Advertisment

ଥାନା ଭିତରେ ଆଇନ୍‌ଜୀବୀଙ୍କୁ ପିଟିଲା ପୁଲିସ!

ଭଞ୍ଜନଗର (ଓଡ଼ିଶା ରିପୋର୍ଟର): କଟକରେ ଆଇନ୍‌ଜୀବୀଙ୍କୁ ମାଡ଼ ଘଟଣା ଆଜି ପର୍ଯ୍ୟନ୍ତ ସମାଧାନ ହୋଇପାରି ନାହିଁ। ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କ ଗିରଫ ଦାବିରେ ଆଇନ୍‌ଜୀବୀମାନେ ଦୀର୍ଘ ଦୁଇ ମାସରୁ ଅଧିକ ସମୟ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି। ଯାହା ରାଜ୍ୟ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହି ଘଟଣା ସମାଧାନ ହୋଇନଥିବା ବେଳେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଭିତରେ ଆଇନ୍‌ଜୀବୀଙ୍କୁ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଥାନାଧିକାରୀ ଓ କର୍ମଚାରୀମାନେ ଆଇନ୍‌ଜୀବୀଙ୍କୁ ପିଟିଥିବା ଅଭିଯୋଗ ହୋଇଛି। […]

ଅଦ୍ୟତନ ହୋଇଛି
ଥାନା ଭିତରେ ଆଇନ୍‌ଜୀବୀଙ୍କୁ ପିଟିଲା ପୁଲିସ!

bhanjanager

Advertisment

ଭଞ୍ଜନଗର (ଓଡ଼ିଶା ରିପୋର୍ଟର): କଟକରେ ଆଇନ୍‌ଜୀବୀଙ୍କୁ ମାଡ଼ ଘଟଣା ଆଜି ପର୍ଯ୍ୟନ୍ତ ସମାଧାନ ହୋଇପାରି ନାହିଁ। ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କ ଗିରଫ ଦାବିରେ ଆଇନ୍‌ଜୀବୀମାନେ ଦୀର୍ଘ ଦୁଇ ମାସରୁ ଅଧିକ ସମୟ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି। ଯାହା ରାଜ୍ୟ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହି ଘଟଣା ସମାଧାନ ହୋଇନଥିବା ବେଳେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଭିତରେ ଆଇନ୍‌ଜୀବୀଙ୍କୁ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଥାନାଧିକାରୀ ଓ କର୍ମଚାରୀମାନେ ଆଇନ୍‌ଜୀବୀଙ୍କୁ ପିଟିଥିବା ଅଭିଯୋଗ ହୋଇଛି। ଆହତ ଆଇନ୍‌ଜୀବୀ ହରପ୍ରସାଦ ଦାସଙ୍କୁ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Advertisment

ଏକ ବିବାଦୀୟ ରାସ୍ତା ସମ୍ପର୍କରେ ଆଲୋଚନା ପାଇଁ ହରପ୍ରସାଦ ଥାନାକୁ ଯାଇଥିଲେ। ଏହି ସମୟରେ ପୁଲିସ ଅଧିକାରୀଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଆଇନ୍‌ଜୀବୀଙ୍କୁ ଥାନାଧିକାରୀ ଓ ପୁଲିସ କର୍ମଚାରୀମାନେ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ଘଟଣା ପରେ ବୁଗୁଡ଼ା ଆଇନ୍‌ଜୀବୀ ସଂଘର ବୈଠକ ବସିଛି। ବୈଠକରେ ଆଲୋଚନା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ବୁଗୁଡ଼ା ଓକିଲ ସଂଘ ସଭାପତି ବନବାସୀ ନାୟକ।

Advertisment

ଅଭିଯୋଗକୁ ନେଇ ବୁଗୁଡ଼ା ପୁଲିସର ପ୍ରତିକ୍ରିୟା ମିଳିପାରିନି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe