Advertisment

ରାମଙ୍କ ପରେ ଲକ୍ଷ୍ମଣଙ୍କ ଗୁଆ ଘିଅ ଡ୍ୟାନ୍ସ ଭାଇରାଲ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ରାମଙ୍କ ପରେ ଲକ୍ଷ୍ମଣଙ୍କ ଗୁଆ ଘିଅ ଗୀତରେ ଡ୍ୟାନ୍ସ ଭାଇରାଲ ହୋଇଛି। ରାମାୟଣ ନାଟ୍ୟ ପରିବେଷଣ ବେଳେ ମର୍ଯ୍ୟଦାକୁ ଉଲ୍ଲଂଘନ କରି ଏହି ନାଚଗୀତ କରାଯାଇଛି। ଗତକାଲି ରାମ ଓ ସୀତା ବେଶରେ ଅବତୀର୍ଣ୍ଣ ଦୁଇ କଳାକାରଙ୍କ ଆଧୁନିକ ଓଡ଼ିଆ ଆଲବମ ଗୀତ “ମୋର ସବୁ ନଜର ଲାଗେ ତୋର ପ୍ରେମ ନଜର…”ରେ ଡ୍ୟାନ୍ସ ଭାଇରାଲ ହୋଇଥିଲା। ଏହାକୁ ନେଇ ସମାଲୋଚନା ନ ସରୁଣୁ ଏବେ ଗୁଆ ଘିଅର ତାଳେ ତାଳେ ଲକ୍ଷ୍ମଣ ବେଶଧାରୀଙ୍କ ସୁନ୍ଦରୀ […]

ଅଦ୍ୟତନ ହୋଇଛି
ରାମଙ୍କ ପରେ ଲକ୍ଷ୍ମଣଙ୍କ ଗୁଆ ଘିଅ ଡ୍ୟାନ୍ସ ଭାଇରାଲ

lakhaman

Advertisment

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ରାମଙ୍କ ପରେ ଲକ୍ଷ୍ମଣଙ୍କ ଗୁଆ ଘିଅ ଗୀତରେ ଡ୍ୟାନ୍ସ ଭାଇରାଲ ହୋଇଛି। ରାମାୟଣ ନାଟ୍ୟ ପରିବେଷଣ ବେଳେ ମର୍ଯ୍ୟଦାକୁ ଉଲ୍ଲଂଘନ କରି ଏହି ନାଚଗୀତ କରାଯାଇଛି। ଗତକାଲି ରାମ ଓ ସୀତା ବେଶରେ ଅବତୀର୍ଣ୍ଣ ଦୁଇ କଳାକାରଙ୍କ ଆଧୁନିକ ଓଡ଼ିଆ ଆଲବମ ଗୀତ "ମୋର ସବୁ ନଜର ଲାଗେ ତୋର ପ୍ରେମ ନଜର..."ରେ ଡ୍ୟାନ୍ସ ଭାଇରାଲ ହୋଇଥିଲା। ଏହାକୁ ନେଇ ସମାଲୋଚନା ନ ସରୁଣୁ ଏବେ ଗୁଆ ଘିଅର ତାଳେ ତାଳେ ଲକ୍ଷ୍ମଣ ବେଶଧାରୀଙ୍କ ସୁନ୍ଦରୀ ରମଣୀଙ୍କ ସହ ନାଚ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ସମାଲୋଚନା ବଢ଼ିବା ସହ ବୁଦ୍ଧିଜୀବୀମାନେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

Advertisment

ଭାଇରାଲ ଭିଡ଼ିଓକୁ ନେଇ ସୋମବାର ରାତିରେ ରାମ ଭୂମିକାରେ ଅବତୀର୍ଣ୍ଣ ବ୍ୟକ୍ତି ଏକ ଭିଡ଼ିଓ କରି ଭୁଲ ମାଗିଥିଲେ। ସେହିପରି ରାମାୟଣ ପାର୍ଟି ପକ୍ଷରୁ ଏକ ଭିଡ଼ିଓ କରାଯାଇ ଏଭଳି ବିକୃତ ନାଚଗୀତ ଆଗକୁ କରାଯିବ ନାହିଁ ବୋଲି ପାର୍ଟିର ମ୍ୟାନେଜର କହିଥିଲେ। ତେବେ ପାର୍ଟିର ମ୍ୟାନେଜର ନିଜର ଭୁଲ ମାନିଥିଲେ ହେଁ ଅନ୍ୟସ୍ଥାନରେ ଏହାଠାରୁ କଦର୍ଯ୍ୟ ନାଚଗୀତ ପରିବେଷଣ ହେଉଛି ବୋଲି କହି ନିଜର ଦୋଷ ଘୋଡ଼ାଇବାକୁ ଚେଷ୍ଟା କରିଛନ୍ତି। ରାମାୟଣ ନାଟ୍ୟରେ ଏଭଳି ଅଶୀଳ ନୃତ୍ୟକୁ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ବିରୋଧ କରିଥିଲେ। ଏଭଳି ଅଶୀଳ ନୃତ୍ୟଗୀତ କରିବା ଅଦୌ ଠିକ୍ ନୁହେଁ ବୋଲି ଏହି ନାଟ୍ୟ ସଂସ୍ଥା ମ୍ୟାନେଜର କହିଛନ୍ତି।

ସୂଚନା ଥାଉକି, ଏହି ରାମାୟଣ ନାଟକ ବ୍ରହ୍ମପୁର ଉପକଣ୍ଠ ଫୁଲଟା ଗ୍ରାମରେ ଚଳିତମାସ ୩ ତାରିଖରେ ଅନୁଷ୍ଠିତ ହୋଇଥିଲା। ଦୁଇ ରାମାୟଣ ପାର୍ଟି ନାଟ ପରିବେଷଣ କରୁଥିଲେ। ଦୁଇଦଳ ଭିତରେ ପ୍ରତିଯୋଗୀତା କରି ଦର୍ଶକଙ୍କୁ ଆକୃଷ୍ଟ କରିବାକୁ ରାମାୟଣ କଥାବସ୍ତୁ ଭିତରେ ଆଧୁନିକ ନାଚଗୀତକୁ ପୂରାଇଥିଲେ। ଯାହାର ଭିଡ଼ିଓ ଭାଇରାଲ ହେବା ପରେ ସମାଲୋଚନା ବଢ଼ିବାରେ ଲାଗିଛି।

Advertisment

ବ୍ଲକ ବଉଳ ଝୋଳି ରାମାୟଣ ପାର୍ଟିର କଳାକାରମାନେ ଏହି ଅଶାଳୀନ ନୃତ୍ୟନାଟୀକା ପରିବେଷଣ କରିଥିଲେ ।

ତେବେ ରାମାୟଣ ଭଳି ପୌରାଣିକ ନାଟକ ସହ ଲୋକଙ୍କ ଭାବାବେଗ ଜଡ଼ିତ ଥିବାରୁ ରାମାୟଣ ନାଟ୍ୟ କାର୍ଯ୍ୟକ୍ରମରେ ଏଭଳି ବିକୃତ ନାଚଗୀତ ନ କରି ପରମ୍ପରାକୁ ବଞ୍ଚାଇରଖିବାକୁ ଉଦ୍ୟମ ହେଉ ବୋଲି ସାଧାରଣରେ ଦାବି ହେଉଛି।

Berhampur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe