Advertisment

ପାଟଣାଗଡ଼ରେ ଲାଖ ବିନ୍ଧା ଉତ୍ସବ

ପାଟଣାଗଡ଼(ଓଡ଼ିଶା ରିପୋର୍ଟର): ବିଜୟା ଦଶମୀ ଅବସରରେ ଆଜି ବଲାଙ୍ଗିର ଜିଲ୍ଲା ପାଟଣାଗଡର ରାଜ ପରିବାର ପକ୍ଷରୁ ଲାଖବିନ୍ଧା ଉତ୍ସବ ପାଳିତ ହୋଇଛି। ରାଜ ପରିବାର ସଦସ୍ୟମାନେ ପାରଂପରିକ ଅସ୍ତ୍ରଶସ୍ତ୍ର ଧିର ରାଜ ଖମାରରେ ଥିବା ମା’ ଦଶମତୀଙ୍କଠାରେ ପୂଜାର୍ଚ୍ଚନା କରିଥିଲେ। ପରେ ଲାଖବିନ୍ଧା ସ୍ଥଳକୁ ଯାଇଥିଲେ। ପାଟଣା ମହାରାଜ ତଥା ବିଧାୟକ କନକ ବର୍ଦ୍ଧନ ସିଂହଦେଓ, ମହାରାଣୀ ସଂଗୀତା କୁମାର ସିଂହଦେଓ, ତାଙ୍କ ଝିଅ ନିବୃତ୍ତି କୁମାରି ସିଂହଦେଓ ଓ ବିହାର ଡୁମେରିଆର ରାଜା ଏହି ଉତ୍ସବରେ ସାମିଲ ହୋଇ ଲାଖକୁ ନିକ୍ଷେପ କରିଥିଲେ। ଏବର୍ଷ ଲାଖ ବିନ୍ଧାରେ ତିରନ୍ଦାଜକୁ ମଧ୍ୟ ସାମିଲ କରାଯାଇଥିଲା। ଏହି ଲାଖ ବିନ୍ଧା ଉତ୍ସବକୁ ଦେଖିବା ପାଇଁ ଆଖ ପାଖ ଅଞ୍ଚଳର ବହୁ ଲୋକଙ୍କ ଗହଳି ଲାଗିଥିଲା।

କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି-“ପରମ୍ପରା ଅନୁସାରେ ପ୍ରତିବର୍ଷ ବିଜୟାଦଶମୀରେ ଲାଖ ବିନ୍ଧା ଉତ୍ସବ ହୁଏ। ଚଳିତବର୍ଷ ଏହି ଉତ୍ସବରେ ତିରନ୍ଦାଜକୁ ସାମିଲ କରାଯାଇଛି।”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe