Advertisment

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ: ନବୀନଙ୍କୁ ଭେଟିଲେ ପଶ୍ଚିମ ଓଡ଼ିଶାର ବିଧାୟକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ପଶ୍ଚିମ ଓଡ଼ିଶାର ବିଧାୟକମାନେ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ବିବାଦର ଶୀଘ୍ର ସମାଧାନ ପାଇଁ ଅନୁରୋଧ କରିଛନ୍ତି। ଗତକାଲି ଆନ୍ଦୋଳନରୁ ଓହରିଯିବା ଲାଗି ଓକିଲମାନଙ୍କୁ ଅପିଲ୍ ସହ ଏ ପ୍ରସଙ୍ଗରେ କେନ୍ଦ୍ର କୋର୍ଟକୁ ବଲ୍ ଫିଙ୍ଗିଥିଲେ ରାଜ୍ୟ ସରକାର। ପଶ୍ଚିମ ଓଡ଼ିଶା କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି କିନ୍ତୁ ଏହା ଆନ୍ଦୋଳନକୁ ଭଣ୍ଡୁର ପାଇଁ ସରକାରଙ୍କ ଚାଲ୍ ବୋଲି କହିବା ସହ ଆସନ୍ତା ୭ […]

ଅଦ୍ୟତନ ହୋଇଛି
ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ: ନବୀନଙ୍କୁ ଭେଟିଲେ ପଶ୍ଚିମ ଓଡ଼ିଶାର ବିଧାୟକ

hc

Advertisment
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ପଶ୍ଚିମ ଓଡ଼ିଶାର ବିଧାୟକମାନେ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ବିବାଦର ଶୀଘ୍ର ସମାଧାନ ପାଇଁ ଅନୁରୋଧ କରିଛନ୍ତି। ଗତକାଲି ଆନ୍ଦୋଳନରୁ ଓହରିଯିବା ଲାଗି ଓକିଲମାନଙ୍କୁ ଅପିଲ୍ ସହ ଏ ପ୍ରସଙ୍ଗରେ କେନ୍ଦ୍ର କୋର୍ଟକୁ ବଲ୍ ଫିଙ୍ଗିଥିଲେ ରାଜ୍ୟ ସରକାର। ପଶ୍ଚିମ ଓଡ଼ିଶା କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି କିନ୍ତୁ ଏହା ଆନ୍ଦୋଳନକୁ ଭଣ୍ଡୁର ପାଇଁ ସରକାରଙ୍କ ଚାଲ୍ ବୋଲି କହିବା ସହ ଆସନ୍ତା ୭ ତାରିଖରୁ ଅର୍ଥନୈତିକ ଅବରୋଧର ଡାକରା ଦେଇଛି।
Advertisment
ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ଗୋଟିଏ ପଟେ ଗୃହ ବିଭାଗ ପ୍ରେସ୍ ରିଲିଜ୍ ଜାରି କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ପଶ୍ଚିମ ଓଡ଼ିଶାର ସବୁ ଦଳର ବିଧାୟକ। ବିବାଦର ସମାଧାନ ଓ ବେଞ୍ଚ ପ୍ରତିଷ୍ଠା ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କୁ ଅନୁରୋଧ କରିଛନ୍ତି।
ଏହା ପୂର୍ବରୁ ବିଧାୟକମାନେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଭେଟିବାକୁ କଟକ ଯାଇଥିଲେ ମଧ୍ୟ ଭେଟିପାରିନଥିଲେ। ବେଞ୍ଚ ପ୍ରତିଷ୍ଠା ଦାବିରେ ୨ ମାସରୁ ଅଧିକ ସମୟ ଧରି ଓକିଲଙ୍କ ଆନ୍ଦୋଳନ ପରେ ଗତକାଲି ଗୃହ ବିଭାଗ ପକ୍ଷରୁ ଏକ ପ୍ରେସ୍ ଇସ୍ତାହାରରେ ଆନ୍ଦୋଳନରୁ ଓହରି ଯିବାକୁ ଓକିଲମାନଙ୍କୁ ଅନୁରୋଧ କରାଯାଇଥିଲା। ଏହାସହ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ଓ ସଂସଦ ନିଷ୍ପତ୍ତି ଗ୍ରହଣ କରିଥାନ୍ତି ବୋଲି ଉଲ୍ଲେଖ କରି ରାଜ୍ୟ ସରକାର ପୁଣି ଥରେ କେନ୍ଦ୍ର କୋର୍ଟକୁ ବଲ୍ ଫିଙ୍ଗିଥିଲେ।
Advertisment
ଏହାକୁ ନେଇ ଉଭୟ ବିଜେପି ଓ କଂଗ୍ରେସ୍‌ ବିଜେଡିକୁ ଟାର୍ଗେଟ କରିଛନ୍ତି।
ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, “ସରକାର ଜନ ଆକ୍ରୋଶକୁ ଦେଖି ଭୟଭୀତ ହୋଇଯାଇଛନ୍ତି। ଅନ୍ୟ ଉପରେ ଦୋଷ ଲଦିଛନ୍ତି ଏବଂ ବଲାଙ୍ଗିର ଓ ସମ୍ବଲପୁରର ଓକିଲଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିଛନ୍ତି। ପଶ୍ଚିମ ଓଡ଼ିଶାରେ କେଉଁ ସ୍ଥାନରେ ବେଞ୍ଚ ପ୍ରତିଷ୍ଠା ହେବ ରାଜ୍ୟ ସରକାର ତୁରନ୍ତ ପ୍ରସ୍ତାବ ଦିଅନ୍ତୁ। ତା’ପରେ ସରକାର ନିଶ୍ଚିତ ଭାବେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଇବେ।”
କଂଗ୍ରେସ ବିଧାୟକ ନବ ଦାସ କହିଛନ୍ତି, “ମୁଖ୍ୟ ବିଚାରପତିଙ୍କୁ ଦେଖା କରିବାକୁ ଯାଇଥିଲୁ। ଆଜି ଫୁଲ୍‌ ବେଞ୍ଚ କୋର୍ଟ ହୋଇଥିବାରୁ ମୁଖ୍ୟ ବିଚାରପତିଙ୍କ ସହ ଭେଟ ହୋଇପାରିଲା ନାହିଁ। ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଆମେ ଦୃଢ଼ ଭାବେ ଦାବି କରିଛୁ ଯେ, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯାଉ।”
ବିଜେଡି ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ କହିଛନ୍ତି, “ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାକୁ ଶତ ପ୍ରତିଶତ ସମର୍ଥନ କରୁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଆମେ ନିଶ୍ଚିତ ବେଞ୍ଚ ପ୍ରତିଷ୍ଠା କରିବୁ। ସମସ୍ତଙ୍କୁ ଅନୁରୋଧ କରାଯାଇଛି ଆନ୍ଦୋଳନ ପ୍ରତ୍ୟାହାର କରିବାକୁ। ଆମେ ଲୋକଙ୍କ ସାଙ୍ଗରେ ଅଛୁ।”
ସେପଟେ ଗୃହ ବିଭାଗର ଅପିଲ୍ ପରେ ଆଜି ଝାରସୁଗୁଡ଼ାରେ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ଦେବଗଡ଼ ଓକିଲ ସଂଘର ଏକ ଜରୁରୀ ବୈଠକ ବସିଥିଲା। କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସରକାର ପ୍ରେସ୍ ଇସ୍ତାହାର ଦେଇ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଉଦ୍ୟମ କରୁଥିବା କୁହାଯାଇଛି। ଏହାସହ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆସନ୍ତା ୭ ତାରିଖରୁ ୩ ଦିନ ପାଇଁ ଅର୍ଥନୈତିକ ଅବରୋଧ କରିବାକୁ ନିଷ୍ପତ୍ତି ହୋଇଛି।
ସେପଟେ ଦକ୍ଷିଣ ଓଡ଼ିଶା କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ମଧ୍ୟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଭେଟିବାକୁ ସମୟ ମାଗିଛି।
ସୂଚନାଯୋଗ୍ୟ, ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏକାଧିକ ଥର କେନ୍ଦ୍ରକୁ ଚିଠି ଲେଖିଛନ୍ତି। ସେହିପରି କେନ୍ଦ୍ର ସରକାର ମଧ୍ୟ ହାଇକୋର୍ଟଙ୍କ ଅନୁମୋଦନ ସମ୍ବଳିତ ପ୍ରସ୍ତାବ ସଠିକ୍ ଫର୍ମାଟ୍‌ରେ ପଠାଇବା ଲାଗି ରାଜ୍ୟକୁ ଜଣାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe