ଆଜି ସରୁଛି ପଦ୍ମପୁର ପ୍ରଚାର, ପ୍ରାର୍ଥୀ କରୁଛନ୍ତି ପ୍ରାଣମୂର୍ଚ୍ଛା ଉଦ୍ୟମ

ବରଗଡ଼(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର । ପ୍ରଚାରର ଶେଷ ଦିନରେ ଭୋଟରଙ୍କ ମନ ଜିଣିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିବେ ସବୁ ଦଳ ।  ଆଜି ବି ଷ୍ଟାର ପ୍ରଚାରକ ମାନେ ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦଳୀୟ ପ୍ରାର୍ଥୀଙ୍କ ପାଇଁ ସାଧାରଣ ସଭା ଓ ରୋଡ୍ ଶୋ କରିବେ। ଜଗଦଲପୁରରେ ନିର୍ବାଚନୀ ସଭାରେ ସମ୍ବୋଧନ କରି ଭୋଟ୍ […]

pp

pp

Niharika Rout
  • Published: Saturday, 03 December 2022
  • Updated: 03 December 2022, 11:02 AM IST

Sports

Latest News

ବରଗଡ଼(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର । ପ୍ରଚାରର ଶେଷ ଦିନରେ ଭୋଟରଙ୍କ ମନ ଜିଣିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିବେ ସବୁ ଦଳ ।  ଆଜି ବି ଷ୍ଟାର ପ୍ରଚାରକ ମାନେ ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦଳୀୟ ପ୍ରାର୍ଥୀଙ୍କ ପାଇଁ ସାଧାରଣ ସଭା ଓ ରୋଡ୍ ଶୋ କରିବେ। ଜଗଦଲପୁରରେ ନିର୍ବାଚନୀ ସଭାରେ ସମ୍ବୋଧନ କରି ଭୋଟ୍ ମାଗିବେ। ସେହିପରି କଂଗ୍ରେସ ଓ ବିଜେଡି ବି ନିଜ ପ୍ରାର୍ଥୀଙ୍କ ପାଇଁ ଜୋରଦାର କ୍ୟାମ୍ପେନିଂ କରିବେ  ।

ଗତକାଲି ପଦ୍ମପୁରରେ ଦେଖିବାକୁ ମିଳିଥିଲା ହାଇଭୋଲଟେଜ୍ ପ୍ରଚାର। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାରର ମଙ୍ଗ ଧରିଥିବା ବେଳେ, ବିଜେପି ପକ୍ଷରୁ ପ୍ରଚାର କରିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ଆସନ୍ତା ୫ ତାରିଖରେ ହେବ ମତଦାନ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୪ଟା ଯାଏଁ ଚାଲିବ । ପଦ୍ମପୁରରେ ମୋଟ ୨ ଲକ୍ଷ ୫୭ ହଜାର ୪୭୪ ଭୋଟର ରହିଥିବାବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ରହିଛି ୧ ଲକ୍ଷ ୨୯ ହଜାର ୪୯୭  ।  ସେହିପରି ମହିଳା ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୨୭ ହଜାର ୫୬୫ ରହିଛି । ୭୪ ବୁଥ ମାଓ ପ୍ରଭାବିତ ଅଞ୍ଚଳରେ ଏବଂ ୭୮ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି । ଭୋଟ ପାଇଁ ୯ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ସମେତ ମୋଟ ୪୧ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ୫୦ ପ୍ରତିଶତ ବୁଥରେ ହେବ  ୱେବ କାଷ୍ଟିଂ ।
https://youtu.be/D9zkRil5tYs

ପଦ୍ମପୁର ଉପନିର୍ବାଚନ ନିମନ୍ତେ ଗତକାଲି ଉଭୟ ବିଜେଡି ଓ ବିଜେପିର ହେଭିୱେଟ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। ବିଜେଡି ପକ୍ଷରୁ ପାର୍ଟିର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ଦଳର ଗୁଣଗାନ କରିବା ସହ କେନ୍ଦ୍ରର ଦୋଷ ବାହାର କରିବାକୁ ଭୁଲି ନ ଥିଲେ।

ବିଜେପି ପକ୍ଷରୁ ଗତକାଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପଦ୍ମପୁରର ବିଭିନ୍ନ ସ୍ଥାନରେ ମାରାଥନ ପ୍ରଚାର  କରିଥିଲେ। ଗତକାଲି ରାତିରେ ମଧ୍ୟ ସେ ଗାଁ କୁ ଗାଁକୁ ଯାଇ ବିଜେପି ପାଇଁ ପ୍ରଚାର କରି ପ୍ରଦୀପ ପୁରୋହିତଙ୍କୁ ଭୋଟ ଦେବାକୁ ସେ  ଆହ୍ୱାଦ ଦେଇଥିଲେ ।  ଅପରାଜିତା କହିଥିଲେ, ବିଜେଡି ୨୨ ବର୍ଷ ଶାସନରେ ରହିଥିଲେ ମଧ୍ୟ ଏହି ଅଞ୍ଚଳର ବିକାଶ ହୋଇପାରିନାହଁ । ୨୦ ବର୍ଷ ତଳେ ବରଗଡ଼ ଯେମିତି ଥିଲା, ଏବେ ବି ସେମିତି ଅଛି। ପଦ୍ମପୁର କାହିଁକି ଜିଲ୍ଲା ହୋଇପାରିବ ନାହିଁ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି। ବିଜେଡି  ପ୍ରାର୍ଥୀ ବର୍ଷା ସିଂଙ୍କୁ କଟାକ୍ଷ କରି ଅପରାଜିତା କହିଥିଲେ, ବୋହୂ ଭାବେ ବର୍ଷା ସତ୍ୟବାଦୀରେ ଶାଶୁ ସେବା କରିବା ଉଚିତ  ।

ଆଜି ପ୍ରଚାର ସରୁଥିବା ବେଳେ ଭୋଟର କାହାକୁ ନିଜ ନେତା ବାଛିବେ ତାହା ଖୁବ୍‌ ଶୀଘ୍ର ହିଁ ଜଣାପଡ଼ିବ ।

 

https://youtu.be/bcIfisKhOes

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos