲେଜର ପୂର୍ବତନ ଛାତ୍ରଙ୍କୁ ଧରିବାକୁ ଝାରଖଣ୍ଡକୁ ସ୍ୱତନ୍ତ୍ର ଟିମ୍ ପଠାଇଛି।

Advertisment

ଏନେଇ ତଦନ୍ତକାରୀ ଅଧିକାରୀ କହିଛନ୍ତି, ସମ୍ପୃକ୍ତ ଯୁବତୀ କଲେଜରେ ଆକାଉଣ୍ଟାଣ୍ଟ ଥିଲେ। ତାଙ୍କ ଗତିବିଧି ଉପରେ ସନ୍ଦେହ କରି କଲେଜ ପକ୍ଷରୁ ଅଡିଟି ହୋଇଥିଲା। ଯେଉଁଥିରେ ଏହି ଲେଡି ଆକାଉଣ୍ଟାଣ୍ଟ ପ୍ରାୟ ୯୭ ଲକ୍ଷ ଟଙ୍କା ହଡ଼ପ କରିଥିବା ଜଣାପଡ଼ିଥିଲା। କଲେଜ ପକ୍ଷରୁ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା। ସମ୍ପୃକ୍ତ ମହିଳା ଆକାଉଣ୍ଟାଣ୍ଟଙ୍କୁ ପଚରାଉଚରା ବେଳେ ସେ ସବୁ ସତ ମାନି ଯାଇଛନ୍ତି। ତେଣୁ ତାଙ୍କୁ ଗିରଫ କରାଯାଇଛି। ଟଙ୍କା ଉଦ୍ଧାର ନିମନ୍ତେ ପଦକ୍ଷେପ ନିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe