Advertisment

ସ୍ୱାମୀଙ୍କ ପରକୀୟାର ପରିଣତି ! ଘରେ ପଶି ମାଆ ଝିଅଙ୍କୁ ହାଣିଲା ଯୁବତୀ

ବାଲେଶ୍ୱର (ରଣଜିତ୍‌ ପାକଳ): ବାଲେଶ୍ୱର ଜିଲ୍ଲା ଟାଉନ୍‌ ଥାନା ଅନ୍ତର୍ଗତ ପାତ୍ରପଡ଼ା ପଲୁଆ ଗାଁରେ ଆଜି ଏକ ଅଘଟଣ ଘଟିଛି। ଜଣେ ଯୁବତୀ ନିଜ ଗାଁରେ ଘଟାଇଛି ବର୍ବର କାଣ୍ଡ। ଘରେ ପଶି ସେ ମାଆ ଓ ୩ ବର୍ଷର ଝିଅକୁ ମରଣାନ୍ତକ ଆକ୍ରମଣ କରିଛି। ଅପରାହ୍ନରେ ଯୁବତୀ ଜଣକ ହଠାତ୍ ଉକ୍ତ ମହିଳାଙ୍କ ଘରକୁ ପଶି ଆସିଥିଲା। ହାତରେ ଧରିଥାଏ ଏକ ଟାଙ୍ଗିଆ। କେହି କିଛି କହିବା ଆଗରୁ ସେ ପ୍ରଥମେ ପାଖରେ ଶୋଇଥିବା ୩ […]

ଅଦ୍ୟତନ ହୋଇଛି
ସ୍ୱାମୀଙ୍କ ପରକୀୟାର ପରିଣତି ! ଘରେ ପଶି ମାଆ ଝିଅଙ୍କୁ ହାଣିଲା ଯୁବତୀ

vlcsnap-6926-08-15-01h13m19s385

Advertisment

ବାଲେଶ୍ୱର (ରଣଜିତ୍‌ ପାକଳ): ବାଲେଶ୍ୱର ଜିଲ୍ଲା ଟାଉନ୍‌ ଥାନା ଅନ୍ତର୍ଗତ ପାତ୍ରପଡ଼ା ପଲୁଆ ଗାଁରେ ଆଜି ଏକ ଅଘଟଣ ଘଟିଛି। ଜଣେ ଯୁବତୀ ନିଜ ଗାଁରେ ଘଟାଇଛି ବର୍ବର କାଣ୍ଡ। ଘରେ ପଶି ସେ ମାଆ ଓ ୩ ବର୍ଷର ଝିଅକୁ ମରଣାନ୍ତକ ଆକ୍ରମଣ କରିଛି।

Advertisment

ଅପରାହ୍ନରେ ଯୁବତୀ ଜଣକ ହଠାତ୍ ଉକ୍ତ ମହିଳାଙ୍କ ଘରକୁ ପଶି ଆସିଥିଲା। ହାତରେ ଧରିଥାଏ ଏକ ଟାଙ୍ଗିଆ। କେହି କିଛି କହିବା ଆଗରୁ ସେ ପ୍ରଥମେ ପାଖରେ ଶୋଇଥିବା ୩ ବର୍ଷର ଶିଶୁ କନ୍ୟାକୁ ଆକ୍ରମଣ କରି ହାଣି ପକାଇଲା। ଏହା ଦେଖି ଉକ୍ତ ଶିଶୁକନ୍ୟାର ମା’ ବିରୋଧ କରିବାରୁ ତାଙ୍କୁ ମଧ୍ୟ ହାଣି ପକାଇଲା ଉକ୍ତ ଯୁବତୀ।

ଗୁରୁତର ଅବସ୍ଥାରେ ଉଭୟ ମା’ ଝିଅଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମହିଳା ଜଣକ ନିଜ ସ୍ୱାମୀଙ୍କର କୌଣସି ଅନୈତିକ ସମ୍ପର୍କକୁ ଆଧାର କରି ଏଭଳି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି। ପୋଲିସ ଘଟଣାର ତଦନ୍ତ କରୁଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe