ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇଛି ପାର୍ଲରବାଲିର ରକ୍ତାକ୍ତ ପ୍ରେମ କାହାଣୀ। ପ୍ରେମିକ ବୋଲାଉଥିବା ଟ୍ୟାକ୍ସି ଡ୍ରାଇଭରଙ୍କୁ ହତ୍ୟା ପରେ ଏବେ ତାଙ୍କର ଗୋଟାଏ ପରେ ଗୋଟାଏ ସତ ସାମ୍ନକୁ ଆସୁଛି। ଦିଦିଙ୍କ ରସିକିଆ ମିଜାଜ କଥା ବି ପଡୋଶୀ କହିବା ଆରମ୍ଭ କଲେଣି। ତାଙ୍କ ମୁହଁର କଳାଜାଇ କୁଆଡେ ଖାଲି ଯୁବକଙ୍କୁ ନୁହେଁ ବୟସ୍କଙ୍କୁ ବି ଆକର୍ଷିତ କରୁଥିଲା। କିଏ ପ୍ରେମ କରୁଥିଲା ତ ଆଉ କିଏ ଗାଡ଼ିରେ ବୁଲାଇ ନେଇଥିଲା। ସକାଳ ହେଲେ ସ୍କୁଟି ଉପରେ ବସି ପିଉଥିଲେ ଲମ୍ବା ସିଗାରେଟ। ଆଉ ତାଙ୍କୁ ଭେଟିବାକୁ ଆସୁଥିଲେ ବୁଢାଠୁ ଭେଣ୍ଡିଆ, ଯେଉଁମାନଙ୍କ ବୟସ ୧୭ରୁ ୭୦।
ଅଭିଯୁକ୍ତ ଲିଜାଙ୍କ ଘର ଜଗତସିଂହପୁର ଜିଲ୍ଲାର ହେଇଥିବା ବେଳେ ତାଙ୍କ ବୟଫ୍ରେଣ୍ଡ ବି ଥିଲା ପାଖ ଗାଁରୁ । ତାଙ୍କୁ ଭେଟିବାକୁ ଆସିଥିବା ପ୍ରେମିକ ସତ୍ୟବ୍ରତ ପ୍ରଧାନ କିନ୍ତୁ ସିଙ୍ଗିଲ ନ ଥିଲେ। ସେ ବିବାହିତ ଥିଲା। ଘର ସଂସାର, ପିଲା ଛୁଆ ବି ଥିଲେ। ତା ହେଲେ କେଉଁ ପରିସ୍ଥିତିରେ ସେ ଲିଜାଙ୍କ ପ୍ରେମରେ ପଡିଲେ ତାକୁ ନେଇ ବି ସନ୍ଦେହ ସୃଷ୍ଟି ହୋଇଛି। କାରଣ ଖୋଦ୍ ମୃତକଙ୍କ ସମ୍ପକୀୟ ହିଁ ଏହାର ଖୁଲାସା କରଛନ୍ତି। ମୃତକଙ୍କ ସମ୍ପକୀୟ ଆଉ ପଡୋଶୀଙ୍କ କଥାରୁ ସନ୍ଦେହ ହେଉଛି ଯେ, ଏଠି ପ୍ରେମ ନୁହେଁ ବୋଧହୁଏ ଆଉ କିଛି କାଣ୍ଡ ହେଉଥିଲା।
ତେବେ ଘଟଣାର ସତ କ’ଣ ସେ କଥା ତଦନ୍ତ ପରେ ହିଁ ଜଣାପଡିବ। ନିଜେ ଅଭିଯୁକ୍ତ ଲିଜା ହତ୍ୟା କରିଛନ୍ତି ନା ତାଙ୍କ ବଏଫ୍ରେଣ୍ଡ ସେ କଥା ପୁଲିସ ତଦନ୍ତ ପରେ ହିଁ ଜଣାପଡିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/10/lady-killer-2026-02-10-12-31-39.jpg)