Advertisment

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ପ୍ରକାଶ, ପ୍ରତାପ କହିଲେ- ମୁଁ ନିଜେ ଦୃଷ୍ଟି ଦେବି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ସାଲେପୁରର ବିଜେପି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ହତ୍ୟାକାଣ୍ଡ ଘଟଣାରେ ଶାସକ ବିଜେଡି ଉପରକୁ ଉଠିଛି ଅଙ୍ଗୁଳି। ଏହି ହତ୍ୟାକାଣ୍ଡରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ହାତ ଥିବା କୁଳମଣିଙ୍କ ପୁଅ ରମାକାନ୍ତ ବରାଳ ଅଭିଯୋଗ କରିଛନ୍ତି। ସେହିପରି କୁଳମଣିଙ୍କ ସହଯୋଗୀ ତଥା ଏହି ଘଟଣାରେ ପ୍ରାଣ ହରାଇଥିବା ଦିବ୍ୟସିଂହ ବରାଳଙ୍କ ପୁଅ ମଧ୍ୟ କହିଛନ୍ତି ଯେ ଏଥିରେ ବିଜେଡିର ହାତ ରହିଛି। ଏଥିପାଇଁ […]

ଅଦ୍ୟତନ ହୋଇଛି
ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ପ୍ରକାଶ, ପ୍ରତାପ କହିଲେ- ମୁଁ ନିଜେ ଦୃଷ୍ଟି ଦେବି

KulamaniDeath

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ସାଲେପୁରର ବିଜେପି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ହତ୍ୟାକାଣ୍ଡ ଘଟଣାରେ ଶାସକ ବିଜେଡି ଉପରକୁ ଉଠିଛି ଅଙ୍ଗୁଳି। ଏହି ହତ୍ୟାକାଣ୍ଡରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ହାତ ଥିବା କୁଳମଣିଙ୍କ ପୁଅ ରମାକାନ୍ତ ବରାଳ ଅଭିଯୋଗ କରିଛନ୍ତି। ସେହିପରି କୁଳମଣିଙ୍କ ସହଯୋଗୀ ତଥା ଏହି ଘଟଣାରେ ପ୍ରାଣ ହରାଇଥିବା ଦିବ୍ୟସିଂହ ବରାଳଙ୍କ ପୁଅ ମଧ୍ୟ କହିଛନ୍ତି ଯେ ଏଥିରେ ବିଜେଡିର ହାତ ରହିଛି। ଏଥିପାଇଁ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରା।

Advertisment

ସେ କହିଛନ୍ତି, ଏହି ହତ୍ୟାକାଣ୍ଡରେ କୁଳମଣିଙ୍କ ପରିବାର ଲୋକେ ଆଇନ ମନ୍ତ୍ରୀଙ୍କ ସଂପୃକ୍ତି ନେଇ ଅଭିଯୋଗ ଆଣିଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରନ୍ତୁ।

ଅନ୍ୟପକ୍ଷରେ ଏହି ଘଟଣା ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ମାହାଙ୍ଗା ବିଧାୟକ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା। ସେ କହିଛନ୍ତି, ଏହି ହତ୍ୟାକାଣ୍ଡକୁ ଯେତେ ନିନ୍ଦା କଲେ ମଧ୍ୟ କମ୍ ହେବ। ଦୋଷୀ କିଭଳି ଗିରଫ ହେବେ, ସେନେଇ ମୁଁ ନିଜେ ଦୃଷ୍ଟି ଦେବି। ଜଗନ୍ନାଥଙ୍କ ରାଜ୍ୟରେ ରାଜନୈତିକ ହିଂସାର ସ୍ଥାନ ନାହିଁ।

Advertisment

ଏହି ଘଟଣାକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ କହିବାରୁ ତାଙ୍କୁ ମାରି ଦେଲେ। ଆମେ ଛାଡ଼ିବୁ ନାହିଁ। ଏହି ପ୍ରସଙ୍ଗକୁ ନେଇ ସବୁ ଗାଁକୁ ଯିବୁ। ଆବାସ ଯୋଜନାରେ କେଉଁ ଧନୀ ଓ ଗରିବ ଘର ପାଇଛନ୍ତି ତାଲିକା ମାରିବୁ। ହତ୍ୟାକାଣ୍ଡ ପଛରେ ମନ୍ତ୍ରୀ ଓ ବିଜେଡି କର୍ମୀଙ୍କ ହାତ ଥିବା ଅଭିଯୋଗ ହେଉଛି। ମନ୍ତ୍ରୀ କହିଛନ୍ତି, ଶୀଘ୍ର ଦୋଷୀଙ୍କୁ ଧରିବେ। ସତ୍‌ ସାହାସ ଥିଲେ ଧରନ୍ତୁ। ଏଠି ପଶ୍ଚିମବଙ୍ଗ ଭଳି କାଣ୍ଡ ଆରମ୍ଭ ହୋଇଛି।

କୁଳମଣି ବରାଳଙ୍କ ପୁଅ ରମାକାନ୍ତ କହିଛନ୍ତି, ଦୁର୍ନୀତିକୁ ବିରୋଧ କରିବା ଯୋଗୁ ତାଙ୍କୁ ହତ୍ୟା କରାଯାଇଛି। ଏହା ପଛରେ ସଂପୂର୍ଣ୍ଣ ଭାବେ ଆଇନ ମନ୍ତ୍ରୀଙ୍କ ହାତ ରହିଛି। ତାଙ୍କ ଠାରୁ ସାହାସ ପାଇ ଓ ତାଙ୍କ ନିର୍ଦ୍ଦେଶରେ ଏମିତି କାଣ୍ଡ କରାଯାଇଛି। ଦୁଇ ବର୍ଷ ତଳେ ଏଠାରେ ଜଣେ ବିଜେପି ନେତାଙ୍କୁ ହତ୍ୟା କରାଯାଇଥିଲା। ସେହି ମାମଲାରେ ପୁଲିସ୍ କିଛି ପଦକ୍ଷେପ ନେଲା ନାହିଁ। ତେଣୁ ସେମାନଙ୍କ ସାହାସ ବଢ଼ିଲା ଓ ଏଇ ଘଟଣା ଘଟିଲା।

କୁଳମଣି ବରାଳଙ୍କ ସହିତ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ମଧ୍ୟ ହତ୍ୟା ଘଟଣା କରାଯାଇଛି। ଦିବ୍ୟସିଂହଙ୍କ ପୁଅ ଜିତେନ୍ଦ୍ର କହିଛନ୍ତି- ଏହି ହତ୍ୟାକାଣ୍ଡରେ ବିଜେଡିର ହାତ ରହିଛି। କାଳେ ମୋ ବାପା କାହା ନାଁ କହିଦେବେ ସେଥିପାଇଁ ତାଙ୍କୁ ହତ୍ୟା କରାଯାଇଛି।

ସୂଚନାଯୋଗ୍ୟ, ଏହି ହତ୍ୟା ଘଟଣାରେ ମାହାଙ୍ଗା ଥାନାରେ ୧୨ ଜଣଙ୍କ ନାଁରେ ଏତଲା ଦେଇଛନ୍ତି କୁଳମଣି ବରାଳଙ୍କ ପୁଅ ରମାକାନ୍ତି। ସେମାନଙ୍କ ମଧ୍ୟରେ ଯଁକୁଟି ଗାଁର ୪ଜଣ ଓ ନୃତାଙ୍ଗ ଗାଁର ୮ଜଣଙ୍କ ନାଁ ରହିଛି। ପୁଲିସ୍‌ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

Mahanga Murder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe