Advertisment

କୂଅରେ ଖସିପଡ଼ିଲା କଲରପତରିଆ ବାଘ

ରେଢ଼ାଖୋଲ(ଓଡ଼ିଶା ରିପୋର୍ଟର): କୌଣସି କାରଣ ବଶତଃ କୂଅରେ ଖସିପଡ଼ିଥିଲା କଲରପତରିଆ ବାଘ। ବନ ବିଭାଗ ଖବର ପାଇ ପୁଲିସ ଓ ଅଗ୍ନିଶମ ବିଭାଗ ସହାୟତାରେ ଆଜି ଏହି ବାଘକୁ ଉଦ୍ଧାର କରିଛି। ସୂଚନା ମୁତାବକ, ରେଢ଼ାଖୋଲ ବନଖଣ୍ଡ ଅନ୍ତର୍ଗତ ଚାରମାଳ ରେଞ୍ଜର ବନଶାଜାଲ ବିଟ୍ ହିଣ୍ଡୋଳ ଘାଟି ପାଖରେ ଥିବା ଏକ ଖୋଲା କୂଅରେ ଏହି ବାଘ ଗଳି ପଡ଼ିଥିଲା। ଏନେଇ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବାଘ ଉଦ୍ଧାର କରିବାକୁ […]

କୂଅରେ ଖସିପଡ଼ିଲା କଲରପତରିଆ ବାଘ

tiger

Advertisment

ରେଢ଼ାଖୋଲ(ଓଡ଼ିଶା ରିପୋର୍ଟର): କୌଣସି କାରଣ ବଶତଃ କୂଅରେ ଖସିପଡ଼ିଥିଲା କଲରପତରିଆ ବାଘ। ବନ ବିଭାଗ ଖବର ପାଇ ପୁଲିସ ଓ ଅଗ୍ନିଶମ ବିଭାଗ ସହାୟତାରେ ଆଜି ଏହି ବାଘକୁ ଉଦ୍ଧାର କରିଛି। ସୂଚନା ମୁତାବକ, ରେଢ଼ାଖୋଲ ବନଖଣ୍ଡ ଅନ୍ତର୍ଗତ ଚାରମାଳ ରେଞ୍ଜର ବନଶାଜାଲ ବିଟ୍ ହିଣ୍ଡୋଳ ଘାଟି ପାଖରେ ଥିବା ଏକ ଖୋଲା କୂଅରେ ଏହି ବାଘ ଗଳି ପଡ଼ିଥିଲା।

Advertisment

ଏନେଇ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବାଘ ଉଦ୍ଧାର କରିବାକୁ ବନ ବିଭାଗ ପହଞ୍ଚି ଥିଲା। ବନବିଭାଗ ସହ ପୁଲିସ ଓ ଅଗ୍ନିଶମ ବିଭାଗ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଥିଲା। ପ୍ରଥମେ ବାଘର ସୁରକ୍ଷା ନିମନ୍ତେ ଏକ କାଠ ବହ୍ଲାର ଦୁଇ ମୁଣ୍ଡକୁ ରଶିରେ ବାନ୍ଧି କୂଅ ଭିତରକୁ ଛଡ଼ା ଯାଇଥିଲା। ଫଳରେ ପାଣିରେ ପହଁରୁ ଥିବା ବାଘ ତତ୍‌କ୍ଷଣାତ ଏହି ବହ୍ଲା ଉପରକୁ ଉଠି ଆସିଥିଲା। ପରେ ଏକ କାଠ ସିଡ଼ି ତିଆରି କରାଯାଇ କୂଅ ଭିତରକୁ ଛଡ଼ା ଯାଇଥିଲା। ଏହି ସିଡ଼ି ଚଢ଼ି ବାଘ ଉପରକୁ ଚାଲି ଆସିଥିଲା। ଭିଡ଼ ଜମି ଥିବାରୁ  ଲୋକଙ୍କ ସୁରକ୍ଷା ନିମନ୍ତେ କୂଅ ଚାରିପାଖରେ ଜାଲ ବିଛା ଯାଇଥିଲା।

ପରେ ବାଘକୁ ସୁଆଣି ସଂରକ୍ଷିତ ଜଙ୍ଗଲରେ ସୁରକ୍ଷିତ ଛାଡ଼ି ଦିଆଯାଇଛି। ଫଳରେ ଦୀର୍ଘ ୪ ଘଣ୍ଟା ପରେ ବାଘ ଉଦ୍ଧାର ଅଭିଯାନ ସଫଳ ହୋଇଥିଲା। ବାଘର ବୟସ ପ୍ରାୟ ଦେଢ଼ ବର୍ଷ ହେବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe