Advertisment

ଶୋକାକୁଳ ପରିବେଶରେ ସହିଦ ଚନ୍ଦ୍ରକାନ୍ତଙ୍କ ଶେଷକୃତ୍ୟ ସମ୍ପନ୍ନ

ବାଲିଗୁଡ଼ା(ଅଜିତ ନାୟକ): ଶତ୍ରୁ ଆକ୍ରମଣରେ ସହିଦ ହୋଇଥିବା ବୀର ଯବାନ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ଶେଷକୃତ୍ୟ ଶୋକାକୂଳ ପରିବେଶରେ ତାଙ୍କ ଜନ୍ମମାଟି କନ୍ଧମାଳ ଜିଲ୍ଲା ରାଇକିଆ ବିଅରପାଙ୍ଗାରେ ଶେଷ ହୋଇଛି। ଗତକାଲି ରାତିରେ ରାଇକିଆରେ ସହିଦ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ପାର୍ଥିବ ଶରୀର ପହଞ୍ଚିଥିଲା। ଆଜି ସକାଳେ ବିରାଟ ଶୋଭାଯାତ୍ରାରେ ତାଙ୍କ ପାର୍ଥିବ ଶରୀରକୁ ଜନ୍ମମାଟି ବିଅରପାଙ୍ଗାକୁ ନିଆଯାଇଥିଲା। ରାସ୍ତାରେ ଶହ ଶହ ଲୋକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ‘ଭାରତ ମାତା କି ଜୟ’ ଓ ‘ଚନ୍ଦ୍ରକାନ୍ତ ଅମର ରହେ’ […]

ଅଦ୍ୟତନ ହୋଇଛି
ଶୋକାକୁଳ ପରିବେଶରେ ସହିଦ ଚନ୍ଦ୍ରକାନ୍ତଙ୍କ ଶେଷକୃତ୍ୟ ସମ୍ପନ୍ନ

baliguda

Advertisment

ବାଲିଗୁଡ଼ା(ଅଜିତ ନାୟକ): ଶତ୍ରୁ ଆକ୍ରମଣରେ ସହିଦ ହୋଇଥିବା ବୀର ଯବାନ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ଶେଷକୃତ୍ୟ ଶୋକାକୂଳ ପରିବେଶରେ ତାଙ୍କ ଜନ୍ମମାଟି କନ୍ଧମାଳ ଜିଲ୍ଲା ରାଇକିଆ ବିଅରପାଙ୍ଗାରେ ଶେଷ ହୋଇଛି।

Advertisment

ଗତକାଲି ରାତିରେ ରାଇକିଆରେ ସହିଦ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ପାର୍ଥିବ ଶରୀର ପହଞ୍ଚିଥିଲା। ଆଜି ସକାଳେ ବିରାଟ ଶୋଭାଯାତ୍ରାରେ ତାଙ୍କ ପାର୍ଥିବ ଶରୀରକୁ ଜନ୍ମମାଟି ବିଅରପାଙ୍ଗାକୁ ନିଆଯାଇଥିଲା। ରାସ୍ତାରେ ଶହ ଶହ ଲୋକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ‘ଭାରତ ମାତା କି ଜୟ’ ଓ ‘ଚନ୍ଦ୍ରକାନ୍ତ ଅମର ରହେ’ ନାରାରେ ପ୍ରକମ୍ପିତ ହୋଇଥିଲା ପୂରା ପରିବେଶ। ଏହାପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ତାଙ୍କୁ ତୋପ ସଲାମୀ ପ୍ରଦାନ କରାଯାଇଥିଲା। ପରେ ତାଙ୍କୁ ସମାଧି ଦିଆଯାଇଥିଲା। ସହିଦଙ୍କ ବଳିଦାନ ଆମ ଦେଶ ପାଇଁ ଗର୍ବ ଓ ଗୌରବ କଥା ବୋଲି କନ୍ଧମାଳ ଏସପି ପ୍ରତୀକ ସିଂ କହିଛନ୍ତି।publive-image

ସୂଚନାଯୋଗ୍ୟ, ଚୀନ ସେନାର ଆକ୍ରମଣରେ ସହିଦ ହୋଇଥିବା ୨୦ଜଣ ଭାରତୀୟ ଯବାନଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ଥିଲେ। ସେମାନେ ହେଲେ ଚନ୍ଦ୍ରକାନ୍ତ ପ୍ରଧାନ ଓ ନୁନ୍ଦୁରାମ ସୋରେନ୍। ଆଜି ସହିଦ ନୁନ୍ଦୁରାମଙ୍କ ପୈତୃକ ଗାଁ ମୟୂରଭଞ୍ଜ ଜିଲ୍ଲା ବଡ଼ଚମ୍ପାଉଦାରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ଗତକାଲି ଅପରାହ୍ନରେ ଉଭୟ ସହିଦଙ୍କ ମୃତଦେହ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲା। ସେଠାରେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ସମେତ ୩ ସେନାର ପ୍ରମୁଖ ଅଧିକାରୀ, ବରିଷ୍ଠ ନେତା ଓ ସାଧାରଣ ଜନତାଙ୍କ ଉପସ୍ଥିତିରେ ବିମାନ ବନ୍ଦର ପରିସରରେ ଉଭୟଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe