Advertisment

ଲିଙ୍ଗ ନିରୂପଣ ମହଙ୍ଗା ପଡ଼ିଲା: ଡାକ୍ତରାଣୀଙ୍କୁ ଅଢ଼େଇ ବର୍ଷ ଜେଲ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବେଆଇନ ଲିଙ୍ଗ ନିରୂପଣ ଓ ଗର୍ଭପାତ କରିବା ମାମଲାରେ ରାଜଧାନୀ ଭୁବନେଶ୍ୱରର ଜଣେ ଡାକ୍ତରାଣୀଙ୍କୁ ଅଢ଼େଇ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ଏହାସହିତ ତାଙ୍କୁ ୯ହଜାର ଟଙ୍କା ଜୋରିମାନା ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱରର ଜୟଦେବ ବିହାର ଅଂଚଳରେ ଥିବା ନିଜ କ୍ଲିନିକରେ ଡାକ୍ତରାଣୀ ଜଣଙ୍କ ୨୦୧୯ ଅଗଷ୍ଟ ମାସରେ ବେଆଇନ ଭାବେ ଲିଙ୍ଗ ନିରୂପଣ ଓ ଗର୍ଭପାତ କରିଥିବାର ଅଭିଯୋଗ ହେବା […]

ଅଦ୍ୟତନ ହୋଇଛି
ଲିଙ୍ଗ ନିରୂପଣ ମହଙ୍ଗା ପଡ଼ିଲା: ଡାକ୍ତରାଣୀଙ୍କୁ ଅଢ଼େଇ ବର୍ଷ ଜେଲ୍‌

jail

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବେଆଇନ ଲିଙ୍ଗ ନିରୂପଣ ଓ ଗର୍ଭପାତ କରିବା ମାମଲାରେ ରାଜଧାନୀ ଭୁବନେଶ୍ୱରର ଜଣେ ଡାକ୍ତରାଣୀଙ୍କୁ ଅଢ଼େଇ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ଏହାସହିତ ତାଙ୍କୁ ୯ହଜାର ଟଙ୍କା ଜୋରିମାନା ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Advertisment

ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱରର ଜୟଦେବ ବିହାର ଅଂଚଳରେ ଥିବା ନିଜ କ୍ଲିନିକରେ ଡାକ୍ତରାଣୀ ଜଣଙ୍କ ୨୦୧୯ ଅଗଷ୍ଟ ମାସରେ ବେଆଇନ ଭାବେ ଲିଙ୍ଗ ନିରୂପଣ ଓ ଗର୍ଭପାତ କରିଥିବାର ଅଭିଯୋଗ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ଉକ୍ତ କ୍ଲିନିକକୁ ସିଲ୍ କରିବା ସହ ଏକ ମାମଲା ରୁଜୁ ହୋଇଥିଲା ।

ପ୍ରାୟ ୧୪ଟି ଦସ୍ତାବିଜ୍ ଓ ୭ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଜେଏମଏଫସି କୋର୍ଟ ଆଜି ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ତେବେ ତଳ କୋର୍ଟଙ୍କ ଏହି ରାୟଙ୍କୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯିବ ବୋଲି ଡାକ୍ତରାଣୀଙ୍କ ନିକଟତମ ମହଲରୁ ସୂଚନା ମିଳିଛି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe