ସରିଲା କାଳିଆର ଶେଷକୃତ୍ୟ

ଫୁଲବାଣୀ (ତ୍ରିନାଥ ସାହୁ): ବହୁ ଚର୍ଚ୍ଚିତ ଯୋଡାମୁଣ୍ଡ ଶିଶୁ ମଧ୍ୟରୁ ଗତକାଲି ଆଖି ବୁଜିଥିବା କାଳିଆର ଶେଷକୃତ୍ୟ ଆଜି ସଂପନ୍ନ ହୋଇଛି। କନ୍ଧମାଳ ଫିରିଙ୍ଗିଆ ବ୍ଲକ ମିଲୁପଡାରେ ପରିବାର ବର୍ଗଙ୍କ ସମେତ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ବିଡିଓଙ୍କ ଉପସ୍ଥିତିରେ ତାର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଜଗା-କାଳିଆଙ୍କର ଅପରେସନ ହୋଇଥିଲା ଏବଂ ଦୁହେଁ ଦିଲ୍ଲୀରୁ ଫେରିବା ପରେ ସୁସ୍ଥ ଥିଲେ । କିନ୍ତୁ ଜଗା ବଂଚିଥିବା ବେଳେ କାଳିଆ ତାକୁ ଛାଡି ଚାଲିଯାଇଛି । ଏଥିପାଇଁ […]

kalia-phu

Jitendra Garnayak
  • Published: Thursday, 26 November 2020
  • , Updated: 26 November 2020, 01:13 PM IST

ଫୁଲବାଣୀ (ତ୍ରିନାଥ ସାହୁ): ବହୁ ଚର୍ଚ୍ଚିତ ଯୋଡାମୁଣ୍ଡ ଶିଶୁ ମଧ୍ୟରୁ ଗତକାଲି ଆଖି ବୁଜିଥିବା କାଳିଆର ଶେଷକୃତ୍ୟ ଆଜି ସଂପନ୍ନ ହୋଇଛି। କନ୍ଧମାଳ ଫିରିଙ୍ଗିଆ ବ୍ଲକ ମିଲୁପଡାରେ ପରିବାର ବର୍ଗଙ୍କ ସମେତ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ବିଡିଓଙ୍କ ଉପସ୍ଥିତିରେ ତାର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ଜଗା-କାଳିଆଙ୍କର ଅପରେସନ ହୋଇଥିଲା ଏବଂ ଦୁହେଁ ଦିଲ୍ଲୀରୁ ଫେରିବା ପରେ ସୁସ୍ଥ ଥିଲେ । କିନ୍ତୁ ଜଗା ବଂଚିଥିବା ବେଳେ କାଳିଆ ତାକୁ ଛାଡି ଚାଲିଯାଇଛି । ଏଥିପାଇଁ ଆମେ ବେଶ ଦୁଃଖିତ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି ।

ସେପେଟ କାଳିଆର ମୃତ୍ୟୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଟ୍ୱିଟ କରି ଡାକ୍ତରମାନଙ୍କ ଅଦମ୍ୟ ଚେଷ୍ଟା ଓ ଶ୍ରେଷ୍ଠ ଚିକିତ୍ସା ସତ୍ତ୍ୱେ କାଳିଆର ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଛନ୍ତି । ଏଥିସହ ଶୋକସନ୍ତପ୍ତ ପରିବାରକୁ ଭଗବାନ ଧୈର୍ଯ୍ୟ ଦିଅନ୍ତୁ । ଅସମୟରେ ଝଡି ପଡିଥିବା କାଳିଆର ଅମର ଆତ୍ମାର ସଦଗତି କାମନା ସହ ଏହି କଠିନ ସମୟରେ ଜଗାର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଭଗବାନଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥନା କରିଛନ୍ତି ।

ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଅଲଗା କରାଯିବାର ଦୀର୍ଘ ୩ ବର୍ଷ ପରେ ଜଗାକୁ ଛାଡ଼ି ଗତକାଲି ଆରପାରିକି ଚାଲିଯାଇଥିଲା କାଳିଆ । କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି ୯ଟା ୧୦ ମିନଟରେ କାଳିଆର ମୃତ୍ୟୁ ହୋଇଥିବା ନେଇ SCBର ଜରୁରିକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣାଙ୍କ ସୂଚନା ଦେଇଥିଲେ। ଗତ ସପ୍ତାହେ ଧରି କାଳିଆର ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା । ଶେଷରେ ସେ ସେପଟିସେମିଆରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲା।

ସୂଚନାଯୋଗ୍ୟ, ଜଗା କଟକ ବଡମେଡିକାଲରେ ଚିକିତ୍ସାଧୀନ ଥିବା ଜଣାଯାଇଛି।

 

ଆଗକୁ ପଢ଼ନ୍ତୁ : ମାର୍କେଟରେ କରୋନା ଟିକା ଲଞ୍ଚ କରିବ ଏହି କମ୍ପାନୀ, ସରକାରଙ୍କ ଠାରୁ ଲୋଡିଲା ଅନୁମତି

Related story