ଜେଟଲୀଙ୍କ ସ୍ମୃତିରେ ସର୍ବଦଳୀୟ ସଭା, ଯୋଗଦେଲେ ସବୁ ଦଳର ନେତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ପୂର୍ବତନ କେନ୍ଦ୍ର ଅର୍ଥ ଓ ପ୍ରତିରକ୍ଷା ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀଙ୍କ ସ୍ମୃତିରେ ଆଜି ରାଜ୍ୟ ବିଜେପି ପକ୍ଷରୁ ଭୁବନେଶ୍ୱରରେ ଏକ ସାର୍ବଜନୀନ ଓ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସମେତ ସବୁ ଦଳର ବରିଷ୍ଠ ନେତା ଓ ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇ ଶ୍ରୀ ଜେଟଲୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କର ସ୍ମୃତିଚାରଣ […]

Leaders-cutting-across-party-lines-pay-tributes-to-Arun-Jaitley-In-Bhubaneswar

Manoranjan Sial
  • Published: Thursday, 05 September 2019
  • Updated: 05 September 2019, 09:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ପୂର୍ବତନ କେନ୍ଦ୍ର ଅର୍ଥ ଓ ପ୍ରତିରକ୍ଷା ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀଙ୍କ ସ୍ମୃତିରେ ଆଜି ରାଜ୍ୟ ବିଜେପି ପକ୍ଷରୁ ଭୁବନେଶ୍ୱରରେ ଏକ ସାର୍ବଜନୀନ ଓ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସମେତ ସବୁ ଦଳର ବରିଷ୍ଠ ନେତା ଓ ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇ ଶ୍ରୀ ଜେଟଲୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କର ସ୍ମୃତିଚାରଣ କରିଥିଲେ।

ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ କହିଥିଲେ ଯେ, ଅରୁଣ ଜେଟଲୀଜୀ ଥିଲେ ଅଜାତ ଶତ୍ରୁ। ଜେଟଲୀ ଜଣେ ସ୍ଥିର ବୁଦ୍ଧି, ଆତ୍ମ ବୁଦ୍ଧିମାନ ବ୍ୟକ୍ତି ଥିଲେ ତାଙ୍କର ପ୍ରିୟ ବନ୍ଧୁ ଥିଲେ। ସେ ପ୍ରଫେସର ଥିବାବେଳେ ଜେଟଲୀ ସେତେବେଳେ ବିଶ୍ୱବିଦ୍ୟାଳୟର ସଭାପତି ଥିଲେ ବୋଲି କହିଥିଲେ।

ସେହିପରି ବାଚସ୍ପତି ଶ୍ରୀ ପାତ୍ର କହିଥିଲେ ଯେ, ଜେଟଲୀ ସୁପ୍ରିମକୋର୍ଟର ଜଣେ ଦକ୍ଷ ଆଇନଜୀବୀ ଏବଂ ରାଜନୀତିରେ ଜଣେ ଦକ୍ଷ ରାଜନେତା ଭାବେ ବେଶ ପ୍ରଭାବଶାଳୀ ଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ସ୍ୱର୍ଗତଃ ଜେଟଲୀଜୀ ଓଡ଼ିଶାର ଜଣେ ବନ୍ଧୁ ଥିଲେ। ଓଡ଼ିଆ ଜାତି ଗୋଟିଏ ବୁଦ୍ଧିଜୀବୀ ଲୋକମାନଙ୍କର ଜାତି ବୋଲି ସେ ସବୁ ସମୟରେ କହୁଥିଲେ। ନବକଳେବର ଓ ପାଇକ ବିଦ୍ରୋହର ସ୍ମୃତିକୁ ସୁରକ୍ଷିତ ରଖିବାରେ ଶ୍ରୀ ଜେଟଲୀଙ୍କ ପ୍ରମୁଖ ଯୋଗଦାନ ଥିଲା। ଓଡ଼ିଶାବାସୀ ଜଣେ ବନ୍ଧୁ ଏବଂ ଅଭିଭାବକକୁ ହରାଇଲା ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର କହିଥିଲେ ଯେ, ଜଣେ ଛାତ୍ର ନେତା, ବିଚକ୍ଷଣ ଓକିଲ, କାର୍ଯ୍ୟକର୍ତା ଏବଂ ଜଣେ କେନ୍ଦ୍ରମନ୍ତ୍ରୀ ହିସାବରେ ସ୍ୱର୍ଗତଃ ଜେଟଲୀଙ୍କ କାର୍ଯ୍ୟ କରିବାର ଶୈଳୀ ଅତୁଳୀନୀୟ ଥିଲା। ସାରା ଭାରତରେ ତାଙ୍କୁ ଲୋକମାନେ ଗ୍ରହଣ କରୁଥିଲେ। ଶ୍ରୀ ମିଶ୍ର ମଧ୍ୟ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ବାର୍ତ୍ତାକୁ ପାଠ କରିଥିଲେ।

ସେହିପରି କଂଗ୍ରେସ ବିଧଶୟକ ସୁରେଶ ରାଉତରାୟ କହିଥିଲେ ଯେ, ଜେଟଲୀଙ୍କ ପରଲୋକରେ ଭାରତୀୟ ରାଜନୀତି ଜଣେ ଆଦର୍ଶବାଦୀ ରାଜନେତାଙ୍କୁ ହରାଇଛି। ଜିଏସଟିଠୁ ନୋଟବନ୍ଦୀ ପର୍ଯ୍ୟନ୍ତ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ଜେଟଲୀଙ୍କ ବଡ଼ ଭୂମିକା ରହିଥିଲା।ଆରଏସଏସର କ୍ଷେତ୍ରୀୟ କାର୍ଯ୍ୟବାହକ ଗୋପାଳ ମହାପାତ୍ର କହିଥିଲେ ଯେ, ଜେଟଲୀ ଜଣେ ବିଜ୍ଞ ଓ ସ୍ଥିତପ୍ରଜ୍ଞ ବ୍ୟକ୍ତି ଥିଲୋ ଦେଶର ସଙ୍କଟମୋଚକ ଭାବେ ସେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ।

ଏହି ଅବସରରେ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ, ସାଂସଦ ରଘୁନାଥ ମହାପାତ୍ର,ବିଜୟ ମହାପାତ୍ର, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ଉପନେତା ବିଷ୍ଣୁ ସେଠୀ, ଖାରବେଳ ସ୍ୱାଇଁ, ଶ୍ରୀକାନ୍ତ ଜେନା, ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ଅପରାଜିତ ଷଡଙ୍ଗୀ, ବିଶେଶ୍ୱର ଟୁଡୁ ପ୍ରମୁଖ ଜେଟଲୀଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହି ସାର୍ବଜନୀନ ଓ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭାକୁ ରାଜ୍ୟ ଉପସଭାପତି ସମୀର ମହାନ୍ତି ପରିଚାଳନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story