Advertisment

ପୁତୁରା ଠେଙ୍ଗା ମାଡ଼ରେ ପିଉସୀ ମୃତ

ତେଲକୋଇ(ଚିନ୍ମୟ କୁମାର ସାହୁ): ପୁତୁରାର ଠେଙ୍ଗା ମାଡ଼ରେ ପ୍ରାଣ ହରାଇଲା ପିଉସୀ। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ନୟାକୋଟ ଥାନା ଅନ୍ତର୍ଗତ କଲଣ୍ଡା ଗାଁରେ ଏପରି ଏକ ଦୁଃଖଦ ଘଟଣା ଘଟିଛି । ମୃତ ମହିଳାଙ୍କ ନାଁ ରାଇବାରୀ ଦେହୁରୀ। ଅଭିଯୁକ୍ତ ପୁତୁରାର ନାଁ ଶ୍ରୀକାନ୍ତ ଦେହୁରୀ। ସୂଚନା ଅନୁଯାୟୀ, ରାଇବାରୀ ତାଙ୍କ ଘର ପାଖରେ ଏକ ବଗିଚା କରିଥିଲେ। ହେଲେ ଅନେକ ସମୟରେ ତାଙ୍କ ପୁତୁରା ଶ୍ରୀକାନ୍ତଙ୍କ ଛେଳି ବଗିଚାରେ ପଶି ଗଛ ସବୁ ଖାଇ […]

ପୁତୁରା ଠେଙ୍ଗା ମାଡ଼ରେ ପିଉସୀ ମୃତ

arrest

Advertisment

ତେଲକୋଇ(ଚିନ୍ମୟ କୁମାର ସାହୁ): ପୁତୁରାର ଠେଙ୍ଗା ମାଡ଼ରେ ପ୍ରାଣ ହରାଇଲା ପିଉସୀ। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ନୟାକୋଟ ଥାନା ଅନ୍ତର୍ଗତ କଲଣ୍ଡା ଗାଁରେ ଏପରି ଏକ ଦୁଃଖଦ ଘଟଣା ଘଟିଛି । ମୃତ ମହିଳାଙ୍କ ନାଁ ରାଇବାରୀ ଦେହୁରୀ। ଅଭିଯୁକ୍ତ ପୁତୁରାର ନାଁ ଶ୍ରୀକାନ୍ତ ଦେହୁରୀ।

Advertisment

ସୂଚନା ଅନୁଯାୟୀ, ରାଇବାରୀ ତାଙ୍କ ଘର ପାଖରେ ଏକ ବଗିଚା କରିଥିଲେ। ହେଲେ ଅନେକ ସମୟରେ ତାଙ୍କ ପୁତୁରା ଶ୍ରୀକାନ୍ତଙ୍କ ଛେଳି ବଗିଚାରେ ପଶି ଗଛ ସବୁ ଖାଇ ଦେଉଥିଲେ। ଏହାକୁ କେନ୍ଦ୍ର କରି ବହୁ ସମୟରେ ପିଉସୀ  ଓ ପୁତୁରାଙ୍କ ମଧ୍ୟରେ ଝଗଡ଼ା ହେଉଥିଲା ।

ଗତକାଲି ଅପରାହ୍ଣରେ ଶ୍ରୀକାନ୍ତଙ୍କ ଛେଳି ରାଇବାରୀଙ୍କ ବଗିଚାରେ ପଶି ଫସଲ ନଷ୍ଟ କରିଥିଲା। ଏହାକୁ ନେଇ ରାଇବେରୀ ଶ୍ରୀକାନ୍ତଙ୍କୁ ଗାଳି କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଶ୍ରୀକାନ୍ତ ରାଇବାରୀ ଧରିଥିବା ଠେଙ୍ଗାକୁ ଛଡ଼ାଇ ଆଣି  ତାଙ୍କୁ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ରାଇବେରୀଙ୍କୁ ପରିବାର ଲୋକେ ବାଂଶପାଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।  ଅଭିଯୁକ୍ତ ପୁତୁରାକୁ ପୁଲିସ୍‌ ଗିରଫ କରିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe