ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାଙ୍କ ଠାରୁ ଠକି ନେଲେ ଲକ୍ଷ ଲକ୍ଷ ଟଙ୍କା

ଯାଜପୁର (ଓଡ଼ିଶା ରିପୋର୍ଟର): ଠକାମୀର ଶିକାର ହେଲେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା। ଲକ୍ଷ ଲକ୍ଷ ଟଙ୍କା ଠକିନେଲେ ବ୍ୟାଙ୍କ କୋଡିନେଟର୍‌ ଏଜେଣ୍ଟ। ଯାଜପୁର ଧର୍ମଶାଳା ବ୍ଲକ ଏଣ୍ଡଳବା ପଞ୍ଚାୟତରୁ ଆସିଛି ଏହିଭଳି ଅଭିଯୋଗ। ଧର୍ମଶାଳା ବ୍ଲକ ଏଣ୍ଡଳବା ପଞ୍ଚାୟତର ପ୍ରାୟ ୮୦ରୁ ଉର୍ଦ୍ଧ୍ୱ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ କାବଟବନ୍ଧ ସ୍ଥିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ଋଣ ଆଣିଥିଲେ। ପରେ ବ୍ୟାଙ୍କର ଜଣେ ମହିଳା କୋଡିନେଟର୍‌ ଏଜେଣ୍ଟଙ୍କ ମାଧ୍ୟମରେ ଲକ୍ଷାଧିକ ଟଙ୍କା ଋଣ ପରିଶୋଧ କରି […]

SHG Fraud.

SHG Fraud.

Madhupriya Mistry
  • Published: Monday, 19 September 2022
  • Updated: 19 September 2022, 01:49 PM IST

ଯାଜପୁର (ଓଡ଼ିଶା ରିପୋର୍ଟର): ଠକାମୀର ଶିକାର ହେଲେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା। ଲକ୍ଷ ଲକ୍ଷ ଟଙ୍କା ଠକିନେଲେ ବ୍ୟାଙ୍କ କୋଡିନେଟର୍‌ ଏଜେଣ୍ଟ। ଯାଜପୁର ଧର୍ମଶାଳା ବ୍ଲକ ଏଣ୍ଡଳବା ପଞ୍ଚାୟତରୁ ଆସିଛି ଏହିଭଳି ଅଭିଯୋଗ। ଧର୍ମଶାଳା ବ୍ଲକ ଏଣ୍ଡଳବା ପଞ୍ଚାୟତର ପ୍ରାୟ ୮୦ରୁ ଉର୍ଦ୍ଧ୍ୱ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ କାବଟବନ୍ଧ ସ୍ଥିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ଋଣ ଆଣିଥିଲେ। ପରେ ବ୍ୟାଙ୍କର ଜଣେ ମହିଳା କୋଡିନେଟର୍‌ ଏଜେଣ୍ଟଙ୍କ ମାଧ୍ୟମରେ ଲକ୍ଷାଧିକ ଟଙ୍କା ଋଣ ପରିଶୋଧ କରି ଠକାମୀର ଶିକାର ହୋଇଥିବା ନେଇ ଅଭିଯୋଗ ହୋଇଛି।

କେବଳ ସ୍ୱୟଂ ସହାୟିକା ଗୋଷ୍ଠୀ ନୁହେଁ କିଛି ଲୋକମାନେ ସେମାନଙ୍କର ବ୍ୟକ୍ତିଗତ ଟଙ୍କା ଏହି ଏଜେଣ୍ଟ ମାଧ୍ୟମରେ ଫିକ୍ସ ଡିପୋଜିଟ ରଖି ଠକାମୀର ଶିକାର ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି। କଲାଣ୍ଡ ଗାଁର ମାଧବାନନ୍ଦ ପଲେଇ ଏହି ମହିଳା କୋଡିନେଟର୍‌ ଏଜେଣ୍ଟଙ୍କ ମାଧ୍ୟମରେ ବ୍ୟାଙ୍କରେ ୫୦ ହଜାର ଟଙ୍କା ଫିକ୍ସ ଡିପୋଜଟ୍ କରିଥିଲେ। ତେବେ  ମାଧବାନନ୍ଦ ଏହିଭଳି ଠକାମୀର ଶିକାର ହେବା ଜାଣି ତାଙ୍କ ମୁଣ୍ଡରେ ଚଡକ ପଡିଛି।

ସେପଟେ ଲକ୍ଷାଧିକ ଟଙ୍କା ହଡପ କରି ବ୍ୟାଙ୍କର ମହିଳା କୋର୍ଡିନେଟର  ଏଜେଣ୍ଟ କେଉଁଆଡେ ଫେରାର ହୋଇଯାଇଥିବା ନେଇ  ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳାମାନେ ଅଭିଯୋଗ କରିଛନ୍ତି। ଟଙ୍କା ଫେରସ୍ତ ପାଇବା ସହ ନ୍ୟାୟ ପାଇବା ପାଇଁ ମହିଳାମାନେ ଜେନାପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଏନେଇ କବାଟବନ୍ଧସ୍ଥିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଶାଖା ପରିଚାଳିକା କ୍ୟାମେରା ଆଗରେ କିଛି କହିବାକୁ ମନା କରିଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos