/odisha-reporter/media/post_attachments/uploads/2019/03/lekhashree-1.jpg)
lekhashree
ଭୁବନେଶ୍ୱର: ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନାଙ୍କୁ ଟାର୍ଗେଟ୍ କରିଛି ବିଜେପି । କେନ୍ଦ୍ରୀୟ ଯୋଜନାକୁ ରାଜ୍ୟର କହି ସାଂସଦ ଜେନା ବାହାବା ନେବାକୁ ବସିଛନ୍ତି । ମିଛୁଆ ରାଧୁଆ ସରକାରଙ୍କ ସେ ହେଉଛନ୍ତି ଆଉ ଜଣେ ପ୍ରମୁଖ ମିଛୁଆ ରାଧୁଆ ବୋଲି ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
କେନ୍ଦ୍ର ଯୋଜନାଗୁଡିକୁ ରାଜ୍ୟ ସରକାରଙ୍କ ଦର୍ଶାଇ ବାଲେଶ୍ୱରରେ ହୋର୍ଡିଂ ମରାଯାଉଛି। ନିର୍ବାଚନ ପୂର୍ବରୁ ଲୋକଙ୍କୁ ଭୁଆଁ ବୁଲାଯାଉଛି। ଚିଟ୍ଫଣ୍ଡ ଦୁର୍ନୀତିରେ ସମ୍ପୃକ୍ତି ଅଭିଯୋଗରେ ସିବିଆଇ ଜେରାର ସାମ୍ନା କରିଥିବା ସାଂସଦ ଜେନା ଏବେ ନିଜର ଭାବମୂର୍ତ୍ତି ସଜାଡିବା ପାଇଁ ଏଭଳି ମିଛ ପ୍ରଚାରରେ ଲାଗିଛନ୍ତି। ଏମିତି କରି ଜନତାଙ୍କ ଅନୁକମ୍ପା ନେବାକୁ ସାଂସଦ ମହୋଦୟ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ଲେଖାଶ୍ରୀ ।
ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି ଯେ, “ଜେନା ନିଜ ଅଞ୍ଚଳର ବିକାଶ ପାଇଁ କ’ଣ କରିଛନ୍ତି, ତାହାର ହିସାବ ଦିଅନ୍ତୁ ।”
ଖାଲି ସେତିକି ନୁହେଁ ସାଂସଦ ରବୀନ୍ଦ୍ର ଜେନା ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଚାପ ପକାଇ ମିଛ ଖବର ପ୍ରକାଶ କରୁଛନ୍ତି ବୋଲି କହିଛନ୍ତି ଲେଖାଶ୍ରୀ।
ତେବେ ଏ ନେଇ ସାଂସଦ ରବୀନ୍ଦ୍ର ଜେନାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
