Advertisment

ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ! ଅଧ୍ୟାପକ ଗିରଫ

ଆସିକା(ମନୋଜ ମୁନୀ): ଅର୍ଥନୀତି ବିଭାଗର ଅଧ୍ୟାପକଙ୍କ କଳାକାରନାମା। ପାଠ ପଢ଼ାଇବା ବାହାନାରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରିକି ଅଶ୍ଳୀଳ ଫଟୋ ଉଠାଇ ଭାଇରାଲ କରିବାକୁ ଧମକ ଦେଉଥିଲେ। ୬ ବର୍ଷ ଧରି ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଆଜି ଏପରି ଅଭିଯୋଗ ଗଞ୍ଜାମ ଜିଲ୍ଲାରୁ ଆସିଛି। ପୂରା ଘଟଣା ଏମିତି। ୨୦୧୪ ମସିହାରେ ଛାତ୍ରୀ ଜଣକ ନବମ ଶ୍ରେଣୀରେ ପାଠ ପଢ଼ୁଥିଲେ। ସେ ସୋରଡ଼ା କଲେଜର ଅର୍ଥନୀତି ବିଭାଗର ଅଧ୍ୟାପକ […]

ଅଦ୍ୟତନ ହୋଇଛି
ଆମ ଭଲ ପାଇବାକୁ ସ୍ୱୀକୃତି ଦିଅ, ନହେଲେ ବିଷ ପିଇଦେବି...!

girl

Advertisment

ଆସିକା(ମନୋଜ ମୁନୀ): ଅର୍ଥନୀତି ବିଭାଗର ଅଧ୍ୟାପକଙ୍କ କଳାକାରନାମା। ପାଠ ପଢ଼ାଇବା ବାହାନାରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରିକି ଅଶ୍ଳୀଳ ଫଟୋ ଉଠାଇ ଭାଇରାଲ କରିବାକୁ ଧମକ ଦେଉଥିଲେ। ୬ ବର୍ଷ ଧରି ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଆଜି ଏପରି ଅଭିଯୋଗ ଗଞ୍ଜାମଜିଲ୍ଲାରୁ ଆସିଛି।

Advertisment

ପୂରା ଘଟଣା ଏମିତି। ୨୦୧୪ ମସିହାରେ ଛାତ୍ରୀ ଜଣକ ନବମ ଶ୍ରେଣୀରେ ପାଠ ପଢ଼ୁଥିଲେ। ସେ ସୋରଡ଼ା କଲେଜର ଅର୍ଥନୀତି ବିଭାଗର ଅଧ୍ୟାପକ ପ୍ରଦୀପ ସାହୁଙ୍କ ପାଖକୁ ଟ୍ୟୁସନ୍‌ ହେବାକୁ ଯାଉଥିଲେ। ସେଠାରେ ପାଠ ପଢ଼ାଇବା ପରିବର୍ତ୍ତେ ସାର୍‌ ଛାତ୍ରୀଙ୍କ ସମ୍ୱେଦନଶୀଳ ଅଙ୍ଗରେ ହାତ ମାରିଥିଲେ। ପରେ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଆଉ ଦୁଷ୍କର୍ମ କରିବା ସମୟରେ ଛାତ୍ରୀଙ୍କ ଅଶ୍ଲୀଳ ଫଟୋ ଓ ଭିଡିଓ ସୁଟିଂ ଥିଲା ସାର୍‌। ପରେ ସେହି ଭିଡିଓ ଓ ଫଟୋ ଦେଖାଇ ଛାତ୍ରୀଙ୍କୁ ସାର୍‌ ବହୁବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଲୋକ ଲଜ୍ଜା ଭୟରେ ଛାତ୍ରୀ ଜଣକ ନୀରବ ରହିଥିଲେ। ଶରୀର ଯନ୍ତ୍ରଣାକୁ ସହି ଯାଉଥିଲେ। ଏହାରି ଭିତରେ ଛାତ୍ରୀ ଜଣକ ଯୁକ୍ତ ଦୁଇ ପାସ୍‌ କରିସାରିଲେଣି। କିନ୍ତୁ ସେ ଟ୍ୟୁସନ୍‌ ସାରଙ୍କ ଜାଲରୁ ମୁକୁଳି ପାରି ନାହାନ୍ତି। ଅଶ୍ଲୀଳ ଫଟୋ ଓ ଭିଡିଓ ଭାଇରାଲ୍‌ କରିବାର ଧମକ ଦେଇ ଛାତ୍ରୀଙ୍କୁ ଦୁଷ୍କର୍ମ କରୁଛନ୍ତି। ଏପରିକି ଛାତ୍ରୀଙ୍କ ଯୁକ୍ତ ଦୁଇ ସାର୍ଟିଫିକେଟ୍‌, ଟଙ୍କା, ସୁନା ଓ ରୁପା ଗହଣା ନେଇ ଯାଇଥିବା ଅଭିଯୋଗ ହୋଇଛି। ଏବେ ବାହା ହେବା ପାଇଁ ଜିଦ୍‌ ଧରିଛି ସାର୍‌। ବାହା ହେବା ପାଇଁ ରାଜି ନହେଲେ ପାଖରେ ଥିବା ଅଶ୍ଲୀଳ ଫଟୋ ଓ ଭିଡିଓ ଉଠାଇ ଭାଇରାଲ୍‌ କରିଦେବ ବୋଲି ଧମକ ଦେଉଥିଲା।

Advertisment

ତେବେ ନିର୍ଯାତନା ଅସହ୍ୟ ହେବାରୁ ଛାତ୍ରୀ ଜଣକ ଆସିକା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଅଧ୍ୟାପକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Minor Raped
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe