Advertisment

ଶିକ୍ଷୟିତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ଯାଜପୁର (ଅଭୟ ପତି): ରାସ୍ତା ମଝିରେ ଶିକ୍ଷୟିତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କଲେ ଦୁର୍ବୃତ୍ତ। ଯାଜପୁର ରୋଡ୍ ଥାନା ରାଛିପୁର ଛକ ନିକଟରେ ଏପରି ଅଭାବନୀୟ କାଣ୍ଡ ଘଟିଛି। ମୃତ ଶିକ୍ଷୟିତ୍ରୀଙ୍କ ନାଁ ମହାମାୟା ଜେନା। ଗୁରୁତର ଶିକ୍ଷକଙ୍କ ନାଁ ମୋହିନୀ ମୋହନ ମୁଦୁଲି । ଆଜି ଦିନ ଦ୍ୱିପ୍ରହରରେ ମହାମାୟାଙ୍କୁ ବାଇକ୍‌ରେ ଧରି ମୋହିନୀ ମୋହନ ଯାଉଥିବା ବେଳେ ରାଛିପୁର ଛକ ନିକଟରେ ତାଙ୍କୁ ଦୁର୍ବୃତ୍ତମାନେ ଗୋଡ଼ାଇ ଥିଲେ। ଏହାପରେ ସେମାନେ ମହାମାୟାଙ୍କୁ ଅଟକାଇ […]

author-image
Niharika Rout
ଅଦ୍ୟତନ ହୋଇଛି
ଶିକ୍ଷୟିତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

attack-1

ଯାଜପୁର (ଅଭୟ ପତି): ରାସ୍ତା ମଝିରେ ଶିକ୍ଷୟିତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କଲେ ଦୁର୍ବୃତ୍ତ। ଯାଜପୁର ରୋଡ୍ ଥାନା ରାଛିପୁର ଛକ ନିକଟରେ ଏପରି ଅଭାବନୀୟ କାଣ୍ଡ ଘଟିଛି। ମୃତ ଶିକ୍ଷୟିତ୍ରୀଙ୍କ ନାଁ ମହାମାୟା ଜେନା। ଗୁରୁତର ଶିକ୍ଷକଙ୍କ ନାଁ ମୋହିନୀ ମୋହନ ମୁଦୁଲି ।

Advertisment

ଆଜି ଦିନ ଦ୍ୱିପ୍ରହରରେ ମହାମାୟାଙ୍କୁ ବାଇକ୍‌ରେ ଧରି ମୋହିନୀ ମୋହନ ଯାଉଥିବା ବେଳେ ରାଛିପୁର ଛକ ନିକଟରେ ତାଙ୍କୁ ଦୁର୍ବୃତ୍ତମାନେ ଗୋଡ଼ାଇ ଥିଲେ। ଏହାପରେ ସେମାନେ ମହାମାୟାଙ୍କୁ ଅଟକାଇ ମାରଣାସ୍ତ୍ରରେ ହାଣିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ମୋହିନୀ ମୋହନଙ୍କୁ ଯାଜପୁର ରୋଡ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର୍ ହୋଇଯାଇଛି। ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Murder