Advertisment

ବୁଧବାର ରାଜ୍ୟବ୍ୟାପୀ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବେ ଓକିଲ

କଟକ (ଓଡ଼ିଶା ରିପୋର୍ଟର): ଗତ ୨ମାସରୁ ଅଧିକ ସମୟ ଧରି ଚାଲିଥିବା ଓକିଲଙ୍କ ଆନ୍ଦୋଳନ ଏବେ ନୂଆମୋଡ଼ ନେଇଛି। ଓକିଲ ଆନ୍ଦୋଳନକୁ ଦୁର୍ବଳ କରିବା ପାଇଁ ରାଜ୍ୟ ସରକାର ଖେଳିଥିବା ରାଜନୀତିକ କାର୍ଡ ଏବେ ଶାସକ ବିଜେଡିକୁ ମହଙ୍ଗା ପଡ଼ିଛି। ଆସନ୍ତାକାଲି ଦିନ ୧୨ଟାରେ ସବୁ ଜିଲ୍ଲା ବାର କାଉନସିଲ ସମ୍ମୁଖରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବାକୁ ନିଷ୍ପତ୍ତି ହୋଇଛି। ନଭେମ୍ବର ୧ ତାରିଖ ସାଢ଼େ ୧୧ଟାରେ ବାର ଆସୋସିଏସନର ସବୁ ପଦାଧିକାରୀ ଓ ହାଇକୋର୍ଟ ବାର […]

ଅଦ୍ୟତନ ହୋଇଛି
ଓକିଲ ଆନ୍ଦୋଳନରେ ଗାନ୍ଧାରୀ ଭଳି ନହୁଅନ୍ତୁ ମୁଖ୍ୟମନ୍ତ୍ରୀ: କଂଗ୍ରେସ

okila-strike

Advertisment

କଟକ (ଓଡ଼ିଶା ରିପୋର୍ଟର): ଗତ ୨ମାସରୁ ଅଧିକ ସମୟ ଧରି ଚାଲିଥିବା ଓକିଲଙ୍କ ଆନ୍ଦୋଳନ ଏବେ ନୂଆମୋଡ଼ ନେଇଛି। ଓକିଲ ଆନ୍ଦୋଳନକୁ ଦୁର୍ବଳ କରିବା ପାଇଁ ରାଜ୍ୟ ସରକାର ଖେଳିଥିବା ରାଜନୀତିକ କାର୍ଡ ଏବେ ଶାସକ ବିଜେଡିକୁ ମହଙ୍ଗା ପଡ଼ିଛି। ଆସନ୍ତାକାଲି ଦିନ ୧୨ଟାରେ ସବୁ ଜିଲ୍ଲା ବାର କାଉନସିଲ ସମ୍ମୁଖରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବାକୁ ନିଷ୍ପତ୍ତି ହୋଇଛି। ନଭେମ୍ବର ୧ ତାରିଖ ସାଢ଼େ ୧୧ଟାରେ ବାର ଆସୋସିଏସନର ସବୁ ପଦାଧିକାରୀ ଓ ହାଇକୋର୍ଟ ବାର ଆସୋସିଏସନର ଏକ ମିଳିତ ବୈଠକ ବସି ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ। ଓକିଲ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଯେଉଁ ସହଯୋଗୀ ଓକିଲମାନେ ପଦକ୍ଷେପ ନେଇଥିଲେ ସେମାନଙ୍କ ବିରୋଧରେ ବାର କାଉନସିଲ ନିୟମ ଅନୁସାରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।

Advertisment

ବାର ଆସୋସିଏସନ ସଭାପତି ଶ୍ରୀକାନ୍ତ ନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଆସୋସିଏସନର ଜରୁରୀ ବୈଠକରେ ଗତକାଲି ହାଇକୋର୍ଟ ପରିସରରେ ଓକିଲମାନଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ଥାନାରେ ମାମଲା ରୁଜୁ ସହ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା। ଓକିଲଙ୍କ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ କିଛି ସହଯୋଗୀ ଓକିଲମାନେ କରିଥିବା କାର୍ଯ୍ୟକୁ ନାପସନ୍ଦ କରାଯାଇଥିଲା। ବାର କାଉନସିଲ ଆସୋସିଏସନର ନିଷ୍ପତ୍ତିକୁ ବିରୋଧ କରି ଗତକାଲି ବିଜୁ ଆଇନଜୀବୀ ସାମ୍ମୁଖ୍ୟ ସହ ଜଡ଼ିତ ଥିବା ଓକିଲମାନେ ଯେଉଁ ପରିସ୍ଥିତି ସୃଷ୍ଟି କଲେ ତାହା ସୁସ୍ଥ ପରମ୍ପରା ନୁହେଁ ବୋଲି ସଦସ୍ୟମାନେ ମତ ରଖି ଉଦବେଗ ପ୍ରକାଶ କରିଥିଲେ। ଏଥିପାଇଁ ଦାୟୀ ୪ଜଣ ଓକିଲଙ୍କ ବିରୋଧରେ ବାର କାଉନସିଲ ନିୟମ ଅନୁସାରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।

ତେବେ ହାଇକୋର୍ଟ ବାର ଆସୋସିଏସନ୍ ପକ୍ଷରୁ ଜାରି ରିଜଲ୍ୟୁସନ୍ ଅନୁସାରେ ବଂଶୀଧର ଶତପଥୀ, ମିଲନ କାନୁନଗୋ, ଅସୀମ ଅମିତାଭ ଦାସ ଓ ଟହଲି ଚରଣ ମହାନ୍ତିଙ୍କ ବାର୍ ଆସୋସିଏସନ୍ ସଦସ୍ୟତା ରଦ୍ଦ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଛି। ଶ୍ରୀ କାନୁନଗୋ ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ଆବାହକ ଥିବାବେଳେ ଅସିମ୍ ଅମିତାଭ ଦାସ ସାମ୍ମୁଖ୍ୟର ଉପଦେଷ୍ଟା ଅଛନ୍ତି।

Advertisment

କାର୍ଯ୍ୟବନ୍ଦ ଆନ୍ଦୋଳନକୁ ନଭେମ୍ବର ୨ତାରିଖ ପର୍ଯ୍ୟନ୍ତ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଥିବାବେଳେ ୨ତାରିଖ ଅପରାହ୍ନ ୨ଟାରେ ପୁଣିଥରେ ଆସୋସିଏସନର ସାଧାରଣ ପରିଷଦ ବୈଠକ ବସି ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବାକୁ ସହମତି ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe