Advertisment

ଲଗାଣ ବର୍ଷା ପରେ ଭୂସ୍ଖଳନ, ଭାରିଯାନ ଚଳାଚଳ ବନ୍ଦ

ବାଲିଗୁଡା(ଅଜିତ ନାୟକ): ଲଘୁଚାପ ଜନିତ ଲଗାଣ ବର୍ଷାରେ ଦାରିଙ୍ଗବାଡ଼ି-ସୋରଡା ୪ ନମ୍ବର ଘାଟି ରାସ୍ତାରେ ଭୂସ୍ଖଳନ ହୋଇଛି। ଏଥିଯୋଗୁ ଦାରିଙ୍ଗବାଡ଼ି ଓ ସୋରଡା ମଧ୍ୟରେ ଭାରିଯାନ ଚଳାଚଳ ବନ୍ଦ ରହିଛି। ଘାଟି ରାସ୍ତାଟି ବିପଦସଙ୍କୁଳ ଅବସ୍ଥାରେ ଥିବା ଯୋଗୁ କେବଳ ବାଇକ ଆରୋହୀଙ୍କୁ ହିଁ ସେହି ଘାଟି ରାସ୍ତାରେ ଯିବା ଆସିବା ଲାଗି ଅନୁମତି ଦିଆଯାଇଛି। ଯାତ୍ରୀବାହୀ ବସ, ମାଲବାହୀ ଟ୍ରକ ଗୁଡିକୁ ଯିବା ଆସିବା ଲାଗି ପ୍ରଶାସନ ତରଫରୁ ବାରଣ କରାଯାଇଛି। ସେପଟେ ଭୂସ୍ଖଳନ ପରେ […]

ଅଦ୍ୟତନ ହୋଇଛି
ଲଗାଣ ବର୍ଷା ପରେ ଭୂସ୍ଖଳନ, ଭାରିଯାନ ଚଳାଚଳ ବନ୍ଦ

landslide

Advertisment

ବାଲିଗୁଡା(ଅଜିତ ନାୟକ): ଲଘୁଚାପ ଜନିତ ଲଗାଣ ବର୍ଷାରେ ଦାରିଙ୍ଗବାଡ଼ି-ସୋରଡା ୪ ନମ୍ବର ଘାଟି ରାସ୍ତାରେ ଭୂସ୍ଖଳନ ହୋଇଛି। ଏଥିଯୋଗୁ ଦାରିଙ୍ଗବାଡ଼ି ଓ ସୋରଡା ମଧ୍ୟରେ ଭାରିଯାନ ଚଳାଚଳ ବନ୍ଦ ରହିଛି।

Advertisment

ଘାଟି ରାସ୍ତାଟି ବିପଦସଙ୍କୁଳ ଅବସ୍ଥାରେ ଥିବା ଯୋଗୁ କେବଳ ବାଇକ ଆରୋହୀଙ୍କୁ ହିଁ ସେହି ଘାଟି ରାସ୍ତାରେ ଯିବା ଆସିବା ଲାଗି ଅନୁମତି ଦିଆଯାଇଛି। ଯାତ୍ରୀବାହୀ ବସ, ମାଲବାହୀ ଟ୍ରକ ଗୁଡିକୁ ଯିବା ଆସିବା ଲାଗି ପ୍ରଶାସନ ତରଫରୁ ବାରଣ କରାଯାଇଛି।

ସେପଟେ ଭୂସ୍ଖଳନ ପରେ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭିତ ହୋଇପଡିଛନ୍ତି। ଏହି ଅଞ୍ଚଳର ଲୋକେ ବିଭିନ୍ନ କାମରେ ଗଞ୍ଜାମ ଜିଲ୍ଲାକୁ ଓ ଅନ୍ୟ ସ୍ଥାନକୁ ଯିବାଆସିବା କରିଥାନ୍ତି। ଏବେ ଚାରି ଚକିଆ ଯାନ ଯାତାୟତ ବନ୍ଦ ଥିବା ଯୋଗୁ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Advertisment

ଅନ୍ୟପଟେ ଏହି ରାସ୍ତାଦେଇ ରୋଗୀଙ୍କୁ ଆମ୍ବୁଲାନ୍ସରେ ନେବା ବି କଷ୍ଟକର ହୋଇପଡିଛି। ଭାରିଯାନ ଚଳାଚଳ ବନ୍ଦ ଥିବା ଯୋଗୁ ରୋଗୀଙ୍କୁ ଅନ୍ୟ ରାସ୍ତା ଦେଇ ନେବାକୁ ପଡୁଛି। ତେଣୁ ତୁରନ୍ତ ଏହି ରାସ୍ତାର ମରାମତି କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe