/odisha-reporter/media/post_attachments/uploads/2020/05/0000000000000000-1.jpg)
0000000000000000
ନିଆଳି(ବିନୟ ମିଶ୍ର): ଅଜଣା ଗାଡ଼ି ଧକ୍କାରେ ଏକ ହେଟା ବାଘର ମୃତ୍ୟୁ ଘଟିଛି। ଏଭଳି ଘଟଣା କଟକ ଜିଲ୍ଲା ନିଆଳି ଅଞ୍ଚଳରେ ଘଟିଛି।
Advertisment
ଆଜି ସକାଳେ ନିଆଳିରୁ ନଖରା ଅଭିମୁଖେ ଯିବା ରାସ୍ତାରେ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ଏକ ହେଟା ବାଘର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ସେମାନେ ବନ ବିଭାଗକୁ ଖବର ଦେଇଥିଲେ। ନଖରା ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହେଟାବାଘର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଗତକାଲି ବିଳମ୍ବିତ ରାତିରେ ଅଜଣା ଗାଡ଼ି ହେଟା ବାଘଟିକୁ ଧକ୍କା ଦେଇ ପଳାଇ ଯାଇଥିବା କୁହାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
