ସ୍କୁଲ ଯାଉଥିବା ଶିକ୍ଷୟିତ୍ରୀଙ୍କୁ ଉଠାଇ ନେଲେ ଦୁର୍ବୃତ୍ତ

ନୀଳଗିରି (ବିଶ୍ୱମ୍ୱର ଦାସ): ସ୍କୁଲ ଯାଉଥିବା ବେଳେ ଶିକ୍ଷୟିତ୍ରୀଙ୍କୁ ଉଠାଇ ନେଲେ ଦୁର୍ବୃତ୍ତ। ଆଜି ଏମିତି ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି। ପୁଲିସ ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନାହିଁ। ନୀଳଗିରି ଥାନା ଅଞ୍ଚଳର ଜଣେ ଶିକ୍ଷୟିତ୍ରୀ ଆଜି ସ୍କୁଲ ଯାଉଥିଲେ। ପଞ୍ଚଲିଙ୍ଗେଶ୍ୱରର ମହେନ୍ଦ୍ର ନିବାସ ହୋଟେଲ୍‌ ପାଖରୁ ଦୁର୍ବୃତ୍ତମାନେ ଏକ ସ୍କର୍ପିଓରେ ଆସି ଶିକ୍ଷୟିତ୍ରୀଙ୍କ ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ସେ ତଳେ ପଡ଼ି ଯାଇଥିଲେ। […]

kidnap

kidnap

Manoranjan Sial
  • Published: Friday, 04 January 2019
  • Updated: 04 January 2019, 03:27 PM IST

Sports

Latest News

ନୀଳଗିରି (ବିଶ୍ୱମ୍ୱର ଦାସ): ସ୍କୁଲ ଯାଉଥିବା ବେଳେ ଶିକ୍ଷୟିତ୍ରୀଙ୍କୁ ଉଠାଇ ନେଲେ ଦୁର୍ବୃତ୍ତ। ଆଜି ଏମିତି ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି। ପୁଲିସ ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନାହିଁ।

ନୀଳଗିରି ଥାନା ଅଞ୍ଚଳର ଜଣେ ଶିକ୍ଷୟିତ୍ରୀ ଆଜି ସ୍କୁଲ ଯାଉଥିଲେ। ପଞ୍ଚଲିଙ୍ଗେଶ୍ୱରର ମହେନ୍ଦ୍ର ନିବାସ ହୋଟେଲ୍‌ ପାଖରୁ ଦୁର୍ବୃତ୍ତମାନେ ଏକ ସ୍କର୍ପିଓରେ ଆସି ଶିକ୍ଷୟିତ୍ରୀଙ୍କ ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ସେ ତଳେ ପଡ଼ି ଯାଇଥିଲେ। ପରେ ଦୁର୍ବୃତ୍ତମାନେ ତାଙ୍କୁ ଜବରଦସ୍ତ ଉଠାଇ ଗାଡ଼ିରେ ବସାଇ ନେଇଯାଇଥିଲେ। ମାତ୍ର ତାଙ୍କୁ କିଏ ଅପହରଣ କରିଛନ୍ତି, ତାହା ଏଯାଏ ଜଣାପଡ଼ି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos