ପଞ୍ଚଭୂତରେ ବିଲୀନ ହେଲେ ନିର୍ଦ୍ଦେଶକ ମନମୋହନ ମହାପାତ୍ର

ପୁରୀ(ଓଡ଼ିଶା ରିପୋର୍ଟର): ପଞ୍ଚଭୂତରେ ବିଲୀନ ହେଲା ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କ ପାର୍ଥୀବ ଶରୀର । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହୋଇଥିଲା ତାଙ୍କ ଶେଷକୃତ୍ୟ । ବଡ଼ ପୁଅ ଆଶୁତୋଷ ତାଙ୍କୁ ମୁଖାଗ୍ନି ଦେଇଥିଲେ। ଆଜି ସ୍ୱର୍ଗଦ୍ୱାରରେ ମନମୋହନଙ୍କ ପରିବାର, ପ୍ରିୟଜନ, ତାଙ୍କୁ ଭଲ ପାଉଥିବା ବହୁ ଲୋକେ ଶେଷ ଦର୍ଶନ ପାଇଁ ପହଞ୍ଚିଥିଲେ । ଗତକାଲି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୬୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ମନମୋହନ […]

puri-2--1

Niharika Rout
  • Published: Tuesday, 14 January 2020
  • , Updated: 14 January 2020, 12:43 PM IST

ପୁରୀ(ଓଡ଼ିଶା ରିପୋର୍ଟର): ପଞ୍ଚଭୂତରେ ବିଲୀନ ହେଲା ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କ ପାର୍ଥୀବ ଶରୀର । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହୋଇଥିଲା ତାଙ୍କ ଶେଷକୃତ୍ୟ । ବଡ଼ ପୁଅ ଆଶୁତୋଷ ତାଙ୍କୁ ମୁଖାଗ୍ନି ଦେଇଥିଲେ। ଆଜି ସ୍ୱର୍ଗଦ୍ୱାରରେ ମନମୋହନଙ୍କ ପରିବାର, ପ୍ରିୟଜନ, ତାଙ୍କୁ ଭଲ ପାଉଥିବା ବହୁ ଲୋକେ ଶେଷ ଦର୍ଶନ ପାଇଁ ପହଞ୍ଚିଥିଲେ ।

ଗତକାଲି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୬୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ମନମୋହନ । ଓଡ଼ିଆ ସିନେମାକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାରେ ତାଙ୍କର ବିଶେଷ ଅବଦାନ ରହିଛି । ନିକଟରେ ୩୦ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ମନମୋହନ ମହାପାତ୍ରଙ୍କ ଫିଲ୍ମ ‘ଭିଜା ମାଟିର ସ୍ୱର୍ଗ’ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ମିଳିଥିଲା । ଶ୍ରେଷ୍ଠ ଆଞ୍ଚଳିକ ସିନେମା ବର୍ଗରେ ସେ ଲଗାତର ୮ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିଥିଲେ ।

୧୯୭୬ ମସିହାରେ ତାଙ୍କ ପ୍ରଥମ ଚଳଚ୍ଚିତ୍ର ‘ଶୀତ ରାତି’ ଶ୍ରେଷ୍ଠ ଓଡିଆ ଫିଲ୍ମ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିଥିଲା। ଏହା ମଧ୍ୟ କୌଣସି ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ସ୍ଥାନ ପାଇବାରେ ପ୍ରଥମ ଓଡିଆ ଚଳଚ୍ଚିତ୍ର ଥିଲା । ଏହାଛଡ଼ା ନୀରବ ଝଡ, କ୍ଲାନ୍ତ ଅପରାହ୍ନ, ମଝି ପାହଚ, ନିଷିଦ୍ଧ ସ୍ୱପ୍ନ, କିଛି ସ୍ମୃତି କିଛି ଅନୁଭୂତି, ଅଗ୍ନି ବୀଣା ଓ ଭିନ୍ନ ସମୟ ଭଳି ଉଚ୍ଚକୋଟୀର କଳାତ୍ମକ ସିନେମା ନିର୍ମାଣ କରି ଓଡିଆ ଫିଲ୍ମକୁ ବିଶ୍ୱ ସ୍ତରରେ ପହଞ୍ଚାଇଥିଲେ ।  ତାଙ୍କ ମୃତ୍ୟୁକୁ ନେଇ ପୁରା ସିନେ ଜଗତରେ ଶୋକର ଛାୟା ଖେଳି ଯାଇଛି ।

Related story