‘ଆମେ ପୁଲିସ୍ ଡିପାର୍ଟମେଣ୍ଟରେ ଥାଇ ଯଦି ଆମକୁ ନ୍ୟାୟ ମିଳିବ ନାହିଁ...’

ଗୁଣପୁର/ଭଞ୍ଜନଗର (ଓଡ଼ିଶା ରିପୋର୍ଟର): ସର୍ଭିସ୍ ପିସ୍ତଲରୁ ଗୁଳି ଫୁଟି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଆଇଆଇସି ଦେବ ଗମାଙ୍ଗଙ୍କ ମୃତ୍ୟୁ ଘଟଣାରେ ମୁହଁ ଖୋଲିଛନ୍ତି ତାଙ୍କ ପତ୍ନୀ କିରଣ ମହାନ୍ତି। ପୁଲିସ୍ ଡିପାର୍ଟମେଣ୍ଟରେ ଚାକିରି କରୁଥିବା କିରଣ ଘଟଣା ସଂପର୍କରେ ଗଣମାଧ୍ୟମରେ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କୌଣସି ପାରିବାରିକ ଅଶାନ୍ତି ନଥିଲା। ସ୍ୱାମୀଙ୍କ ଉପରେ କାମର ଚାପ ଥିଲା। ଘଟଣା ଯାହା ବି ହୋଇଥାଉ ନା କାହିଁକି, ତା’ର ସଠିକ୍ ତଦନ୍ତ କରାଯାଇ ଆମକୁ […]

Kiran Mohanty

Kiran Mohanty

Jitendra Garnayak
  • Published: Sunday, 27 March 2022
  • Updated: 28 March 2022, 01:05 PM IST

Sports

Latest News

ଗୁଣପୁର/ଭଞ୍ଜନଗର (ଓଡ଼ିଶା ରିପୋର୍ଟର): ସର୍ଭିସ୍ ପିସ୍ତଲରୁ ଗୁଳି ଫୁଟି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଆଇଆଇସି ଦେବ ଗମାଙ୍ଗଙ୍କ ମୃତ୍ୟୁ ଘଟଣାରେ ମୁହଁ ଖୋଲିଛନ୍ତି ତାଙ୍କ ପତ୍ନୀ କିରଣ ମହାନ୍ତି। ପୁଲିସ୍ ଡିପାର୍ଟମେଣ୍ଟରେ ଚାକିରି କରୁଥିବା କିରଣ ଘଟଣା ସଂପର୍କରେ ଗଣମାଧ୍ୟମରେ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କୌଣସି ପାରିବାରିକ ଅଶାନ୍ତି ନଥିଲା। ସ୍ୱାମୀଙ୍କ ଉପରେ କାମର ଚାପ ଥିଲା। ଘଟଣା ଯାହା ବି ହୋଇଥାଉ ନା କାହିଁକି, ତା’ର ସଠିକ୍ ତଦନ୍ତ କରାଯାଇ ଆମକୁ ନ୍ୟାୟ ପ୍ରଦାନ କରାଯାଉ।

କିରଣ କହିଛନ୍ତି, ମୋ ପିଲାମାନଙ୍କ ବାପା ଆଉ ଫେରି ଆସିବେ ନାହିଁ। କିନ୍ତୁ ଆମକୁ ନ୍ୟାୟ ଦିଆଯାଉ। ଆମେ ପୁଲିସ୍ ଡିପାର୍ଟମେଣ୍ଟରେ ଥାଇ ଯଦି ଆମକୁ ନ୍ୟାୟ ମିଳିବ ନାହିଁ, ତା’ହେଲେ ଆଉ କାହାକୁ କ’ଣ ନ୍ୟାୟ ଦେବୁ। ଆମେ ଚାହୁଁଛୁ, ଏ ଘଟଣାର ସଠିକ୍ ତଦନ୍ତ ହେଉ।

ସେ ଆହୁରି କହିଛନ୍ତି, ମୋ ସ୍ୱାମୀଙ୍କୁ ମାନସିକ ନିର୍ଯାତନା ଦିଆଯାଇଥିଲା କି ନାହିଁ, ତାହା ମୁଁ ଜାଣିନି। ମୁଁ ସେଠାରେ ରହୁ ନଥିଲି। ମୋର ପୋଷ୍ଟିଂ ଅଲଗା ସ୍ଥାନରେ ହୋଇଛି। ମୋ ଶାଶୁ କହୁଛନ୍ତି ଯେ ଘଟଣା ଦିନ ମୋ ସ୍ୱାମୀଙ୍କ ସରକାରୀ ବାସଭବନକୁ ଭଞ୍ଜନଗର ଏସ୍‌ଡିପିଓ ଓ ଆଇଆଇସି ଆସିଥିଲେ। ସମସ୍ତେ ମିଶି ଖାଇଥିଲେ। ଶାଶୁ ଗାଧୋଉ ଥିବା ବେଳେ ଗୁଳି ଫୁଟିବା ଶବ୍ଦ ଶୁଣିଥିଲେ। ସେ ବାଥ୍‌ରୁମ୍‌ରୁ ଆସି ଦେଖିଲା ବେଳକୁ ମୋ ସ୍ୱାମୀ ମୁହଁମାଡ଼ି ତଳେ ପଡ଼ିଥିଲେ।

କିରଣ କହିଛନ୍ତି, ସେ (ସ୍ୱାମୀ ଦେବ ଗମାଙ୍ଗ) ଛୁଟି ମାଗିଥିଲେ। କିନ୍ତୁ ଛୁଟି ମିଳି ନଥିଲା। ତେବେ ନିର୍ବାଚନ ସରିବା ପରେ ଛୁଟି ମିଳିବ ବୋଲି ସେ କହୁଥିଲେ। କାମର ଚାପ ଅଧିକ ଥିଲା। ଆମ ଦୁହିଁଙ୍କ କର୍ମସ୍ଥଳୀ ବି ବେଶ୍ ଦୂରରେ ଥିଲା। ଛୁଟି ମିଳୁ ନଥିବାରୁ ସେ ମୋ ପାଖକୁ ଆସିପାରୁ ନଥିଲେ। ତେବେ କୌଣସି ପ୍ରକାର ପାରିବାରିକ ଅଶାନ୍ତି ନଥିବା ସେ କହିଛନ୍ତି।

ଆଇଆଇସି ଦେବ ଗମାଙ୍ଗଙ୍କ ମୃତ୍ୟୁକୁ ୪୮ ଘଣ୍ଟା ବିତି ଯାଇଥିଲେ ସୁଦ୍ଧା ରହସ୍ୟ ଉପରୁ ପରଦା ହଟିପାରିନି। ତାଙ୍କ ମୃତ୍ୟୁ ଘଟଣା ଏବେବି ସନ୍ଦେହ ଘେରରେ ରହିଛି। ଦେବ ଗମାଙ୍ଗଙ୍କ ଗାଙ୍ଗପୁର ଥାନା ପରିସରରେ ଥିବା ସରକାରୀ ଘରେ ଏହି ଘଟଣା ଘଟିଥିଲା। ଦେବ ଗମାଙ୍ଗଙ୍କ ମା’ଙ୍କ ସୂଚନା ଅନୁଯାୟୀ ଘଟଣା ଘଟିବା ବେଳେ ଭଞ୍ଜନଗର ଏସ୍‌ଡିପିଓ ଓ ଆଇଆଇସି ଘରେ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରେ କୌଣସି ବିଷୟରେ ଆଲୋଚନା ଚାଲିଥିଲା। ଆଲୋଚନା ବେଳେ ଉଚ୍ଚ ସ୍ୱର ବି ଶୁଣିବାକୁ ମିଳିଥିଲା।

ଭଞ୍ଜନଗର ଏସ୍‌ଡିପିଓ ଓ ଆଇଆଇସି ଗାଙ୍ଗପୁର ଥାନା ଆଇଆଇସିଙ୍କ ଘରକୁ କାହିଁକି ଯାଇଥିଲେ ଓ ସେମାନଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଥିଲା, ସେ ନେଇ ପୁଲିସ୍ ବିଭାଗ ପକ୍ଷରୁ ଏଯାଏଁ କିଛି କୁହାଯାଇନାହିଁ। ସେହିପରି ଭଞ୍ଜନଗର ଏସ୍‌ଡିପିଓ ଓ ଆଇଆଇସି ଗାଙ୍ଗପୁର ଥାନା ଆଇଆଇସି ଦେବ ଗମାଙ୍ଗଙ୍କ ସରକାରୀ ବାସଭବନରେ ପହଞ୍ଚିବା ପରେ ସେଠାରେ ଥିବା ତାଙ୍କ ରୋଷେୟାକୁ ବାହାରକୁ ଚାଲିଯିବାକୁ କହିଥିବା ଜଣାପଡ଼ିଛି। ଘଟଣାଟି ସନ୍ଦେହ ଘେରରେ ଥିବା ବେଳେ ଓ ଏଥିରେ ଦୁଇ ଜଣ ପୁଲିସ୍ ଅଧିକାରୀଙ୍କ ଉପରକୁ ଅଙ୍ଗୁଳି ଉଠିଥିବା ବେଳେ ଏହାର ବିଚାର ବିଭାଗୀୟ ତଦନ୍ତ କରାଯାଉ ବୋଲି ଗାଙ୍ଗପୁର ଅଞ୍ଚଳବାସୀ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story