Advertisment

ବିଶିଷ୍ଟ ତବଲା ବାଦକ ଗୁରୁ ଉମେଶ କରଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶିଷ୍ଟ ତବଲା ବାଦକ ଗୁରୁ ପଣ୍ଡିତ ଉମେଶ କରଙ୍କର ମୃତ୍ୟୁ ଘଟିଛି।  ଗତକାଲି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାଃସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ପଣ୍ଡିତ ଉମେଶ କର ହୃଦଘାତରେ ପ୍ରାଣ ହରାଇଥିବା ତାଙ୍କ ପରିବାର ସଦସ୍ୟ ସୂଚନା ଦେଇଛନ୍ତି। ଉମେଶ ବିଶିଷ୍ଟ ତବଲା ବାଦକ ଭାବେ ଜଣାଶୁଣା ଥିଲେ। ନାମୀ ଦାମୀ ନୃତ୍ୟଶିଳ୍ପୀ ଏବଂ କଣ୍ଠ ଶିଳ୍ପୀଙ୍କ ସହ କାମ କରି ସେ […]

ଅଦ୍ୟତନ ହୋଇଛି
ବିଶିଷ୍ଟ ତବଲା ବାଦକ ଗୁରୁ ଉମେଶ କରଙ୍କ ପରଲୋକ

-umesh-kar-

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶିଷ୍ଟ ତବଲା ବାଦକ ଗୁରୁ ପଣ୍ଡିତ ଉମେଶ କରଙ୍କର ମୃତ୍ୟୁ ଘଟିଛି।  ଗତକାଲି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାଃସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ପଣ୍ଡିତ ଉମେଶ କର ହୃଦଘାତରେ ପ୍ରାଣ ହରାଇଥିବା ତାଙ୍କ ପରିବାର ସଦସ୍ୟ ସୂଚନା ଦେଇଛନ୍ତି।

Advertisment

ଉମେଶ ବିଶିଷ୍ଟ ତବଲା ବାଦକ ଭାବେ ଜଣାଶୁଣା ଥିଲେ। ନାମୀ ଦାମୀ ନୃତ୍ୟଶିଳ୍ପୀ ଏବଂ କଣ୍ଠ ଶିଳ୍ପୀଙ୍କ ସହ କାମ କରି ସେ ପ୍ରଶଂସା ସାଉଁଟିଛନ୍ତି। ଭାରତୀୟ ଶାସ୍ତ୍ରୀୟ ତବଲା ବାଦନ ଲାଗି ଜାତୀୟ ତଥା ଅନ୍ତର୍ଜାତୀୟ ପରିସରରେ ପ୍ରସିଦ୍ଧି ଅର୍ଜନ କରିଥିଲେ।  ପଣ୍ଡିତ କର ଉତ୍କଳ ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ କାର୍ଯ୍ୟକରି ୨୦୧୦ ମସିହାରେ ଅବସର ଗ୍ରହଣ କରିଥିଲେ। ଜଣେ ଛାତ୍ରବତ୍ସଳ ବାଦ୍ୟଗୁରୁ ତଥା ଅପ୍ରତିଦ୍ୱଦ୍ୱୀ କଳାକାର ଭାବେ ସେ ଜଣାଶୁଣା ଥିଲେ। ପଣ୍ଡିତ ଉମେଶ ଚନ୍ଦ୍ର ଓଡ଼ିଶା ସଂଗୀତ ନାଟକ ଏକାଡେମୀ, କେନ୍ଦ୍ର ସଂଗୀତ ନାଟକ ଏକାଡେମି ପୁରସ୍କାର ସହିତ ବହୁ ସରକାରୀ ବେସରକାରୀ ଅନୁଷ୍ଠାନ ଦ୍ୱାରା ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇଥିଲେ।

ପଣ୍ଡିତ ଉମେଶ ଚନ୍ଦ୍ରଙ୍କ ଜନ୍ମ ଶ୍ରୀକ୍ଷେତ୍ର ପୁରୀର ଏକ ପ୍ରତିଷ୍ଠିତ କଳାକାର ପରିବାରରେ ହୋଇଥିଲା। ତାଙ୍କର ପିତା ବାଦ୍ୟବିନୋଦ କ୍ଷେତ୍ରମୋହନ କର ଥିଲେ ଜଣେ ଖ୍ୟାତିସଂପନ୍ନ ମର୍ଦ୍ଦଳ ଓ ତବଲା ବାଦକ। ମା’ ପଦ୍ମାବତୀ କର ଥିଲେ ସିତାର ବାଦିକା। ସଂପର୍କୀୟ ବଡ଼ଭାଇ ପ୍ରଫୁଲ୍ଲ କର ଥିଲେ ଓଡ଼ିଶାର ଲୋକପ୍ରିୟ ଗାୟକ, ଗୀତିକାର ଓ ସଂଗୀତ ନିଦ୍ଦେର୍ଶକ।

Advertisment

ପିଲାଟି ଦିନରୁ ଘରେ ସଂଗୀତମୟ ପରିବେଶରେ ବଢ଼ିଥିଲେ ଉମେଶ। ତବଲା ବାଦନ ପ୍ରତି ଥିଲା ତାଙ୍କର ପ୍ରବଳ ଆକର୍ଷଣ। ପ୍ରଥମେ ସେ ନିଜର ପିତାଙ୍କଠାରୁ ଓ ପରେ କୋଲକାତା ଯାଇ ବିଶ୍ୱ ପ୍ରସିଦ୍ଧ ତବଲାବାଦକ ପଣ୍ଡିତ ଜ୍ଞାନପ୍ରକାଶ ଘୋଷଙ୍କଠାରୁ ଶିକ୍ଷାଲାଭ କରିଥିଲେ। ଏହାପରେ ସେ ଦେଶବିଦେଶରେ ବହୁ ଶାସ୍ତ୍ରୀୟ ସଂଗୀତ ମଞ୍ଚରେ ତବଲା ବାଦନ କରି ଲୋକପ୍ରିୟତା ଅର୍ଜନ କରିଥିଲେ। ଏହାପରେ ସେ ଭୁବନେଶ୍ୱର ସ୍ଥିତ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ। ପଣ୍ଡିତ କର ଓଡ଼ିଶାର ପ୍ରଥମ ତବଲାବାଦକ ଭାବେ ଆକାଶବାଣୀ ଟପ୍ ଗ୍ରେଡ୍ କଳାକାର ମାନ୍ୟତା ଲାଭ କରିଥିଲେ। ବର୍ତ୍ତମାନ ତାଙ୍କର ବହୁଛାତ୍ର ତବଲା ବାଦନ କ୍ଷେତ୍ରରେ ସୁନାମ ଅର୍ଜନ କରିଛନ୍ତି।
ପଣ୍ଡିତ ଉମେଶ ଚନ୍ଦ୍ର କରଙ୍କ ବିୟୋଗରେ ଓଡ଼ିଶାର କଳା ଜଗତରେ ଶୋକର ଛାୟା ଖେଳିଯାଇଛି। ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ବାସଭବନରେ ବହୁ କଳାକାର ଓ ଛାତ୍ର ତାଙ୍କର ଶେଷ ଦର୍ଶନ କରିଛନ୍ତି। ଜନ୍ମମାଟି ପୁରୀରେ ତାଙ୍କର ଶେଷକୃତ୍ୟ କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe