Advertisment

ଗଡ଼ ଜିତିବା ପାଇଁ ମା’ଙ୍କ ଆଶୀର୍ବାଦ ନେଉଛନ୍ତି ତିନି ରାଜନୈତିକ ଦଳର ପ୍ରାର୍ଥୀ

ବରଗଡ଼ (ଦୀପକ ଶର୍ମା): ଚାରିଆଡ଼େ ଦୁର୍ଗାପୂଜାର ଉଲ୍ଲାସ। ଲୋକେ ପରିବାର ଓ ସାଙ୍ଗସାଥୀ ଛାଡ଼ି ଯିବାକୁ ମନ କରୁନାହାନ୍ତି। ହେଲେ ଘରଦ୍ୱାର ଛାଡ଼ି ବହୁ ଉପକୂଳିଆ ନେତା ବିଜେପୁରରେ ଡେରା ପକାଇଛନ୍ତି। ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଆରୋପ ଓ ପ୍ରତ୍ୟାରୋପ। ସେପଟେ ପୂଜା ମଣ୍ଡପରୁ ମଣ୍ଡପ ବୁଲି ମାଆଙ୍କ ଦର୍ଶନ ସହ ଭୋଟରଙ୍କୁ ଭେଟୁଛନ୍ତି ତିନି ଦଳର ପ୍ରାର୍ଥୀ। ବିଜେପୁର ଉପନିର୍ବାଚନ ପାଇଁ ମଇଦାନରେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ। ଦୁର୍ଗାପୂଜା ମଣ୍ଡପ […]

ଗଡ଼ ଜିତିବା ପାଇଁ ମା’ଙ୍କ ଆଶୀର୍ବାଦ ନେଉଛନ୍ତି ତିନି ରାଜନୈତିକ ଦଳର ପ୍ରାର୍ଥୀ

bijapur-battle

Advertisment

ବରଗଡ଼ (ଦୀପକ ଶର୍ମା): ଚାରିଆଡ଼େ ଦୁର୍ଗାପୂଜାର ଉଲ୍ଲାସ। ଲୋକେ ପରିବାର ଓ ସାଙ୍ଗସାଥୀ ଛାଡ଼ି ଯିବାକୁ ମନ କରୁନାହାନ୍ତି। ହେଲେ ଘରଦ୍ୱାର ଛାଡ଼ି ବହୁ ଉପକୂଳିଆ ନେତା ବିଜେପୁରରେ ଡେରା ପକାଇଛନ୍ତି। ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଆରୋପ ଓ ପ୍ରତ୍ୟାରୋପ। ସେପଟେ ପୂଜା ମଣ୍ଡପରୁ ମଣ୍ଡପ ବୁଲି ମାଆଙ୍କ ଦର୍ଶନ ସହ ଭୋଟରଙ୍କୁ ଭେଟୁଛନ୍ତି ତିନି ଦଳର ପ୍ରାର୍ଥୀ।

Advertisment

ବିଜେପୁର ଉପନିର୍ବାଚନ ପାଇଁ ମଇଦାନରେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ। ଦୁର୍ଗାପୂଜା ମଣ୍ଡପ ବୁଲି ମାଆଙ୍କ ଦୁର୍ଗାଙ୍କ ଆଶୀର୍ବାଦ ନେଉଛନ୍ତି। ବିଜେଡି ପ୍ରାର୍ଥୀ ରୀତା ସାହୁ ଦଳୀୟ ସମର୍ଥକଙ୍କ ସହ ପଟୁଆର ଧରି ବରପାଲି ଦୁର୍ଗା ମଣ୍ଡପ ବୁଲି ପୂଜାର୍ଚ୍ଚନା କରିବା ସହ ପରୋକ୍ଷରେ ପ୍ରଚାର ଚଳାଇଛନ୍ତି।

ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ମଧ୍ୟ ପଛରେ ନାହାନ୍ତି। ସେ ନିଜର ସମର୍ଥକଙ୍କୁ ଧରି ଗାଈସିଲେଟ୍ ବ୍ଲକର ବିଭିନ୍ନ ପୂଜା ମଣ୍ଡପ ବୁଲି ମାଆଙ୍କ ଆଶୀର୍ବାଦ ଭିକ୍ଷା କରୁଛନ୍ତି। ଏପରିକି ସ୍ଥାନୀୟ ଭୋଟର ଓ କର୍ମୀଙ୍କ ସହ ଆଲୋଚନା କରି ନିଜ ସପକ୍ଷରେ ସମର୍ଥନ ଯୋଗାଡ଼ରେ ଲାଗିଛନ୍ତି।

Advertisment

କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ମଧ୍ୟ ଆପଣାଇଛନ୍ତି ସମାନ ଫଣ୍ଡା। ସେ ବିଭିନ୍ନ ପୂଜାମଣ୍ଡପ ବୁଲିବା ସହ ମାଆଙ୍କ ନିକଟରେ ଉପନିର୍ବାଚନରେ ବିଜୟୀ ହେବାକୁ ଆଶୀର୍ବାଦ କାମନା କରୁଛନ୍ତି।

ତିନି ରାଜନୈତିକ ଦଳର ପ୍ରାର୍ଥୀମାନେ ନିଜର ଭାଗ୍ୟ ପରୀକ୍ଷା କରୁଥିବା ବେଳେ ପାର୍ବଣରେ ଘର ଛାଡ଼ି ବିଜେଡିର ଅନେକ ନେତା ଓ ମନ୍ତ୍ରୀ ବିଜେପୁରରେ ଡେରା ପକାଇଛନ୍ତି। କେଉଁଠି ସଭା ସମିତି ତ କେଉଁଠି ଚାଲିଛି କର୍ମୀ ସମ୍ମିଳନୀ। ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଆରୋପ ପ୍ରତ୍ୟାରୋପ।

ଉପସଭାପତି ସମୀର ମହାନ୍ତି କହିଛି, ବିଜେଡି ବିଜେପୁର ବାସୀଙ୍କୁ ଦୁଇ ଥର ଠକିଛି। ତେଣୁ ଏଥର ଦୁର୍ଗାପୂଜା ଛାଡି ଦଳର ନେତାମାନେ ପ୍ରଲୋଭନକୁ ଆସ୍ଥା କରି ସେଠି ପଡ଼ି ରହିଛନ୍ତି ବୋଲି ସମୀର ମହାନ୍ତି।

ତେଣେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ତାଙ୍କ ନେତା ମଧ୍ୟ ପ୍ରଚାର କରୁଛନ୍ତି। ଆସନ୍ତା ୯ ତାରିଖ ପରେ ବାହାର ନେତା ବିଜେପୁର ଯିବେ। ଦୁର୍ଗାପୂଜା ସତ୍ତ୍ୱେ ବିଜେଡି ନେତା ବିଜେପୁରରେ ଯେମିତି ତାଙ୍କ କର୍ତ୍ତବ୍ୟ କରୁଛନ୍ତି, ସେମାନଙ୍କଠରୁ କିଛି ଶିଖିବା କଥା ବୋଲି ନିରଞ୍ଜନ କହିଛନ୍ତି।

ଜବାବରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛି, ନିର୍ବାଚନକୁ ଦଳ କେବେ ବି ଖାମଖିଆଲି ଭାବେ ନିଏନି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe