Advertisment

ବାଉଁଶରେ ମୋବାଇଲ୍‌ ଟାୱର ତିଆରି କରି ଉଦ୍‌ଘାଟନ କରିବାକୁ କହିଲେ ଲୋକେ, ବିଧାୟକ ହଟହଟା

ଭବାନୀପାଟଣା (ରାଜକୁମାର ସିଂହଦେଓ): ନିଜ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବାକୁ ଯାଇ ଲୋକଙ୍କ ଅସନ୍ତୋଷର ଶିକାର ହୋଇଛନ୍ତି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ। ବନ୍ଧପାରି ଗାଁରେ ତାଙ୍କୁ ହଟହଟା ହେବାକୁ ପଡ଼ିଥିଲା। ସେଠାରେ ଲୋକେ ବାଉଁଶରେ ଏକ ମୋବାଇଲ ଟାୱାର ତିଆରି କରି ତାକୁ ଉଦ୍‌ଘାଟନ କରିବାକୁ ବିଧାୟକଙ୍କୁ କହିଥିଲେ। ଏନେଇ ସେଠାରେ ଏକ ବ୍ୟାନର ମଧ୍ୟ ଲଗାଇଥିଲେ। ସେମାନେ ବିଧାୟକଙ୍କୁ ବିରୋଧ କରିଥିଲେ। ଟାୱାର ନାହିଁ ତ ଭୋଟ୍ ନାହିଁ ବୋଲି […]

ବାଉଁଶରେ ମୋବାଇଲ୍‌ ଟାୱର ତିଆରି କରି ଉଦ୍‌ଘାଟନ କରିବାକୁ କହିଲେ ଲୋକେ, ବିଧାୟକ ହଟହଟା

Mla

Advertisment

ଭବାନୀପାଟଣା (ରାଜକୁମାର ସିଂହଦେଓ): ନିଜ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବାକୁ ଯାଇ ଲୋକଙ୍କ ଅସନ୍ତୋଷର ଶିକାର ହୋଇଛନ୍ତି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ। ବନ୍ଧପାରି ଗାଁରେ ତାଙ୍କୁ ହଟହଟା ହେବାକୁ ପଡ଼ିଥିଲା। ସେଠାରେ ଲୋକେ ବାଉଁଶରେ ଏକ ମୋବାଇଲ ଟାୱାର ତିଆରି କରି ତାକୁ ଉଦ୍‌ଘାଟନ କରିବାକୁ ବିଧାୟକଙ୍କୁ କହିଥିଲେ। ଏନେଇ ସେଠାରେ ଏକ ବ୍ୟାନର ମଧ୍ୟ ଲଗାଇଥିଲେ। ସେମାନେ ବିଧାୟକଙ୍କୁ ବିରୋଧ କରିଥିଲେ। ଟାୱାର ନାହିଁ ତ ଭୋଟ୍ ନାହିଁ ବୋଲି ସେମାନେ କହିଥିଲେ। ବିଧାୟକ ବୁଝାସୁଝା କରିବା ପରେ ଲୋକେ ଶାନ୍ତ ହୋଇଥିଲେ ଓ ଉତ୍ତେଜନା ଥମିଥିଲା।

Advertisment

ଯେତେଦିନ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ମୋବାଇଲ୍ ଟାୱାର ସ୍ଥାପନ ନହୋଇଛି ସେତେଦିନ ପର୍ଯ୍ୟନ୍ତ କୌଣସି ନେତା ବା ମନ୍ତ୍ରୀଙ୍କୁ ଗାଁରେ ପୂରାଇ ଦିଆଯିବ ନାହିଁ ବୋଲି ଲୋକେ ଚେତାବନୀ ଦେଇଛନ୍ତି। ଏମିତିକି ମୋବାଇ ଟାୱାର ସ୍ଥାପନ ନ ହେଲେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ୍‌ ବର୍ଜନ କରିବେ ବୋଲି ଗାଁ ଲୋକେ ଧମକ ଦେଇଛନ୍ତି।

[caption id="attachment_703908" align="aligncenter" width="650"]tower ବାଉଁଶରେ ମୋବାଇଲ ଟାୱର[/caption]

Advertisment

ଏ ସମସ୍ୟା କେବଳ ବନ୍ଧପାରି ଗାଁ କିମ୍ବା ପଞ୍ଚାୟତର ନୁହେଁ। ଲାଞ୍ଜିଗଡ଼ ବ୍ଲକ୍‌ର ୩୦୦ରୁ ଉର୍ଦ୍ଧ୍ୱ ଗାଁରେ ମୋବାଇଲ୍ ଫୋନ୍ ସୁବିଧା ପହଞ୍ଚି ପାରି ନାହିଁ। କାରଣ କୌଣସି ସ୍ଥାନରେ ମୋବାଇଲ୍ ଫୋନ୍‌ ସେବା ପାଇଁ ଆବଶ୍ୟକ ଟାୱାର ନାହିଁ। ଏଥିପାଇଁ ଲୋକେ ବହୁତ ହଇରାଣ ହେଉଛନ୍ତି। ଜରୁରୀ ସମୟରେ ସେମାନେ ଯୋଗାଯୋଗ କରିପାରୁ ନାହାନ୍ତି। ମୋବାଇଲ୍ ଟାୱାର ପାଇଁ ବିଭିନ୍ନ ସମୟରେ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବିଧାୟକ ଓ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଗୁହାରି କରାଯାଇଥିଲେ ସୁଦ୍ଧା କିଛି ସୁଫଳ ମିଳିନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe