Advertisment

ମହିଳା ଟ୍ରାଫିକ୍ ଇନ୍ସପେକ୍ଟରଙ୍କୁ ଟେକା ମାଡ଼

ଯାଜପୁର (ଗୁଲାମ ଗସ): ଜଣେ କର୍ତ୍ତବ୍ୟରତ ମହିଳା ଟ୍ରାଫିକ୍‌ ପୁଲିସ୍‌ ଇନ୍‌ସପେକ୍ଟରଙ୍କୁ ଆକ୍ରମଣ କରାଯାଇଛି। ଫଳରେ ତାଙ୍କ ମୁଣ୍ଡ ଫାଟି ଯାଇଛି। ତାଙ୍କ ନାଁ ବିଜୟିନୀ ମଲ୍ଲ। ସେ ଚଣ୍ଡିଖୋଲ ଟ୍ରାଫିକ୍ ଥାନାରେ କାର୍ଯ୍ୟ କରନ୍ତି। ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୯ଟା ବେଳେ ସେ ଚଣ୍ଡିଖୋଲ ଛକ ନିକଟସ୍ଥ ମାଂସମରା ଛକରେ ଗାଡ଼ି ଚେକିଂ କରୁଥିବାବେଳେ କେହି ଦୁର୍ବୃତ୍ତ ତାଙ୍କ ଉପରକୁ ଲକ୍ଷ୍ୟ କରି ଟେକା ଫୋପାଡ଼ି ଥିଲା। ଟେକାଟି ତାଙ୍କ ମୁଣ୍ଡରେ ବାଜି […]

ମହିଳା ଟ୍ରାଫିକ୍ ଇନ୍ସପେକ୍ଟରଙ୍କୁ ଟେକା ମାଡ଼

stone

Advertisment

ଯାଜପୁର (ଗୁଲାମ ଗସ): ଜଣେ କର୍ତ୍ତବ୍ୟରତ ମହିଳା ଟ୍ରାଫିକ୍‌ ପୁଲିସ୍‌ ଇନ୍‌ସପେକ୍ଟରଙ୍କୁ ଆକ୍ରମଣ କରାଯାଇଛି। ଫଳରେ ତାଙ୍କ ମୁଣ୍ଡ ଫାଟି ଯାଇଛି। ତାଙ୍କ ନାଁ ବିଜୟିନୀ ମଲ୍ଲ। ସେ ଚଣ୍ଡିଖୋଲ ଟ୍ରାଫିକ୍ ଥାନାରେ କାର୍ଯ୍ୟ କରନ୍ତି।

Advertisment

ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୯ଟା ବେଳେ ସେ ଚଣ୍ଡିଖୋଲ ଛକ ନିକଟସ୍ଥ ମାଂସମରା ଛକରେ ଗାଡ଼ି ଚେକିଂ କରୁଥିବାବେଳେ କେହି ଦୁର୍ବୃତ୍ତ ତାଙ୍କ ଉପରକୁ ଲକ୍ଷ୍ୟ କରି ଟେକା ଫୋପାଡ଼ି ଥିଲା। ଟେକାଟି ତାଙ୍କ ମୁଣ୍ଡରେ ବାଜି ଥିଲା। ଫଳରେ ବିଜୟିନୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କୁ ବଡ଼ଚଣା ମେଡିକାଲ୍‌ ନିଆଯାଇ ଚିକିତ୍ସା କରାଯାଇଛି। ତାଙ୍କ ମୁଣ୍ଡରେ ୬ଟି ଷ୍ଟିଜ୍‌ ପଡ଼ିଛି।

publive-image

ଏ ଘଟଣା ନେଇ ସେ ବଡ଼ଚଣା ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe