Advertisment

ଦିଆଗଲା ‘ଧର୍ମପଦ ପୁରସ୍କାର’ ଓ ‘ଶିଳ୍ପୀ ସମ୍ବର୍ଦ୍ଧନା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଲଳିତ କଳା ଏକାଡ଼େମୀର ସର୍ବୋଚ୍ଚ ପୁରସ୍କାର ‘ଧର୍ମପଦ ପୁରସ୍କାର’ ଓ ‘ଶିଳ୍ପୀ ସମ୍ବର୍ଦ୍ଧନା’ ପ୍ରଦାନ କରାଯାଇଛି। ଆଜି ସଂସ୍କୃତି  ଭବନଠାରେ  ଓଡ଼ିଶା ଲଳିତ କଳା ଏକାଡେମୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ହୋଇଥିଲା। ୨୦୨୧ ବର୍ଷ ନିମନ୍ତେ ଓଡ଼ିଶାର ଚିତ୍ରକଳା ଓ ଭାସ୍କର୍ଯ୍ୟ କ୍ଷେତ୍ରରେ ଶୀର୍ଷରେ ପହଞ୍ଚିଥିବା ଶିଳ୍ପୀ ଲଲାଟ ମୋହନ ପଟ୍ଟନାୟକଙ୍କୁ  ‘ଧର୍ମପଦ ପୁରସ୍କାର’ ପ୍ରଦାନ କରାଯାଇଥିଲା। ସେହିପରି ଏହି ଅବସରରେ ବରିଷ୍ଠ ଚିତ୍ରଶିଳ୍ପୀ  […]

ଦିଆଗଲା ‘ଧର୍ମପଦ ପୁରସ୍କାର’ ଓ ‘ଶିଳ୍ପୀ ସମ୍ବର୍ଦ୍ଧନା’

Dharmapada-Award

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଲଳିତ କଳା ଏକାଡ଼େମୀର ସର୍ବୋଚ୍ଚ ପୁରସ୍କାର ‘ଧର୍ମପଦ ପୁରସ୍କାର’ ଓ ‘ଶିଳ୍ପୀ ସମ୍ବର୍ଦ୍ଧନା’ ପ୍ରଦାନ କରାଯାଇଛି। ଆଜି ସଂସ୍କୃତି  ଭବନଠାରେ  ଓଡ଼ିଶା ଲଳିତ କଳା ଏକାଡେମୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ହୋଇଥିଲା। ୨୦୨୧ ବର୍ଷ ନିମନ୍ତେ ଓଡ଼ିଶାର ଚିତ୍ରକଳା ଓ ଭାସ୍କର୍ଯ୍ୟ କ୍ଷେତ୍ରରେ ଶୀର୍ଷରେ ପହଞ୍ଚିଥିବା ଶିଳ୍ପୀ ଲଲାଟ ମୋହନ ପଟ୍ଟନାୟକଙ୍କୁ  ‘ଧର୍ମପଦ ପୁରସ୍କାର’ ପ୍ରଦାନ କରାଯାଇଥିଲା। ସେହିପରି ଏହି ଅବସରରେ ବରିଷ୍ଠ ଚିତ୍ରଶିଳ୍ପୀ  ଜ୍ୟୋତିର୍ମୟୀ ମହାନ୍ତି, ବଳଦେବ ମହାରଥା, ଦୁର୍ଗା ଚରଣ ପଣ୍ଡା, ପଞ୍ଚାନନ ସୁର ଓ ଭାସ୍କର୍ଯ୍ୟ ଶିଳ୍ପୀ ଦେବେନ୍ଦ୍ର ମିଶ୍ରଙ୍କୁ ‘ଶିଳ୍ପୀ ସମ୍ବର୍ଦ୍ଧନା’ ପ୍ରଦାନ କରାଯାଇଥିଲା।

Advertisment

କାର୍ଯ୍ୟକ୍ରମରେ ପର୍ଯ୍ୟଟନ , ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମାନ୍ୟବର ମନ୍ତ୍ରୀ  ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନୀତ ଅତିଥି ରୂପେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢୀ, ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ ଯୋଗଦେଇଥିଲେ। ଗତବର୍ଷ ନିମନ୍ତେ କରୋନା ପାଇଁ ପୁରସ୍କାର ପ୍ରଦାନ ବିଳମ୍ବ ହୋଇଥିବା ବେଳେ ଖୁବଶୀଘ୍ର ୨୦୨୨ ଓ ୨୩ ପୁରସ୍କାର ଦିଆଯିବ ବୋଲି ଜଣାପଡ଼ିଛି। ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ଏକାଡେମୀର ସଭାପତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ ସ୍ଥପତି ସୁଦର୍ଶନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପୁରସ୍କାର ବିତରଣ ଉତ୍ସବରେ ବହୁ ଶିଳ୍ପୀ, କଳାନୁରାଗୀ ତଥା ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

ଧର୍ମପଦ ପୁରସ୍କାର ପାଇଥିବା ଲଲାଟ ମୋହନ ପଟ୍ଟନାୟକ ୧୯୪୮ ମସିହାରେ ଖୋର୍ଦ୍ଧା ଜିଲ୍ଲାର ହରିପୁର ଶାସନରେ ଜନ୍ମଗ୍ରହଣ କରିଥିଲେ। ସେ ଚିତ୍ରକଳା ତଥା ଡିଜାଇନରେ ଶୀର୍ଷ ସ୍ଥାନରେ ପହଞ୍ଚି ପାରିଛନ୍ତି । ସେ ଓଡ଼ିଶାର ବୁଣାକାରମାନଙ୍କୁ ନୂତନ ପଦ୍ଧତି, ନୂଆରଙ୍ଗ ନୂଆ ନକ୍ସାର ପ୍ରୟୋଗ ମାଧ୍ୟମରେ ଆଧୁନୀକ କୌଶଳ ପ୍ରୟୋଗରେ ମାର୍ଗଦର୍ଶକ ଭାବେ ଅନେକ ଖ୍ୟାତି ଅର୍ଜନ କରିଛନ୍ତି ।

Advertisment

ସମ୍ବର୍ଦ୍ଧିତ ଶିଳ୍ପୀ ଜ୍ୟୋତିର୍ମୟୀ ମହାନ୍ତି କଳାଶିକ୍ଷକ ଥାଇ ଚିତ୍ରକଳାରେ ସେ ନିଜ ସାଧନା ଜାରି ରଖିଛନ୍ତି। ବଳଦେବ ମହାରଥା ବି. କେ. ଚାରୁ ଓ କାରୁ ମହାବିଦ୍ୟାଳୟରେ ଦୀର୍ଘଦିନ ଶିକ୍ଷାଦାନ ଦେଇ ଅନେକ ଶିଳ୍ପୀ ସୃଷ୍ଟି କରିଚାଲିଛନ୍ତି। ସେ ସମସାମୟିକ କଳା ଧାରାର ଜଣେ ଅଗ୍ରଣୀ ଚିତ୍ରଶିଳ୍ପୀ ଭାବେ ବେଶ ନାଁ କରିଛନ୍ତି । ଶିଳ୍ପୀ ଦୁର୍ଗାଚରଣ ପଣ୍ଡା ଚିତ୍ର କଳା ବ୍ୟତୀତ ଓଡ଼ିଶାର ସ୍ଥାପତ୍ୟ, ମନ୍ଦିର ଭାସ୍କର୍ଯ୍ୟ କଳା ଉପରେ ଅନେକ ପୁସ୍ତକ ରଚନା କରିଛନ୍ତି। ତାଙ୍କ ଚିତ୍ରରେ ଲୋକକଳା ଲୋକ ସଂସ୍କୃତିର ଝଲକ ଦେଖିବାକୁ ମିଳେ। ପଞ୍ଚାନନ ସୁର ଖଲିକୋଟ ସ୍ଥିତ ସରକାରୀ କଳା ମହାବିଦ୍ୟାଳୟରେ କଳା ଅଧ୍ୟାପକ ରହି କୋଲାଜରେ ନିଜର ଏକ ସ୍ୱତନ୍ତ୍ର ଚିତ୍ରଶୈଳୀ ସୃଷ୍ଟି କରି ସୁଖ୍ୟାତି ଅର୍ଜନ କରିଛନ୍ତି । ସେହିପରି ପୁରୀର ଶିଳ୍ପୀଗୁରୁ ଦେବେନ୍ଦ୍ର ମିଶ୍ର ପାରମ୍ପରିକ ପ୍ରସ୍ତର ଭାସ୍କର୍ଯ୍ୟରେ ନିଜର ଦକ୍ଷତାର ପରିଚୟ ସୃଷ୍ଟି କରିବା ସହ ଜଣେ ଦକ୍ଷ ପାରମ୍ପରିକ କଳାର ଗୁରୁ ଭାବେ ବେଶ ପରିଚିତ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe