Advertisment

୧୬ରେ ୧୬୬୯ ପଂଚାୟତରେ ଭୋଟ୍‌, ୧୪ ସନ୍ଧ୍ୟା ସୁଦ୍ଧା ଏରିଆ ଛାଡ଼ିବେ ନେତା-କର୍ମୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ପଂଚାୟତ ନିର୍ବାଚନ ନିମନ୍ତେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି। ୧୬ ତାରିଖରେ ୨୦୨ଟି ଜିଲ୍ଲା ପରିଷଦ ଜୋନର ୧୬୬୯ଟି ପଂଚାୟତରେ ନିର୍ବାଚନ ହେବ । ଏସବୁ ଅଂଚଳରେ ପ୍ରଚାର କରୁଥିବା ବାହାରର ନେତା ଓ କର୍ମୀ ଯେଭଳି ୧୪ତାରିଖ ସନ୍ଧ୍ୟା ସୁଦ୍ଧା ସ୍ଥାନ ଛାଡ଼ିବେ, ତାହା ସୁନିଶ୍ଚିତ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାପାଳମାନଙ୍କ ସହ ଆଜି ଏନେଇ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ […]

author-image
Ordigital Desk
ଅଦ୍ୟତନ ହୋଇଛି
ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ପଂଚାୟତ ଭୋଟ୍ : ୭୨୬ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୬୭.୫୧ଲକ୍ଷ ଭୋଟର

Aditya Prasad Padhi

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ପଂଚାୟତ ନିର୍ବାଚନ ନିମନ୍ତେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି। ୧୬ ତାରିଖରେ ୨୦୨ଟି ଜିଲ୍ଲା ପରିଷଦ ଜୋନର ୧୬୬୯ଟି ପଂଚାୟତରେ ନିର୍ବାଚନ ହେବ । ଏସବୁ ଅଂଚଳରେ ପ୍ରଚାର କରୁଥିବା ବାହାରର ନେତା ଓ କର୍ମୀ ଯେଭଳି ୧୪ତାରିଖ ସନ୍ଧ୍ୟା ସୁଦ୍ଧା ସ୍ଥାନ ଛାଡ଼ିବେ, ତାହା ସୁନିଶ୍ଚିତ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଜିଲ୍ଲାପାଳମାନଙ୍କ ସହ ଆଜି ଏନେଇ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ପ୍ରଥମ ପର୍ଯ୍ୟାୟ ପଂଚାୟତ ନିର୍ବାଚନ ପ୍ରସ୍ତୁତି ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି କାର୍ଯ୍ୟର ଅଗ୍ରଗତିର ମଧ୍ୟ ସମୀକ୍ଷା କରିଥିଲେ। ଏହି ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପାଢ଼ୀ କହିଛନ୍ତି ଯେ, ୧୪ ତାରିଖ ସନ୍ଧ୍ୟା ୭ଟାରୁ ସମସ୍ତ ପ୍ରକାର ପ୍ରଚାର ବନ୍ଦ ରହିବ। ୧୬ ତାରିଖରେ ନିର୍ବାଚନ ହେବାକୁ ଥିବା ଅଂଚଳରେ ୧୪ ତାରିଖ ସନ୍ଧ୍ୟା ପରେ ପ୍ରଚାରରେ ନିୟୋଜିତ ଥିବା କୌଣସି ବାହାର ଲୋକ ଅବା ରାଜନୀତିକ କର୍ମୀ-ନେତାମାନଙ୍କୁ ରହିବା ପାଇଁ ଅନୁମତି ମିଳିବ ନାହିଁ । ସମସ୍ତ ବାହାରର ନେତା-କର୍ମୀଙ୍କୁ ଫେବୃୟାରୀ ୧୪ ତାରିଖ ସନ୍ଧ୍ୟା ସୁଦ୍ଧା ସେସବୁ ସ୍ଥାନ ଛାଡ଼ିବାକୁ ପଡ଼ିବ। ମତଦାନ କେନ୍ଦ୍ର ଅଭିମୁଖେ ପୋଲିଂ ଅଧିକାରୀମାନେ ୧୪ ଓ ୧୫ ତାରିଖରେ ଗସ୍ତ କରିବେ।

୧୬ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୭୧ଟି ବ୍ଲକ ଅନ୍ତର୍ଗତ ୨୦୨ଟି ଜିଲ୍ଲା ପରିଷଦ ଆସନ, ୧୬୬୯ ସରପଂଚ ଓ ସମାନ ସଂଖ୍ୟକ ସମିତି ସଭ୍ୟ, ୨୨୩୭୯ଟି ୱାର୍ଡମେମ୍ବର ପଦବୀ ପାଇଁ ଭୋଟଗ୍ରହଣ ଅନୁଷ୍ଠିତ ହେବ । ମୋଟ ୬୭ଲକ୍ଷ ୫୧ହଜାର ୦୬୮ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । କମିଶନଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ସମ୍ବେଦନଶୀଳ ବୁଥରେ ଅତିରିକ୍ତ ପୁଲିସ ମୁତୟନ କରାଯିବ । ସମସ୍ତ ସମ୍ବେଦନଶୀଳ ବୁଥରେ ମତଦାନର ଭିଡିଓ ରେକର୍ଡିଂ କରାଯିବା ସହ ଷ୍ଟ୍ରଙ୍ଗରୁମରେ ସିସିଟିଭି କ୍ୟାମେରା ଲଗାଯିବ ଓ ଭୋଟଗଣତିର ରେକର୍ଡିଂ ମଧ୍ୟ ହେବ ।

Advertisment
Odisha Panchayat Election 2022