ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅତି ଭୀଷଣ ବାତ୍ୟା ୟାସ ସ୍ଥଳ ଭାଗ ଆଡ଼ୁ ମାଡ଼ି ଆସୁଛି। ଏହା ବର୍ତ୍ତମାନ ଘଣ୍ଟାପ୍ରତି ୧୨ କିମି ବେଗରେ ଆଗକୁ ବଢ଼ୁଛି। ଏହା ଭଦ୍ରକର ଧାମରା ଠାରୁ ୭୦ କିମି ଓ ପାରଦୀପ ଠାରୁ ୯୦ କିମି ଦୂରେ କେନ୍ଦ୍ରୀଭୂତ ହୋଇଛି। ଏସବୁ ଭିତରେ ଏସଆରସି ପ୍ରୀଦପ ଜେନା ବାତ୍ୟା ୟାସର ଲ୍ୟାଣ୍ଡଫଲ ସାମାନ୍ୟ ବିଳମ୍ବ ହେବ ବୋଲି କହିଛନ୍ତି।
ପୂର୍ବରୁ ସେ ଭୋର ୫ଟାରୁ ୬ ମଧ୍ୟରେ ୟାସର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଥିଲେ। ହେଲେ ଏବ ଲ୍ୟାଣ୍ଡଫଲ ପ୍ରକ୍ରିୟା ଦିନ ୧୦ରୁ ୧୧ଟା ମଧ୍ୟରେ ଆରମ୍ଭ ହେବ ବୋଲି ଶ୍ରୀ ଜେନା କହିଛନ୍ତି। ସେ କହିଛନ୍ତି, ବାତ୍ୟା ସମୁଦ୍ର ମଧ୍ୟରେ ଧିମା ହୋଇଯାଇଥିଲେ ହେଁ ଆଉ ଘନୀଭୂତ ହେଉନାହିଁ।
ବାତ୍ୟା ୟାସ୍ ସମ୍ବନ୍ଧୀୟ ଲାଇଭ୍ ଅପଡେଟ୍ ପାଇଁ କ୍ଲିକ କରନ୍ତୁ
ତେଣୁ ଲ୍ୟାଣ୍ଡଫଳ ବେଳେ ପବନର ବେଗ ପୂର୍ବାପେକ୍ଷା କମ ରହିବ। ପୂର୍ବରୁ ପବନର ସର୍ବାଧିକ ୧୮୫ କିମି ରହିବ ବୋଲି କୁହାଯାଉଥିଲା। ହେଲେ ଏବେ ଏହା ୧୩୦ରୁ ୧୪୦ କିମି ରହିବାର ସମ୍ଭାବନା ରହିଛି। ପବନର ବେଗ କମ ରହିବାର ସମ୍ଭାବନା ଥିଲେ ହେଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏହା ଭଦ୍ରକର ବାସୁଦେବପୁରରୁ ବାହାନାଗା ମଧ୍ୟରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚଆର ବିଶ୍ୱାସ କହିଛନ୍ତି, ମଧ୍ୟାହ୍ନ ୧୧ଟାରୁ ୧ ଟା ମଧ୍ୟରେ ବାତ୍ୟା ୟାସ ଉତ୍ତର ଧାମରା ଓ ଦକ୍ଷିଣ ବାଲେଶ୍ୱରରେ ଲ୍ୟାଣ୍ଡଫଲ କରିବ। ଏହି ସମୟରେ ପବନର ବେଗ ସର୍ବାଧିକ ୧୮୫ କିମି ରହିବ। ଏବେ ଠାରୁ ହିଁ ଧୀରେଧୀରେ ପବନ ଓ ବର୍ଷାର ପରିମାଣ ବୃଦ୍ଧି ପାଇବାରେ ଲାଗିଛି। ଚାନ୍ଦବାଲିରେ ସର୍ବାଧିକ ୧୩୮ମିମି ଓ ପାରାଦୀପରେ ୧୨୭ ମିମି ବର୍ଷା ରେକର୍ଡ କରାଯାଇଛି।
#CycloneYaas movement per hour around 12kmph . Landfall to be delayed, may be will start around 10-11am. Wind speed around 130kmph . Landfall around Basudevpur- Bahanaga area ( slight north/ south of the area)
— Pradeep Jena IAS (@PradeepJenaIAS) May 25, 2021
ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ସମୁଦ୍ର ମଧ୍ୟରେ ଏହାର ଗତି ଧିମା ହୋଇଯାଇଥିବାରୁ ଆକଳନ ଠାରୁ ବାତ୍ୟା ଆହୁରି ତୀବ୍ର ରୂପ ଧାରଣ କରିବାର ଆଶଙ୍କା ପ୍ରକାଶ ପାଇଛି। ପୂର୍ଣ୍ଣିମା ଥିବାରୁ ସମୁଦ୍ରରେ ଜୁଆର ମଧ୍ୟ ଉଠିବାର ଆକଳନ କରିଛି ପାଣିପାଗ ବିଭାଗ। ଏ
ପରି କି ସମୁଦ୍ର ଜଳ ଭଦ୍ରକ, କେନ୍ଦ୍ରାପଡ଼ା ଓ ଏହାର ଆଖପାଖ ଅଞ୍ଚଳରେ ସ୍ଥଳ ଭାଗକୁ ମାଡ଼ିବାର ଆଶଙ୍କା ପ୍ରକାଶ ପାଇଛି। ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବା ବେଳେ ପ୍ରଥମେ ପୂର୍ବ ଦିଗରୁ ପବନ ବହିବ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।