Advertisment

ଏତଲାରୁ ଖୋଲିଲା ରହସ୍ୟ; ଶାରୀରିକ ସମ୍ପର୍କ ରଖି ଧୋକା ଦେଇଛନ୍ତି ବୟଫ୍ରେଣ୍ଡ୍‌!

ଚମ୍ପୁଆ (ଦୀପକ କୁମାର ଶତପଥୀ): ବିବାହ ପ୍ରତିଶ୍ରୁତି ଦେଇ ଡାକ୍ତର ଶୁଭଶ୍ରୀ କରଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଡାକ୍ତର ଦିବ୍ୟରଞ୍ଜନ ମାଝୀ! ହେଲେ ପରବର୍ତ୍ତୀ ସମୟରେ ବାହା ହେବା ପାଇଁ ମନା କରିଦେବାରୁ ଯୋଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଶୁଭଶ୍ରୀ। ଗତ ୨୦ ତାରିଖରେ ଲେଖିଥିବା ଏଫ୍‌ଆଇଆର୍‌ରେ ଡାକ୍ତର ଶୁଭଶ୍ରୀ କର ଏହା ଦର୍ଶାଇଛନ୍ତି। ଏଫ୍‌ଆଇଆର୍‌ରେ ସେ ଦର୍ଶାଇଛନ୍ତି, ଡାକ୍ତର ଦିବ୍ୟରଞ୍ଜନ ମାଝୀଙ୍କ ସହ ୬ ବର୍ଷ ଧରି ସମ୍ପର୍କରେ ରଖିଥିଲେ। ନିୟମିତି ଫୋନ୍‌ରେ […]

ଅଦ୍ୟତନ ହୋଇଛି
ଏତଲାରୁ ଖୋଲିଲା ରହସ୍ୟ; ଶାରୀରିକ ସମ୍ପର୍କ ରଖି ଧୋକା ଦେଇଛନ୍ତି ବୟଫ୍ରେଣ୍ଡ୍‌!

Subhashree

Advertisment

ଚମ୍ପୁଆ (ଦୀପକ କୁମାର ଶତପଥୀ): ବିବାହ ପ୍ରତିଶ୍ରୁତି ଦେଇ ଡାକ୍ତର ଶୁଭଶ୍ରୀ କରଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଡାକ୍ତର ଦିବ୍ୟରଞ୍ଜନ ମାଝୀ! ହେଲେ ପରବର୍ତ୍ତୀ ସମୟରେ ବାହା ହେବା ପାଇଁ ମନା କରିଦେବାରୁ ଯୋଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଶୁଭଶ୍ରୀ। ଗତ ୨୦ ତାରିଖରେ ଲେଖିଥିବା ଏଫ୍‌ଆଇଆର୍‌ରେ ଡାକ୍ତର ଶୁଭଶ୍ରୀ କର ଏହା ଦର୍ଶାଇଛନ୍ତି।

Advertisment

ଏଫ୍‌ଆଇଆର୍‌ରେ ସେ ଦର୍ଶାଇଛନ୍ତି, ଡାକ୍ତର ଦିବ୍ୟରଞ୍ଜନ ମାଝୀଙ୍କ ସହ ୬ ବର୍ଷ ଧରି ସମ୍ପର୍କରେ ରଖିଥିଲେ। ନିୟମିତି ଫୋନ୍‌ରେ କଥା ହେଉଥିଲେ। ବାହା ହେବାର କଥା ଦେଇ ସେପ୍ଟେମ୍ୱର ୧୮ ତାରିଖ ଅପରାହ୍ନ ୨ଟାରେ ଡାକ୍ତର ଶୁଭଶ୍ରୀଙ୍କ କ୍ୱାର୍ଟର୍ସକୁ ଆସିଥିଲେ ଡାକ୍ତର ମାଝୀ। ଆଉ ତାଙ୍କ ସହିତ ରଖିଥିଲେ ଶାରୀରିକ ସମ୍ପର୍କ। ଠିକ୍‌ ସେମିତି ଅକ୍ଟୋବର ୧୦ ତାରିଖ ଅପରାହ୍ନ ସାଢ଼େ ଦୁଇଟାରେ ସେ ଆଉ ଥରେ ଡାକ୍ତର ଶୁଭଶ୍ରୀଙ୍କ କ୍ୱାର୍ଟର୍ସକୁ ଆସିଥିଲେ। ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ସେହି ସମୟରେ ବାହାହେବା ପାଇଁ ଡାକ୍ତର ମାଝୀଙ୍କୁ କହିଥିଲେ ଶୁଭଶ୍ରୀ। ହେଲେ ସେ ରୋକ୍‌ଠୋକ୍‌ ଭାବେ ମନା କରିଦେଇଥିଲେ। ଏହା ପରେ ଡାକ୍ତର ଶୁଭଶ୍ରୀ କର ଯୋଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ମାମଲା ରୁଜୁ କରିଥିଲା। ସେହିଦିନ ବଡ଼ବିଲ ଜେଏମ୍‌ଏଫ୍‌ସି କୋର୍ଟରେ ତାଙ୍କର ୧୬୪ ବୟାନ ରେକର୍ଡ କରାଯାଇଥିଲା।

ସୂଚନାରୁ ପ୍ରକାଶ, ଡାକ୍ତର ଶୁଭଶ୍ରୀ କରଙ୍କ ଘର କଟକ ବୟାଳିଶ ମୌଜା ବେଣ୍ଟକାର ଗାଁରେ। ତାଙ୍କ ବୟସ ମାତ୍ର ୨୫ ବର୍ଷ। ସେ ଚାକିରି କରୁଥିଲେ କେନ୍ଦୁଝର ଯୋଡ଼ାର ବନେଇକଳା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ। ଶୁଭଶ୍ରୀଙ୍କ ମୃତ୍ୟୁ ପୂର୍ବ ରାତିର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ ନୂଆବର୍ଷ ସେଲିବ୍ରେସନ୍‌ କରୁଥିବା ଦେଖିବାକୁ ମିଳିଥିଲା। ଡିସେମ୍ୱର ୩୧ ତାରିଖ ବିଳମ୍ୱିତ ରାତିରେ ଡାକ୍ତର ଶୁଭଶ୍ରୀ କର ମନ ଖୋଲି ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଥିଲା। ରାତି ଦେଢ଼ଟା ଯାଏ ସହକର୍ମୀଙ୍କ ସହ ଜିରୋ ନାଇଟ୍‌ ସେଲିବ୍ରେସନ୍ କରୁଥିଲେ। ଆଉ ନିଜ ହାତରେ ଚାଉମିନ ଓ ଫ୍ରାଏଡ ରାଇସ ବାନାଇ ସହକର୍ମୀଙ୍କୁ ଖାଇବାକୁ ଦେଇଥିଲେ। କେକ୍ କାଟି ଆନନ୍ଦ ଉଲ୍ଲାସରେ ନୂଆବର୍ଷ ପାଳନ କରିଥିଲେ। ନାଚ ଗୀତରେ ନୂଆ ବର୍ଷକୁ ସ୍ୱାଗତ କରିବା ପରେ ହସ୍ପିଟାଲର ଉପର ମହଲାରେ ଥିବା ନିଜ ରୁମ୍‌କୁ ଚାଲି ଯାଇଥିଲେ ଶୁଭଶ୍ରୀ।

Advertisment

ନୂଆବର୍ଷ ସକାଳ ୭ଟାରେ ସେଠାକୁ ଆସିଥିଲେ ଡାକ୍ତର ଶୁଭଶ୍ରୀଙ୍କ ପାଇଁ ରୋଷେଇ କରୁଥିବା ମହିଳା। ବାରମ୍ବାର କବାଟ ବାଡ଼େଇ ଥିଲେ। ହେଲେ ଶୁଭଶ୍ରୀ କିଛି ଉତ୍ତର ଦେଇନଥିଲେ। ରୋଷେୟଙ୍କଠାରୁ ଖବର ପାଇ ସହକର୍ମୀମାନେ ମଧ୍ୟ ତାଙ୍କୁ ବାରମ୍ବାର ଫୋନ୍ କରିଥିଲେ। ଏପରିକି କବାଟ ବାଡ଼େଇଥିଲେ। କିଛି ଉତ୍ତର ନପାଇ ଶେଷରେ ପୁଲିସକୁ ଖବର ଦେଇଥିଲେ। ରବିବାର ସଂଧ୍ୟାରେ ତହସିଲଦାରଙ୍କ ଉପସ୍ଥିତିରେ ପୁଲିସ୍ ଶୁଭଶ୍ରୀଙ୍କ ରୁମ୍‌ କବାଟ ଭାଙ୍ଗିଥିଲା। ଯେଉଁ ବ୍ଲ ଜିନ୍ସ ଓ ବ୍ଲାକ ଟପ୍ସରେ ଶୁଭଶ୍ରୀ ଡାନ୍ସ କରୁଥିଲେ, ସେହି ଡ୍ରେସ୍‌ରେ ବେଡ୍‌ରେ ପଡ଼ିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୁଲିସ୍‌ ମୃତଦେହ ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଛି। ତାଙ୍କ ରୁମ୍‌କୁ ଯାଇ ଛାନ୍‌ଭିନ୍‌ କରୁଛି। ପୁଲିସ୍‌ ଶୁଭଶ୍ରୀଙ୍କ ରୁମ୍‌ରୁ ତାଙ୍କ ଫୋନ୍, କିଛି ମେଡିସିନ ଓ କାଗଜପତ୍ର ଜବତ କରାଯାଇଥିବାର ସୂଚନା ମିଳିଛି। ଏଥିସହ କିଛି ଗୁଣ୍ଡ ଥିବା ଏକ ଶିଶିକୁ ଜବତ କରିଛି ପୁଲିସ୍‌। ଉକ୍ତ ଶିଶିକୁ ପରୀକ୍ଷା ପାଇଁ ଲାବରୋଟୋରିକୁ ପଠାଯିବ। ସେପଟେ ଦିବ୍ୟରଂଜନଙ୍କ ମୋବାଇଲ୍‌ ସୁଇଚ୍‌ ଅଫ୍‌ ରହିଥିବାରୁ ଅନେକ ପ୍ରଶ୍ନବାଚୀ ଛିଡ଼ା କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe